୯ରୁ ପୁଣି ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟକୁ ପୁଣି ଥରେ ଶୀତ ଫେରିଛି। ପଶ୍ଚିମା ଝଡ ବର୍ଷା ଯୋଗୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିଲା। ଦୁଇ ଦିନ ହେବ ପାଗରେ ପରିବର୍ତ୍ତନ ଆସିବା ପରେ ପୁଣି ଥରେ ଶୀତ ବଢ଼଼ିଛି। ଗତ ୩୬ ଘଣ୍ଟାରେ ରାଜ୍ୟର ଦାରିଙ୍ଗବାଡିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋନପୁରରେ ୮.୮, କେନ୍ଦୁଝରରେ ୯ ଡିଗ୍ରୀ ରେକର୍ଡ ହୋଉଥିବା ବେଳେ ୬ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ଆସନ୍ତା ୨ […]

ଭୁବନେଶ୍ୱର: ରାଜ୍ୟକୁ ପୁଣି ଥରେ ଶୀତ ଫେରିଛି। ପଶ୍ଚିମା ଝଡ ବର୍ଷା ଯୋଗୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିଲା। ଦୁଇ ଦିନ ହେବ ପାଗରେ ପରିବର୍ତ୍ତନ ଆସିବା ପରେ ପୁଣି ଥରେ ଶୀତ ବଢ଼଼ିଛି। ଗତ ୩୬ ଘଣ୍ଟାରେ ରାଜ୍ୟର ଦାରିଙ୍ଗବାଡିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋନପୁରରେ ୮.୮, କେନ୍ଦୁଝରରେ ୯ ଡିଗ୍ରୀ ରେକର୍ଡ ହୋଉଥିବା ବେଳେ ୬ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନ ଥିବାରୁ ଏହି ସ୍ଥିିତି ଜାରି ରହିବ। ୨ ଦିନ ପରେ ତାପମାତ୍ରାରେ ପରିବର୍ତ୍ତନ ହେତୁ ଶୀତ ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨ ଦିନ ପରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ଓ ଶୀତର ପ୍ରକୋପ ହ୍ରାସ ପାଇବ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସେହିପରି ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବ। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଘନ କୁହୁଡି ହେବ। କୁହୁଡି ଯୋଗୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣାର ଆଶଙ୍କା ରହିଛି। ତେଣୁ ପରିବହନ ବ୍ୟବସ୍ଥା ଉପରେ ନଜର ରଖିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ୯ ତାରିଖଠାରୁ ରାଜ୍ୟରେ ପୁଣି ଥରେ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଡ. ସଞ୍ଜୀବ ଦ୍ୱିବେଦୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

07 Feb 2022 By The Sakala

୯ରୁ ପୁଣି ବର୍ଷା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଥରେ ଶୀତ ଫେରିଛି। ପଶ୍ଚିମା ଝଡ ବର୍ଷା ଯୋଗୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିଲା। ଦୁଇ ଦିନ ହେବ ପାଗରେ ପରିବର୍ତ୍ତନ ଆସିବା ପରେ ପୁଣି ଥରେ ଶୀତ ବଢ଼଼ିଛି। ଗତ ୩୬ ଘଣ୍ଟାରେ ରାଜ୍ୟର ଦାରିଙ୍ଗବାଡିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋନପୁରରେ ୮.୮, କେନ୍ଦୁଝରରେ ୯ ଡିଗ୍ରୀ ରେକର୍ଡ ହୋଉଥିବା ବେଳେ ୬ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନ ଥିବାରୁ ଏହି ସ୍ଥିିତି ଜାରି ରହିବ। ୨ ଦିନ ପରେ ତାପମାତ୍ରାରେ ପରିବର୍ତ୍ତନ ହେତୁ ଶୀତ ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨ ଦିନ ପରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ଓ ଶୀତର ପ୍ରକୋପ ହ୍ରାସ ପାଇବ।

ସେହିପରି ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବ। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଘନ କୁହୁଡି ହେବ। କୁହୁଡି ଯୋଗୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣାର ଆଶଙ୍କା ରହିଛି। ତେଣୁ ପରିବହନ ବ୍ୟବସ୍ଥା ଉପରେ ନଜର ରଖିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ୯ ତାରିଖଠାରୁ ରାଜ୍ୟରେ ପୁଣି ଥରେ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଡ. ସଞ୍ଜୀବ ଦ୍ୱିବେଦୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର