ଆଲୋକିତ ହେଲା ବିଶ୍ଵଐତିହ୍ୟ କୋଣାର୍କ

The Sakala Picture
Published On

କୋଣାର୍କ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ପ୍ରକୋପରୁ ଭାରତବାସୀଙ୍କୁ ସୁରକ୍ଷିତ ରଖିବାକୁ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ ଅଭିଯାନ। ଏବେ ଶହେକୋଟି ଟପିଛି ଟିକାକରଣ। ଏହି ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଗୁରୁବାର ଭାରତବର୍ଷର ୧୦୦ଟି ଐତିହ୍ୟକୁ ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଛି। ଏଥ୍ ମଧ୍ୟରେ ରହିଛି ଓଡ଼ିଶାର ଅନନ୍ୟ ଏତିହ୍ୟ ସୂର୍ଯ୍ୟମନ୍ଦିର କୋଣାର୍କ | ଗୁରୁବାର ସନ୍ଧ୍ୟା ସାଢେ ୬ଟାରେ ଜାତୀୟ ପତାକା ତ୍ରିରଙ୍ଗାର ତିନୋଟି ରଙ୍ଗ ଧବଳ, […]

କୋଣାର୍କ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ପ୍ରକୋପରୁ ଭାରତବାସୀଙ୍କୁ ସୁରକ୍ଷିତ ରଖିବାକୁ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ ଅଭିଯାନ। ଏବେ ଶହେକୋଟି ଟପିଛି ଟିକାକରଣ। ଏହି ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଗୁରୁବାର ଭାରତବର୍ଷର ୧୦୦ଟି ଐତିହ୍ୟକୁ ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଛି। ଏଥ୍ ମଧ୍ୟରେ ରହିଛି ଓଡ଼ିଶାର ଅନନ୍ୟ ଏତିହ୍ୟ ସୂର୍ଯ୍ୟମନ୍ଦିର କୋଣାର୍କ | ଗୁରୁବାର ସନ୍ଧ୍ୟା ସାଢେ ୬ଟାରେ ଜାତୀୟ ପତାକା ତ୍ରିରଙ୍ଗାର ତିନୋଟି ରଙ୍ଗ ଧବଳ, ସବୁଜ ଓ ନାରଙ୍ଗୀରେ ସୂର୍ଯ୍ୟମନ୍ଦିରକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା । ପର୍ଯ୍ୟଟକମାନେ ମନ୍ଦିରର ଅପୂର୍ବ ଶୋଭାରାଜି ଦର୍ଶନ କରି ଆତ୍ମବିମୋହିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

କରୋନା ନିରାକରଣ ଦିଗରେ ଅହରହ କାର୍ଯ୍ୟରତ ଟିକାଦାନକାରୀ, ସ୍ୱଚ୍ଛତା କର୍ମୀ, ପାରାମେଡିକାଲ କର୍ମୀ, ପୋଲିସ ସମେତ ଅନ୍ୟ ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଆଲୋକୀକରଣ କାର୍ଯ୍ୟକ୍ରମ କରାଯାଇଛି। ସ୍ୱତନ୍ତ୍ର ପ୍ରୋଜେକ୍ଟର ମାଧ୍ୟମରେ ମନ୍ଦିରର ଆପାଦମସ୍ତକ ଖଞ୍ଜାଯାଇଥିବା ହାଇମାଷ୍ଟ ଓ ଟ୍ୟୁବ୍ ଲାଇଟକୁ ଜଳାଇ ଆଲୋକିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

22 Oct 2021 By The Sakala

ଆଲୋକିତ ହେଲା ବିଶ୍ଵଐତିହ୍ୟ କୋଣାର୍କ

କୋଣାର୍କ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ପ୍ରକୋପରୁ ଭାରତବାସୀଙ୍କୁ ସୁରକ୍ଷିତ ରଖିବାକୁ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ ଅଭିଯାନ। ଏବେ ଶହେକୋଟି ଟପିଛି ଟିକାକରଣ। ଏହି ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଗୁରୁବାର ଭାରତବର୍ଷର ୧୦୦ଟି ଐତିହ୍ୟକୁ ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଛି। ଏଥ୍ ମଧ୍ୟରେ ରହିଛି ଓଡ଼ିଶାର ଅନନ୍ୟ ଏତିହ୍ୟ ସୂର୍ଯ୍ୟମନ୍ଦିର କୋଣାର୍କ | ଗୁରୁବାର ସନ୍ଧ୍ୟା ସାଢେ ୬ଟାରେ ଜାତୀୟ ପତାକା ତ୍ରିରଙ୍ଗାର ତିନୋଟି ରଙ୍ଗ ଧବଳ, ସବୁଜ ଓ ନାରଙ୍ଗୀରେ ସୂର୍ଯ୍ୟମନ୍ଦିରକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା । ପର୍ଯ୍ୟଟକମାନେ ମନ୍ଦିରର ଅପୂର୍ବ ଶୋଭାରାଜି ଦର୍ଶନ କରି ଆତ୍ମବିମୋହିତ ହୋଇଛନ୍ତି।

କରୋନା ନିରାକରଣ ଦିଗରେ ଅହରହ କାର୍ଯ୍ୟରତ ଟିକାଦାନକାରୀ, ସ୍ୱଚ୍ଛତା କର୍ମୀ, ପାରାମେଡିକାଲ କର୍ମୀ, ପୋଲିସ ସମେତ ଅନ୍ୟ ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଆଲୋକୀକରଣ କାର୍ଯ୍ୟକ୍ରମ କରାଯାଇଛି। ସ୍ୱତନ୍ତ୍ର ପ୍ରୋଜେକ୍ଟର ମାଧ୍ୟମରେ ମନ୍ଦିରର ଆପାଦମସ୍ତକ ଖଞ୍ଜାଯାଇଥିବା ହାଇମାଷ୍ଟ ଓ ଟ୍ୟୁବ୍ ଲାଇଟକୁ ଜଳାଇ ଆଲୋକିତ କରାଯାଇଛି।

https://www.thesakala.in/latest-odisha-news/puri/the-world-famous-konark-was-illuminated/article-6269
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର