ସ୍ବର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ପୁଅଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ

The Sakala Picture
Published On

ଭୁବନେଶ୍ବର: ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କର ଗତକାଲି ପରଲୋକ ହୋଇଯାଇଛି । କଂଗ୍ରେସ ପାଇଁ ଏହା ଅପୂରଣୀୟ କ୍ଷତି ହୋଇଥିବା ବେଳେ ଆଜି ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ତାଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇଛନ୍ତି । ଦିଂବଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ମିଶ୍ର କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା । […]

ଭୁବନେଶ୍ବର: ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କର ଗତକାଲି ପରଲୋକ ହୋଇଯାଇଛି । କଂଗ୍ରେସ ପାଇଁ ଏହା ଅପୂରଣୀୟ କ୍ଷତି ହୋଇଥିବା ବେଳେ ଆଜି ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ତାଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇଛନ୍ତି । ଦିଂବଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ମିଶ୍ର କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା । ୧୯୮୦ରୁ ୧୯୮୯ ପର୍ଯ୍ଯନ୍ତ ସେ ବଲାଙ୍ଗୀରରୁ ଲୋକସଭାର ସାଂସଦ ଥିଲେ । ୧୯୮୩ରେ ସେ ପିସିସି ସଭାପତି ଭାବେ ବି ଦାୟିତ୍ବ ତୁଲାଇଥିଲେ । ସେ ୧୯୫୪ରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସ୍ବର୍ଗତ ମିଶ୍ର ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦକ୍ଷତା ପ୍ରଦର୍ଶନ କରିବା ପରେ ୧୯୫୬ରେ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରହିଥିଲେ ।‌୧୯୬୧ରୁ ୧୯୬୭ ପର୍ୟ୍ୟନ୍ତ ସେ ପିସିସି ସାଧାରଣ ସମ୍ପାଦକ ଥିଲେ ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ସ୍ବର୍ଗତ ମିଶ୍ରଙ୍କ ବିୟୋଗରେ ଓଡିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଏ. ଚେଲ୍ଲାକୁମାର ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ବର୍ଗତ ମିଶ୍ରଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏନେଇ ସେ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ପରେ ରାହୁଲ ମଧ୍ୟ ବିଭୂଙ୍କ ସହ କଥା ହୋଇଥିଲେ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ମିଶ୍ର ଜଣେ ଟାଣୁଆ କଂଗ୍ରେସ ନେତା ଥିଲେ । କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

23 Jul 2021 By The Sakala

ସ୍ବର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ପୁଅଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କର ଗତକାଲି ପରଲୋକ ହୋଇଯାଇଛି । କଂଗ୍ରେସ ପାଇଁ ଏହା ଅପୂରଣୀୟ କ୍ଷତି ହୋଇଥିବା ବେଳେ ଆଜି ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ତାଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇଛନ୍ତି । ଦିଂବଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ମିଶ୍ର କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା । ୧୯୮୦ରୁ ୧୯୮୯ ପର୍ଯ୍ଯନ୍ତ ସେ ବଲାଙ୍ଗୀରରୁ ଲୋକସଭାର ସାଂସଦ ଥିଲେ । ୧୯୮୩ରେ ସେ ପିସିସି ସଭାପତି ଭାବେ ବି ଦାୟିତ୍ବ ତୁଲାଇଥିଲେ । ସେ ୧୯୫୪ରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସ୍ବର୍ଗତ ମିଶ୍ର ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦକ୍ଷତା ପ୍ରଦର୍ଶନ କରିବା ପରେ ୧୯୫୬ରେ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରହିଥିଲେ ।‌୧୯୬୧ରୁ ୧୯୬୭ ପର୍ୟ୍ୟନ୍ତ ସେ ପିସିସି ସାଧାରଣ ସମ୍ପାଦକ ଥିଲେ ।

ସ୍ବର୍ଗତ ମିଶ୍ରଙ୍କ ବିୟୋଗରେ ଓଡିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଏ. ଚେଲ୍ଲାକୁମାର ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ବର୍ଗତ ମିଶ୍ରଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏନେଇ ସେ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ପରେ ରାହୁଲ ମଧ୍ୟ ବିଭୂଙ୍କ ସହ କଥା ହୋଇଥିଲେ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ମିଶ୍ର ଜଣେ ଟାଣୁଆ କଂଗ୍ରେସ ନେତା ଥିଲେ । କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର