ଜାରି ରହିବ ବର୍ଷା, ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା…

The Sakala Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ମଧ୍ୟପ୍ରଦେଶ ଉପରେ ରହିଛି। ତେବେ ଏହି ଲଘୁଚାପ କେନ୍ଦ୍ରଠାରୁ ଏକ ଟ୍ରଫଲାଇନ୍‌‌ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଜାରି ରହିଛି। ଏହା ବ୍ୟତୀତ ବର୍ତ୍ତମାନ ବାୟୁ ଚଳାଚଳରେ ତାରତମ୍ୟ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଗ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର, ଆଦି ଜିଲ୍ଲାର […]

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ମଧ୍ୟପ୍ରଦେଶ ଉପରେ ରହିଛି। ତେବେ ଏହି ଲଘୁଚାପ କେନ୍ଦ୍ରଠାରୁ ଏକ ଟ୍ରଫଲାଇନ୍‌‌ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଜାରି ରହିଛି। ଏହା ବ୍ୟତୀତ ବର୍ତ୍ତମାନ ବାୟୁ ଚଳାଚଳରେ ତାରତମ୍ୟ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଗ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର, ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଥିବା ବେଳେ ବୁଧବାର ମଧ୍ୟ ବିଭିନ୍ନ ସ୍ଥାନରେ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ତେବେ ୨୫ ତାରିଖରୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଆଉ ଏକ ପର୍ଯ୍ୟାୟରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼଼ିବାର ଆଶଙ୍କା କରାଯାଉଛି। ସମ୍ଭାବ୍ୟ ଘୂର୍ଣ୍ଣିବଳୟ/ଲଘୁଚାପଟି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଥିବାରୁ ଏହା ପ୍ରଭାବରେ ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ଅଧିକ ରହିବା ନେଇ ସମ୍ଭାବନା ରହିଛି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଉପୁଜିଥିବା ଜଳବନ୍ଦୀ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି। ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ହ୍ରାସ ହେବା ଯୋଗୁଁ ସ୍ଥିତିରେ ସୁଧାର ଆସୁଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

23 Jul 2024 By The Sakala

ଜାରି ରହିବ ବର୍ଷା, ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ମଧ୍ୟପ୍ରଦେଶ ଉପରେ ରହିଛି। ତେବେ ଏହି ଲଘୁଚାପ କେନ୍ଦ୍ରଠାରୁ ଏକ ଟ୍ରଫଲାଇନ୍‌‌ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଜାରି ରହିଛି। ଏହା ବ୍ୟତୀତ ବର୍ତ୍ତମାନ ବାୟୁ ଚଳାଚଳରେ ତାରତମ୍ୟ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପାଗ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର, ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଥିବା ବେଳେ ବୁଧବାର ମଧ୍ୟ ବିଭିନ୍ନ ସ୍ଥାନରେ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ତେବେ ୨୫ ତାରିଖରୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଆଉ ଏକ ପର୍ଯ୍ୟାୟରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼଼ିବାର ଆଶଙ୍କା କରାଯାଉଛି। ସମ୍ଭାବ୍ୟ ଘୂର୍ଣ୍ଣିବଳୟ/ଲଘୁଚାପଟି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଥିବାରୁ ଏହା ପ୍ରଭାବରେ ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ଅଧିକ ରହିବା ନେଇ ସମ୍ଭାବନା ରହିଛି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଉପୁଜିଥିବା ଜଳବନ୍ଦୀ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି। ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ହ୍ରାସ ହେବା ଯୋଗୁଁ ସ୍ଥିତିରେ ସୁଧାର ଆସୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର