ଏଣିକି +୨ରେ ହେବ ତ୍ରୈମାସିକ ପରୀକ୍ଷା : ଗୋଟିଏ ତ୍ରୈମାସିକ ପରୀକ୍ଷା ନଦେଲେ ମୁଖ୍ୟ ପରୀକ୍ଷାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ବର : ଚଳିତ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଇଁ ତ୍ରୈମାସିକ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ତିନି ମାସରେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏ ପରୀକ୍ଷା ଦେବାକୁ ପଡିବ। ଅର୍ଥାତ୍‌ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷାଗୁଡ଼ିକରେ ଅଂଶଗ୍ରହଣ ନ କରନ୍ତି ‌ତେବେ ସେମାନେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ। କରୋନା ପାଇଁ ଗତ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଏଭଳି ଢାଞ୍ଚାକୁ ୨୦୨୨-୨୩ […]

ଭୁବନେଶ୍ବର : ଚଳିତ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଇଁ ତ୍ରୈମାସିକ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ତିନି ମାସରେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏ ପରୀକ୍ଷା ଦେବାକୁ ପଡିବ। ଅର୍ଥାତ୍‌ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷାଗୁଡ଼ିକରେ ଅଂଶଗ୍ରହଣ ନ କରନ୍ତି ‌ତେବେ ସେମାନେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

କରୋନା ପାଇଁ ଗତ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଏଭଳି ଢାଞ୍ଚାକୁ ୨୦୨୨-୨୩ ଶିକ୍ଷାବର୍ଷରେ ମଧ୍ୟ ଲାଗୁ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା କରାଯାଇଛି। ଏନେଇ ପ୍ରାରମ୍ଭିକ ଆଲୋଚନା ମଧ୍ୟ ଶେଷ ହୋଇଛି। ବିଭାଗୀୟ ଅଧିକାରୀ ଓ ପରୀକ୍ଷା ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏଭଳି ବ୍ୟବସ୍ଥା ସପକ୍ଷରେ ଅଛନ୍ତି। ମାତ୍ର ଉକ୍ତ ତ୍ରୈମାସିକ ପରୀକ୍ଷାଗୁଡ଼ିକର ମାର୍କକୁ ମୁଖ୍ୟ ପରୀକ୍ଷା ସହ ମିଶାଯିବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏନେଇ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ପଦକ୍ଷେପ ନିଆଯିବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

ଅନ୍ୟପଟେ ଚଳିତ ଶିକ୍ଷାବର୍ଷରୁ ଶତ ପ୍ରତିଶତ ସିଲାବସରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସହ ପରୀକ୍ଷା ହେବ। ଏନେଇ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଶତ ପ୍ରତିଶତ ସିଲାବସ୍‌ରେ ପାଠ ପଢ଼ା ସହ ସେହି ସିଲାବସ୍ ଆଧାରରେ ପିଲାଙ୍କ ପରୀକ୍ଷା ବି କରାଯିବ । କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା। କିନ୍ତୁ ଚଳିତ ଶିକ୍ଷା ବର୍ଷରେ ୧୦୦ ପ୍ରତିଶତ ସିଲାବସ୍‌ର ପାଠ ପଢ଼ି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥି ସହିତ ଯେଉଁ ଛାତ୍ରଛାତ୍ରୀ ୨୦୨୨ରେ ଫେଲ୍ ହୋଇଯାଇଛନ୍ତି। ସେମାନେ ପୁରୁଣା ସିଲାବସ୍ ଅନୁସାରେ ୨୦୨୩ରେ ପରୀକ୍ଷା ଦେବେ। ସେମାନଙ୍କ ପ୍ରଶ୍ନ ୨୦୨୨ ଢାଞ୍ଚାରେ ରହିବ । ୭୦ ପ୍ରତିଶତ ସିଲାବସରେ ସେମାନେ ପରୀକ୍ଷା ଦେବେ ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର