ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି ରେଳମନ୍ତ୍ରୀ: ବିଜେଡି

The Sakala Picture
Published On

ଭୁବନେଶ୍ବର: ରେଳ ଅନୁଦାନ କ୍ଷେତ୍ରରେ ଓଡ଼ିଶା ପୁଣି ଉପେକ୍ଷିତ। ଓଡ଼ିଶାବାସୀ ହତାଶ । ଧୋକା ଦିଆଯାଇଛି। ଗତକାଲି ରେଳ ବଜେଟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ଓଡ଼ିଶା ପାଇଁ ବିଜେପି ସରକାର ନୂତନ ସ୍ବପ୍ନ ଦେଖିଛି। ଓଡ଼ିଶାକୁ ଏ ବର୍ଷ ୧୦ ହଜାର ୫୯୯  କୋଟି ଦିଆଯାଇଛି। ପ୍ରତି ବର୍ଷ ୧୦ ହଜାର କୋଟି ଅଧିକ ଦିଆଯାଉଛି ବୋଲି ସେ କହିଲେ। ହେଲେ ଓଡ଼ିଶାରୁ କେତେ ନେଉଛି କେନ୍ଦ୍ର ଓ କେତେ ଦେଉଛି, ସତସାହସ […]

ଭୁବନେଶ୍ବର: ରେଳ ଅନୁଦାନ କ୍ଷେତ୍ରରେ ଓଡ଼ିଶା ପୁଣି ଉପେକ୍ଷିତ। ଓଡ଼ିଶାବାସୀ ହତାଶ । ଧୋକା ଦିଆଯାଇଛି। ଗତକାଲି ରେଳ ବଜେଟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ଓଡ଼ିଶା ପାଇଁ ବିଜେପି ସରକାର ନୂତନ ସ୍ବପ୍ନ ଦେଖିଛି। ଓଡ଼ିଶାକୁ ଏ ବର୍ଷ ୧୦ ହଜାର ୫୯୯  କୋଟି ଦିଆଯାଇଛି। ପ୍ରତି ବର୍ଷ ୧୦ ହଜାର କୋଟି ଅଧିକ ଦିଆଯାଉଛି ବୋଲି ସେ କହିଲେ। ହେଲେ ଓଡ଼ିଶାରୁ କେତେ ନେଉଛି କେନ୍ଦ୍ର ଓ କେତେ ଦେଉଛି, ସତସାହସ ଅଛି ଯଦି ଉତ୍ତର ଦିଅନ୍ତୁ ବୋଲି ବିଜେଡ଼ି କହିଛି। ଓଡ଼ିଶା ରେକର୍ଡ ରାଜସ୍ୱ ଦେଉଛି। ହେଲେ ପାଉଛି କେତେ ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ପୂର୍ବତଟ ରେଳବାଇରୁ ବର୍ଷକୁ ୨୫ ହଜାର କୋଟି ନେଉଛି ଓଡ଼ିଶାରୁ। ଅର୍ଥାତ ଗତ ୧୦ ବର୍ଷରେ ଅଢେଇ କୋଟି ଦେଇଛି। ଏଥର ମାତ୍ର ୧୩ ପ୍ରତିଶତ ଅଧିକ ବଜେଟ ମିଳିଛି। ଡବଲ ଇଞ୍ଜିନ ଡବଲ କଲାନି କାହିଁକି। ରାଜସ୍ୱ ନେବା ଆକାରରେ ଏହା ନଗଣ୍ୟ । ଓଡ଼ିଶାକୁ ବୈମାତୃକ ମନୋଭାବ ଜାରି ଅଛି।  ୨୦ ସାଂସଦ, ୩ ମନ୍ତ୍ରୀ ଓ ଡବଲ ଇଞ୍ଜିନ ସରକାର ଥାଇ ବି ଓଡ଼ିଶା ହତାଶ। ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ, କିଛି ମିଳିଲା ନାହିଁ ସାଧାରଣ ବଜେଟରେ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ରେଳ ମନ୍ତ୍ରୀ କହିଲେ, ଗତ ୧୦ ବର୍ଷରେ ଓଡ଼ିଶାରେ ୨୦୪୬ କିଲୋମିଟର ନୂଆ ଟ୍ରାକ କରାଯାଇଛି। ଯାହା ମାଲେସିଆର ସମ୍ପୂର୍ଣ୍ଣ ରେଳ ନେଟୱର୍କ ସହ ସମାନ। ୩.୪୫ କୋଟି ମାଲେସିଆର ଜନସଂଖ୍ୟ। ଓଡ଼ିଶା ଜନସଂଖ୍ୟା ଅଧିକ। କାହିଁକି ସ୍ପଷ୍ଟ ଦିବାଲୋକରେ ଓଡ଼ିଶାକୁ ବିଜେପି  ଲଣ୍ଠନ ଦେଖାଯାଉଛି ବୋଲି ଅଭିଯୋଗ କରିଛି ବିଜେଡ଼ି। ଲୋକେ ସୁଯୋଗ ଦେଲେ ଡବଲ ଇଂଜିନ ସରକାର ହେଲା।  ହେଲେ ଓଡ଼ିଶାକୁ ଭ୍ରମିତ କରାଯାଉଛି। ସାଂସଦ ଚୁପ ନ ହେଲେ ସେମାନଙ୍କ କଥା ରହୁନି।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ବିଜେପି ୨୦୧୪ ପରଠାରୁ କଣ କରୁଛି। ୭୮ ହଜାର କୋଟିର ବାହୋସ୍ପଟ ମରୁଛନ୍ତି। ରାୟଗଡା ନୂଆ ଜୋନ ହେଲେ। ୱାଲଟିଅର ଡିଭିଜନରୁ ୧୦ ହଜାର କୋଟି ଆସୁଥିଲା। ତାକୁ ଆନ୍ଧ୍ରକୁ ଖୁସି କରିବାକୁ ଦିଆଗଲା ।  ଚକ୍ରାନ୍ତ ହେଉଛି ତାହା ପୁଣି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବାକୁ। ଝାଡ଼ଖଣ୍ଡରେ ରେଳ ଡେନସିଟି ୩୨.୬। ଓଡ଼ିଶାରେ ୧୭ । ଡବଲ ଇଂଜିନ ଆସିବା ପରେ ଅଧିକ ଭୁଆଁ ବୁଲାଇବାକୁ ପ୍ରୟାସ ଚାଲିଛି। ରାଜନୈତିକ ଉଦ୍ଦେଶ୍ୟରୁ ଆବଣ୍ଟନ ହେଉଛି ବଜେଟ।

ରେଳ ମନ୍ତ୍ରୀ ଆହୁରି କହିଲେ ଯେ, ଓଡ଼ିଶାରେ କାମ ଭଲ ସେ ଚାଲିଛି । ୧୯୯୪ରୁ ଖୋର୍ଦ୍ଧା ବଲାଙ୍ଗୀର କାମ ଚାଲିଛି। ୨୦୨୪-୨୫ରେ ସରିବାର ଥିଲା। ହେଲେ ସରିଲା ନାହିଁ।  କେବେ ସରିବ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଅନ୍ୟ ପ୍ରକଳ୍ପ କେବେ ସରିବ ବି କହୁ ନାହାନ୍ତି। ଶୀତଳା ପ୍ଲଲି ଷ୍ଟୋରେଜ କାରଖାନା ଏଠୁ ମହାରାଷ୍ଟ୍ର ପଳେଇଲା । କଳାହାଣ୍ଡି ରେଳ ଇଲେକ୍ଟ୍ରି ଫ୍ୟାକ୍ଟ୍ରି ପାଇଁ ୧୦୦ ଏକର ଜମି ନେଲେ। ହେଲେ କାମ ହେଲାନି। ୭ ଜିଲ୍ଲାରେ ରେଳ ସଂଯୋଗ ନାହିଁ।  କେବେ ରେଳ ଲାଇନ ମିଳିବ ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ଯଦି ବିଜେପି ଭାବୁଛି, ଓଡ଼ିଶା ଏ ସବୁ ଭୁଲି ଯିବ। ସେମାନେ ଭୁଲ।  ୫୯ରେଳ ଷ୍ଟେସନ ନବୀକରଣରେ ଭୁବନେଶ୍ୱର ଅଛି ବୋଲି ଆଶା । ୨୦୧୫ ରେ କାମ ଆରମ୍ଭ ହୋଇଥିଲା। କେବେ ସରିବ, ଗୋଟେ ଷ୍ଟେସନ ତ ନବୀକରଣ ହୋଇ ପାରୁନି। ବାକି କେମିତି ହେବ ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ଆଉ ଗୋଟେ ରାଜ୍ୟକୁ ଖୁସି କରିବାକୁ କାମ ଚାଲିଛି। ପୂର୍ବତଟ ରେଳବାଇର ରୋଜଗାର କମାଇବାକୁ ଷଡଯନ୍ତ୍ର। ଗୋଟେ ଭ୍ରମ ସୃଷ୍ଟି ହେଉଛି ଯେ ଓଡ଼ିଶାରେ ଅଧିକ ରେଳ ବଜେଟ ଅଛି। ହେଲେ କାମ ସରିବା କଥା କହୁ ନାହାନ୍ତି। ଡବଲ ଇଂଜିନ ସରକାର ସମ୍ପୂର୍ଣ୍ଣ ଫମ୍ପା ଆବାଜ ଦେଉଛନ୍ତି। ଓଡ଼ିଶାର ରେଳ ଡେନସିଟି ଆନ୍ଧ୍ର କି ପଶ୍ଚିମବଙ୍ଗ ପାଖାପାଖି ହେବା ଦରକାର ବୋଲି ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି।

04 Feb 2025 By The Sakala

ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି ରେଳମନ୍ତ୍ରୀ: ବିଜେଡି

ଭୁବନେଶ୍ବର: ରେଳ ଅନୁଦାନ କ୍ଷେତ୍ରରେ ଓଡ଼ିଶା ପୁଣି ଉପେକ୍ଷିତ। ଓଡ଼ିଶାବାସୀ ହତାଶ । ଧୋକା ଦିଆଯାଇଛି। ଗତକାଲି ରେଳ ବଜେଟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ଓଡ଼ିଶା ପାଇଁ ବିଜେପି ସରକାର ନୂତନ ସ୍ବପ୍ନ ଦେଖିଛି। ଓଡ଼ିଶାକୁ ଏ ବର୍ଷ ୧୦ ହଜାର ୫୯୯  କୋଟି ଦିଆଯାଇଛି। ପ୍ରତି ବର୍ଷ ୧୦ ହଜାର କୋଟି ଅଧିକ ଦିଆଯାଉଛି ବୋଲି ସେ କହିଲେ। ହେଲେ ଓଡ଼ିଶାରୁ କେତେ ନେଉଛି କେନ୍ଦ୍ର ଓ କେତେ ଦେଉଛି, ସତସାହସ ଅଛି ଯଦି ଉତ୍ତର ଦିଅନ୍ତୁ ବୋଲି ବିଜେଡ଼ି କହିଛି। ଓଡ଼ିଶା ରେକର୍ଡ ରାଜସ୍ୱ ଦେଉଛି। ହେଲେ ପାଉଛି କେତେ ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ପୂର୍ବତଟ ରେଳବାଇରୁ ବର୍ଷକୁ ୨୫ ହଜାର କୋଟି ନେଉଛି ଓଡ଼ିଶାରୁ। ଅର୍ଥାତ ଗତ ୧୦ ବର୍ଷରେ ଅଢେଇ କୋଟି ଦେଇଛି। ଏଥର ମାତ୍ର ୧୩ ପ୍ରତିଶତ ଅଧିକ ବଜେଟ ମିଳିଛି। ଡବଲ ଇଞ୍ଜିନ ଡବଲ କଲାନି କାହିଁକି। ରାଜସ୍ୱ ନେବା ଆକାରରେ ଏହା ନଗଣ୍ୟ । ଓଡ଼ିଶାକୁ ବୈମାତୃକ ମନୋଭାବ ଜାରି ଅଛି।  ୨୦ ସାଂସଦ, ୩ ମନ୍ତ୍ରୀ ଓ ଡବଲ ଇଞ୍ଜିନ ସରକାର ଥାଇ ବି ଓଡ଼ିଶା ହତାଶ। ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ, କିଛି ମିଳିଲା ନାହିଁ ସାଧାରଣ ବଜେଟରେ।

ରେଳ ମନ୍ତ୍ରୀ କହିଲେ, ଗତ ୧୦ ବର୍ଷରେ ଓଡ଼ିଶାରେ ୨୦୪୬ କିଲୋମିଟର ନୂଆ ଟ୍ରାକ କରାଯାଇଛି। ଯାହା ମାଲେସିଆର ସମ୍ପୂର୍ଣ୍ଣ ରେଳ ନେଟୱର୍କ ସହ ସମାନ। ୩.୪୫ କୋଟି ମାଲେସିଆର ଜନସଂଖ୍ୟ। ଓଡ଼ିଶା ଜନସଂଖ୍ୟା ଅଧିକ। କାହିଁକି ସ୍ପଷ୍ଟ ଦିବାଲୋକରେ ଓଡ଼ିଶାକୁ ବିଜେପି  ଲଣ୍ଠନ ଦେଖାଯାଉଛି ବୋଲି ଅଭିଯୋଗ କରିଛି ବିଜେଡ଼ି। ଲୋକେ ସୁଯୋଗ ଦେଲେ ଡବଲ ଇଂଜିନ ସରକାର ହେଲା।  ହେଲେ ଓଡ଼ିଶାକୁ ଭ୍ରମିତ କରାଯାଉଛି। ସାଂସଦ ଚୁପ ନ ହେଲେ ସେମାନଙ୍କ କଥା ରହୁନି।

ବିଜେପି ୨୦୧୪ ପରଠାରୁ କଣ କରୁଛି। ୭୮ ହଜାର କୋଟିର ବାହୋସ୍ପଟ ମରୁଛନ୍ତି। ରାୟଗଡା ନୂଆ ଜୋନ ହେଲେ। ୱାଲଟିଅର ଡିଭିଜନରୁ ୧୦ ହଜାର କୋଟି ଆସୁଥିଲା। ତାକୁ ଆନ୍ଧ୍ରକୁ ଖୁସି କରିବାକୁ ଦିଆଗଲା ।  ଚକ୍ରାନ୍ତ ହେଉଛି ତାହା ପୁଣି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବାକୁ। ଝାଡ଼ଖଣ୍ଡରେ ରେଳ ଡେନସିଟି ୩୨.୬। ଓଡ଼ିଶାରେ ୧୭ । ଡବଲ ଇଂଜିନ ଆସିବା ପରେ ଅଧିକ ଭୁଆଁ ବୁଲାଇବାକୁ ପ୍ରୟାସ ଚାଲିଛି। ରାଜନୈତିକ ଉଦ୍ଦେଶ୍ୟରୁ ଆବଣ୍ଟନ ହେଉଛି ବଜେଟ।

ରେଳ ମନ୍ତ୍ରୀ ଆହୁରି କହିଲେ ଯେ, ଓଡ଼ିଶାରେ କାମ ଭଲ ସେ ଚାଲିଛି । ୧୯୯୪ରୁ ଖୋର୍ଦ୍ଧା ବଲାଙ୍ଗୀର କାମ ଚାଲିଛି। ୨୦୨୪-୨୫ରେ ସରିବାର ଥିଲା। ହେଲେ ସରିଲା ନାହିଁ।  କେବେ ସରିବ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଅନ୍ୟ ପ୍ରକଳ୍ପ କେବେ ସରିବ ବି କହୁ ନାହାନ୍ତି। ଶୀତଳା ପ୍ଲଲି ଷ୍ଟୋରେଜ କାରଖାନା ଏଠୁ ମହାରାଷ୍ଟ୍ର ପଳେଇଲା । କଳାହାଣ୍ଡି ରେଳ ଇଲେକ୍ଟ୍ରି ଫ୍ୟାକ୍ଟ୍ରି ପାଇଁ ୧୦୦ ଏକର ଜମି ନେଲେ। ହେଲେ କାମ ହେଲାନି। ୭ ଜିଲ୍ଲାରେ ରେଳ ସଂଯୋଗ ନାହିଁ।  କେବେ ରେଳ ଲାଇନ ମିଳିବ ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ଯଦି ବିଜେପି ଭାବୁଛି, ଓଡ଼ିଶା ଏ ସବୁ ଭୁଲି ଯିବ। ସେମାନେ ଭୁଲ।  ୫୯ରେଳ ଷ୍ଟେସନ ନବୀକରଣରେ ଭୁବନେଶ୍ୱର ଅଛି ବୋଲି ଆଶା । ୨୦୧୫ ରେ କାମ ଆରମ୍ଭ ହୋଇଥିଲା। କେବେ ସରିବ, ଗୋଟେ ଷ୍ଟେସନ ତ ନବୀକରଣ ହୋଇ ପାରୁନି। ବାକି କେମିତି ହେବ ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ଆଉ ଗୋଟେ ରାଜ୍ୟକୁ ଖୁସି କରିବାକୁ କାମ ଚାଲିଛି। ପୂର୍ବତଟ ରେଳବାଇର ରୋଜଗାର କମାଇବାକୁ ଷଡଯନ୍ତ୍ର। ଗୋଟେ ଭ୍ରମ ସୃଷ୍ଟି ହେଉଛି ଯେ ଓଡ଼ିଶାରେ ଅଧିକ ରେଳ ବଜେଟ ଅଛି। ହେଲେ କାମ ସରିବା କଥା କହୁ ନାହାନ୍ତି। ଡବଲ ଇଂଜିନ ସରକାର ସମ୍ପୂର୍ଣ୍ଣ ଫମ୍ପା ଆବାଜ ଦେଉଛନ୍ତି। ଓଡ଼ିଶାର ରେଳ ଡେନସିଟି ଆନ୍ଧ୍ର କି ପଶ୍ଚିମବଙ୍ଗ ପାଖାପାଖି ହେବା ଦରକାର ବୋଲି ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର