ବିପଦସଙ୍କୁଳ ଜନଜାତି ସମୂହଙ୍କ ବିକାଶ ସମ୍ପର୍କରେ ବିଜେଡିର ୩ ସାଂସଦଙ୍କ ପ୍ରଶ୍ନ

The Sakala Picture
Published On

ଭୁବନେଶ୍ୱର: ବିପଦସଙ୍କୁଳ ଜନଜାତି ସମୂହ(ପିଭିଟିଜି)ଙ୍କ ସାମଗ୍ରିକ ବିକାଶ ଏବଂ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପିଭିଟିଜିଙ୍କ ବିକାଶ ଡେଭଲପମେଣ୍ଟ ଅଫ୍‌ ପିଭିଟିଜି ନାମକ ଏକ ଯୋଜନାର ମଧ୍ୟ ପ୍ରଣୟନ କରାଯାଇଛି । ଆଦିବାସୀଙ୍କ ମଧ୍ୟରେ ସର୍ବାଧିକ ବିପଦଶଙ୍କୁଳ ଅବସ୍ଥାରେ ଥିବା ଲୋକମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି । ସମ୍ବିଧାନ(ଅନୁସୂଚିତ ଜନଜାତି) ଆଦେଶ, […]

ଭୁବନେଶ୍ୱର: ବିପଦସଙ୍କୁଳ ଜନଜାତି ସମୂହ(ପିଭିଟିଜି)ଙ୍କ ସାମଗ୍ରିକ ବିକାଶ ଏବଂ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପିଭିଟିଜିଙ୍କ ବିକାଶ ଡେଭଲପମେଣ୍ଟ ଅଫ୍‌ ପିଭିଟିଜି ନାମକ ଏକ ଯୋଜନାର ମଧ୍ୟ ପ୍ରଣୟନ କରାଯାଇଛି । ଆଦିବାସୀଙ୍କ ମଧ୍ୟରେ ସର୍ବାଧିକ ବିପଦଶଙ୍କୁଳ ଅବସ୍ଥାରେ ଥିବା ଲୋକମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି । ସମ୍ବିଧାନ(ଅନୁସୂଚିତ ଜନଜାତି) ଆଦେଶ, ୧୯୫୦ ଅନୁଯାୟୀ ରାଜ୍ୟରେ ପିଭିଟିଜିଙ୍କ ବିକାଶ ପାଇଁ କଣ ପଦକ୍ଷେପ ନିଆଯାଇଛି ସେନେଇ ଆଜି ସଂସଦରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ପ୍ରଶାନ୍ତ ନନ୍ଦ ଓ ସୁଲତା ଦେଓଙ୍କ ପ୍ରଶ୍ନର ଉତ୍ତରରେ ମନ୍‌ତ୍ରୀ ଏନେଇ ବିସ୍ତୃତ ତଥ୍ୟ ରଖିଛନ୍ତି । ସେହିପରି ୨୦୨୦-୨୧, ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ପିଭିଟିଜିଙ୍କ ବିକାଶ ପାଇଁ ଓଡ଼ିଶାକୁ ମୋଟ ୪୧ କୋଟି ୯୫ ଲକ୍ଷ ୭୫ ହଜାର ଟଙ୍କା ମିଳିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଲୋନାଭାଲା ଖାତରୁ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ୩୬ ଘଣ୍ଟା ପରେ ମିଳିଲା ପତ୍ତା

ମନ୍ତ୍ରୀ କହିଛନ୍ତି ଯେ, ପିଭିଟିଜିଙ୍କ ବିକାଶ ପାଇଁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାର ନିୟମିତ ଭାବେ ଅର୍ଥରାଶି ପ୍ରଦାନ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଭୂମି ବିକାଶ, କୃଷି ବିକାଶ, ପ୍ରାଣୀସମ୍ପଦ, ଲିଙ୍କ ରୋଡ ନିର୍ମାଣ ଏବଂ ଆଦିବାସୀ ସଂସ୍କୃତି ତଥା ପରମ୍ପରାର ସଂରକ୍ଷଣ ନିମିତ୍ତ ଉପରୋକ୍ତ ଅର୍ଥ ପ୍ରଦାନ କରାଯାଉଛି । ମୋଟ ଚିହ୍ନିତ ୭୫ଟି ପିଭିଟିଜି ବର୍ଗଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯାଉଛି । ସେହିପରି ମନ୍ତ୍ରୀଳୟ ପକ୍ଷରୁ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଯୋଜନା ପ୍ରଣୟନ କରିଥିବା ବେଳେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କୁ ଉକ୍ରୃଷ୍ଟ ଧରଣର ଶିକ୍ଷା ପ୍ରଦାନ କରାଯାଉଛି । ପ୍ରତିଟି ବିଦ୍ୟାଳୟର ମୋଟ ସିଟ୍‌ର ୫ ପ୍ରତିଶତ ସିଟ୍‌ ପିଭିଟିଜି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଜାତୀୟ ଫେଲୋସିପ୍‌ ଯୋଜନା ଅଧିନରେ ମୋଟ ୭୫୦ଟି ସ୍ଲଟ୍‌ ମଧ୍ୟରୁ ୨୫ଟି ପିଭିଟିଜି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ୨୦୨୩-୨୪ରେ ପ୍ରଧାନମନ୍ତ୍ରୀ ପିଭିଟିଜି ଉନ୍ନୟନ ମିଶନର ଆରମ୍ଭ ହୋଇଥିବା ବେଳେ ଏଥିରେ ମୋଟ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଲୋକସଭାରୁ ୮ ବିରୋଧୀ ସାଂସଦ ନିଲମ୍ବିତ: ଚୀନ୍ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp