ପୁରୀ ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଏଡିଜି

The Sakala Picture
Published On

ପୁରୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଜଭବନରେ ରାତ୍ରିଯାପନ ପରେ ୨୦ ତାରିଖରେ ଗୌଡ଼ୀୟ ମିଶନ ପ୍ରତିଷ୍ଠାତା ଶ୍ରମୀଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଶରଧାବାଲିରେ ଅନୁଷ୍ଠିତ ହେବାକୁ ଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ପୁରୀ ଗସ୍ତକୁ ନେଇ ଏଡିଜି ରାକେଶ […]

ପୁରୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଜଭବନରେ ରାତ୍ରିଯାପନ ପରେ ୨୦ ତାରିଖରେ ଗୌଡ଼ୀୟ ମିଶନ ପ୍ରତିଷ୍ଠାତା ଶ୍ରମୀଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଶରଧାବାଲିରେ ଅନୁଷ୍ଠିତ ହେବାକୁ ଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ପୁରୀ ଗସ୍ତକୁ ନେଇ ଏଡିଜି ରାକେଶ କୁମାର ଶର୍ମା ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏସ୍ପି ଡ. କନୱର ବିଶାଲ ସିଂଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ଓ ଶରଧାବାଲିଠାରେ ହେବାକୁ ଥିବା ସାଧୁ ସମ୍ମିଳନୀ ସ୍ଥଳ ବୁଲି ଦେଖିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବଳ ନିୟୋଜିତ କରାଯିବାକୁ ଥିବାବେଳେ ଯେପରି କୌଣସି ସମସ୍ୟା ନ ହୁଏ ତାହା ଉପରେ ବିଶେଷ ଅନୁଧ୍ୟାନ କରିଛନ୍ତି । ଏଡିଜି ପ୍ରଥମେ ରାଷ୍ଟ୍ରପତି ଯିବାକୁ ଥିବା ଗୌଡ଼ୀୟ ମଠକୁ ଯାଇଥିଲେ । ସେଠାରେ ମଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଶରଧାବାଲିରେ ହେବାକୁ ଥିବା ସାଧୁସନ୍ଥ ସମ୍ମିଳନୀ ସ୍ଥଳ ବୁଲିଥିଲେ ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

15 Feb 2022 By The Sakala

ପୁରୀ ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଏଡିଜି

ପୁରୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଜଭବନରେ ରାତ୍ରିଯାପନ ପରେ ୨୦ ତାରିଖରେ ଗୌଡ଼ୀୟ ମିଶନ ପ୍ରତିଷ୍ଠାତା ଶ୍ରମୀଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଶରଧାବାଲିରେ ଅନୁଷ୍ଠିତ ହେବାକୁ ଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ ।

ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ପୁରୀ ଗସ୍ତକୁ ନେଇ ଏଡିଜି ରାକେଶ କୁମାର ଶର୍ମା ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏସ୍ପି ଡ. କନୱର ବିଶାଲ ସିଂଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ଓ ଶରଧାବାଲିଠାରେ ହେବାକୁ ଥିବା ସାଧୁ ସମ୍ମିଳନୀ ସ୍ଥଳ ବୁଲି ଦେଖିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବଳ ନିୟୋଜିତ କରାଯିବାକୁ ଥିବାବେଳେ ଯେପରି କୌଣସି ସମସ୍ୟା ନ ହୁଏ ତାହା ଉପରେ ବିଶେଷ ଅନୁଧ୍ୟାନ କରିଛନ୍ତି । ଏଡିଜି ପ୍ରଥମେ ରାଷ୍ଟ୍ରପତି ଯିବାକୁ ଥିବା ଗୌଡ଼ୀୟ ମଠକୁ ଯାଇଥିଲେ । ସେଠାରେ ମଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଶରଧାବାଲିରେ ହେବାକୁ ଥିବା ସାଧୁସନ୍ଥ ସମ୍ମିଳନୀ ସ୍ଥଳ ବୁଲିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର