ବଲାଙ୍ଗୀର ସଭା ମଞ୍ଚରୁ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

The Sakala Picture
Published On

ବଲାଙ୍ଗୀର: ଜୁନ ୪ରେ କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର ଗଢିବ। ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଏହି ଦମ୍ଭୋକ୍ତି ଦେଖାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବଲାଙ୍ଗୀରକୁ ରାହୁଲ ଗାନ୍ଧୀ ପ୍ରଚାରରେ ଆସି କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି । ୨୨ ଜଣ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଛାଡ କରି କେନ୍ଦ୍ର ସରକାର ଧନୀକଙ୍କୁ ପ୍ରୋତ୍ସାହନ ଦେଇଛନ୍ତି। କେନ୍ଦ୍ର ସରକାର ୨୨/ ୨୫ ଜଣଙ୍କ ପାଇଁ କାମ କରୁଛନ୍ତି। ସରକାରକୁ ୯୦ […]

ବଲାଙ୍ଗୀର: ଜୁନ ୪ରେ କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର ଗଢିବ। ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଏହି ଦମ୍ଭୋକ୍ତି ଦେଖାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବଲାଙ୍ଗୀରକୁ ରାହୁଲ ଗାନ୍ଧୀ ପ୍ରଚାରରେ ଆସି କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି । ୨୨ ଜଣ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଛାଡ କରି କେନ୍ଦ୍ର ସରକାର ଧନୀକଙ୍କୁ ପ୍ରୋତ୍ସାହନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

କେନ୍ଦ୍ର ସରକାର ୨୨/ ୨୫ ଜଣଙ୍କ ପାଇଁ କାମ କରୁଛନ୍ତି। ସରକାରକୁ ୯୦ ଅଫିସର ଚଳାଉଛନ୍ତି। ସେଥିରୁ ମାତ୍ର ତିନି ଜଣ ଦଳିତ। ଏଥିରୁ ଜଣାପଡୁଛି କେନ୍ଦ୍ରର ଆଦିବାସୀ ଓ ଦଳିତ ପ୍ରୀତି। ବିଜେପି ସରକାର ଏଥର କ୍ଷମତାକୁ ଆସିଲେ ସମ୍ବିଧାନ ବଦଳାଇଦେବେ ବୋଲି କହୁଛନ୍ତି। ଦୁନିଆର କୌଣସି ଶକ୍ତି ସମ୍ବିଧାନ ବଦଳାଇପାରିବନି ବୋଲି ରାହୁଲ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ଇଣ୍ଡି ମେଣ୍ଟ ସରକାରକୁ ଆସିଲେ ପ୍ରଥମେ ଗରିବ ଲୋକଙ୍କ ତାଲିକା ହେବ। ପ୍ରତ୍ୟେକ ପରିବାରରୁ ଜଣେ ମହିଳାଙ୍କୁ ବଛାଯିବ। ୪ ଜୁଲାଇରେ ସେହି ମହିଳାଙ୍କ ଖାତାକୁ ପ୍ରଥମ କିସ୍ତିରେ ୮ ହଜାର ୫ଶହ ଟଙ୍କା ଯିବ। ଏପରି ଭାବେ ବର୍ଷକରେ କୋଟି କୋଟି ମନୋନୀତ ମହିଳାଙ୍କ ଖାତାକୁ ଏକ ଲକ୍ଷ ଟଙ୍କା ଯିବ ବୋଲି କହିଛନ୍ତି ରାହୁଲ। ସେହିପରି ଖାଲି ପଡିଥିବା ୩୦ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ। ମନରେଗା ମଜୁରୀକୁ ୨୫୦ରୁ ୪ଶହ ଟଙ୍କା କରିବ ଇଣ୍ଡି ମେଣ୍ଟ ସରକାର । ଇଣ୍ଡି ମେଣ୍ଟ ଆସିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବ ବୋଲି ପ୍ରକାଶ କରିଛନ୍ତି ରାହୁଲ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର