ସ୍ନାନ ପୂର୍ଣ୍ଣିମା ପାଇଁ ଟ୍ରାଫିକ୍‍ କଟକଣା: ମରିଚିକୋଟ ଛକଠାରୁ ଜଗାବଳିଆ ଲଜ୍‍ ପର୍ଯ୍ୟନ୍ତ ନୋ ଭେଇକ୍ଲି ଜୋନ୍‍

The Sakala Picture
Published On

ପୁରୀ: ଆସନ୍ତା ମଙ୍ଗଳବାର ସ୍ନାନପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଏବେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ପ୍ରବଳ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାର୍କେଟ୍‍ ଛକରୁ କରାଯାଇଛି ବ୍ୟାରିକେଡ୍‍। ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‍ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍‍ପି ଡ. କନୱର ବିଶାଲ ସିଂ। ପ୍ରାୟ ୫୦ ପ୍ଲାଟୁନ୍‍ […]

ପୁରୀ: ଆସନ୍ତା ମଙ୍ଗଳବାର ସ୍ନାନପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଏବେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ପ୍ରବଳ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାର୍କେଟ୍‍ ଛକରୁ କରାଯାଇଛି ବ୍ୟାରିକେଡ୍‍। ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‍ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍‍ପି ଡ. କନୱର ବିଶାଲ ସିଂ। ପ୍ରାୟ ୫୦ ପ୍ଲାଟୁନ୍‍ ଫୋର୍ସ ସହ ଅଭିଜ୍ଞ ପୁଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ୍‍ଙ୍କୁ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ସ୍ନାନପୂର୍ଣ୍ଣିମା ଲାଗି ସୋମବାର ପୁଲିସ ଟ୍ରାଫିକ୍‍ କଟକଣା ଚୂଡ଼ାନ୍ତ କରିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ପୁଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଦୈନନ୍ଦିନ ଭୁବନେଶ୍ୱର ଏବଂ କୋଣାର୍କ ପଟୁ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍‍ ବସ୍‍ଷ୍ଟାଣ୍ଡକୁ ଆସିପାରିବ। ସହର ମଧ୍ୟରେ ଚଳାଚଳ କରୁଥିବା ବସ୍‍କୁ ମେଡିକାଲ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିବ। ବଡ଼ଦାଣ୍ଡରେ ଚିହ୍ନଟ ସ୍ଥାନରେ ଦୁଇଚକିଆ ପାର୍କିଂ କରିପାରିବ। ହାଲୁକା ଗାଡ଼ି, କାର୍‍ ଜଗନ୍ନାଥ ବଲ୍ଲଭ, ଶରଧାବାଲି, ବ୍ଲୁ ଫ୍ଲାଗ୍‍ ବିଚ୍‍ ଏବଂ ଦିଗବାରେଣୀ ପାର୍କିଂସ୍ଥଳରେ ପାର୍କିଂ କରିବେ। ପାର୍କିଂ ସ୍ଥଳରେ ଗାଡ଼ିକୁ ଦେଖି ସେମାନଙ୍କୁ ଅନ୍ୟ ସ୍ଥାନକୁ ପଠାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକଠାରୁ ଜଗାବଳିଆ ଲଜ୍‍ ପର୍ଯ୍ୟନ୍ତ ନୋ ଭେଇକ୍ଲି ଜୋନ୍‍ ରହିବ।

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

13 Jun 2022 By The Sakala

ସ୍ନାନ ପୂର୍ଣ୍ଣିମା ପାଇଁ ଟ୍ରାଫିକ୍‍ କଟକଣା: ମରିଚିକୋଟ ଛକଠାରୁ ଜଗାବଳିଆ ଲଜ୍‍ ପର୍ଯ୍ୟନ୍ତ ନୋ ଭେଇକ୍ଲି ଜୋନ୍‍

ପୁରୀ: ଆସନ୍ତା ମଙ୍ଗଳବାର ସ୍ନାନପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଏବେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ପ୍ରବଳ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାର୍କେଟ୍‍ ଛକରୁ କରାଯାଇଛି ବ୍ୟାରିକେଡ୍‍। ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‍ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍‍ପି ଡ. କନୱର ବିଶାଲ ସିଂ। ପ୍ରାୟ ୫୦ ପ୍ଲାଟୁନ୍‍ ଫୋର୍ସ ସହ ଅଭିଜ୍ଞ ପୁଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ୍‍ଙ୍କୁ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ସ୍ନାନପୂର୍ଣ୍ଣିମା ଲାଗି ସୋମବାର ପୁଲିସ ଟ୍ରାଫିକ୍‍ କଟକଣା ଚୂଡ଼ାନ୍ତ କରିଛି।

ପୁଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଦୈନନ୍ଦିନ ଭୁବନେଶ୍ୱର ଏବଂ କୋଣାର୍କ ପଟୁ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍‍ ବସ୍‍ଷ୍ଟାଣ୍ଡକୁ ଆସିପାରିବ। ସହର ମଧ୍ୟରେ ଚଳାଚଳ କରୁଥିବା ବସ୍‍କୁ ମେଡିକାଲ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିବ। ବଡ଼ଦାଣ୍ଡରେ ଚିହ୍ନଟ ସ୍ଥାନରେ ଦୁଇଚକିଆ ପାର୍କିଂ କରିପାରିବ। ହାଲୁକା ଗାଡ଼ି, କାର୍‍ ଜଗନ୍ନାଥ ବଲ୍ଲଭ, ଶରଧାବାଲି, ବ୍ଲୁ ଫ୍ଲାଗ୍‍ ବିଚ୍‍ ଏବଂ ଦିଗବାରେଣୀ ପାର୍କିଂସ୍ଥଳରେ ପାର୍କିଂ କରିବେ। ପାର୍କିଂ ସ୍ଥଳରେ ଗାଡ଼ିକୁ ଦେଖି ସେମାନଙ୍କୁ ଅନ୍ୟ ସ୍ଥାନକୁ ପଠାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକଠାରୁ ଜଗାବଳିଆ ଲଜ୍‍ ପର୍ଯ୍ୟନ୍ତ ନୋ ଭେଇକ୍ଲି ଜୋନ୍‍ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର