ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଅଭିଯୋଗର ଘଣ୍ଟାଏ ପରେ ଦୂରହେଲା ପାନୀୟ ଜଳ ସମସ୍ୟା

The Sakala Picture
Published On

ପୁରୀ : ପାନୀୟ ଜଳ ସମସ୍ୟା ସଂପର୍କିତ ଅଭିଯୋଗର ମାତ୍ର ଏକ ଘଣ୍ଟା ମଧ୍ୟରେ ସମାଧାନ ହୋଇଛି। ଏଭଳି ଘଟଣା ପୁରୀ ଜିଲା ଗୋପ ବ୍ଲକ୍‍ ନାଗପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ସରକାରୀ ଦପ୍ତରରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବର୍ଷ ବର୍ଷ ପରେ ବି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନ ଥିବାବେଳେ ଏକ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରି ନାଗପୁର ସରପଞ୍ଚ ଅକ୍ଷୟ କୁମାର ନିଶଙ୍କ ଚର୍ଚ୍ଚାରେ ରହିଛନ୍ତି। ପ୍ରକାଶ ଯେ, ନାଗପୁର ପଞ୍ଚାୟତ […]

ପୁରୀ : ପାନୀୟ ଜଳ ସମସ୍ୟା ସଂପର୍କିତ ଅଭିଯୋଗର ମାତ୍ର ଏକ ଘଣ୍ଟା ମଧ୍ୟରେ ସମାଧାନ ହୋଇଛି। ଏଭଳି ଘଟଣା ପୁରୀ ଜିଲା ଗୋପ ବ୍ଲକ୍‍ ନାଗପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ସରକାରୀ ଦପ୍ତରରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବର୍ଷ ବର୍ଷ ପରେ ବି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନ ଥିବାବେଳେ ଏକ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରି ନାଗପୁର ସରପଞ୍ଚ ଅକ୍ଷୟ କୁମାର ନିଶଙ୍କ ଚର୍ଚ୍ଚାରେ ରହିଛନ୍ତି। ପ୍ରକାଶ ଯେ, ନାଗପୁର ପଞ୍ଚାୟତ ସ୍ଥିତ ୱାର୍ଡ଼ ନଂ ୧୬ ବାଙ୍କିପୁର ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ରହିଆସିଥିଲା। ଏ ନେଇ ଗ୍ରାମବାସୀ ୱାର୍ଡ଼ସଭ୍ୟଙ୍କୁ ଅଭିଯୋଗ କରିଥିଲେ; ହେଲେ ସେ ଗୁରୁତ୍ୱ ଦେଇ ନ ଥିଲେ। ଗରୁବାର ସରପଞ୍ଚ ଶ୍ରୀ ନିଶଙ୍କ ଜନସାଧାରଣଙ୍କ ସମସ୍ୟା ସମାଧାନ ଲାଗି ବିଭିନ୍ନ ଗ୍ରାମ ପରିଦର୍ଶନ କରିବାବେଳେ ବାଙ୍କିପୁର ଗ୍ରାମକୁ ଯାଇଥିଲେ। ପରେ କିଛି ମହିଳା ସରପଞ୍ଚଙ୍କୁ ସମସ୍ୟା ସଂପର୍କରେ ଅବଗତ କରିଥିଲେ। ପରେ ସରପଞ୍ଚ ମହିଳାମାନଙ୍କ ସହ ବସି ଆଲୋଚନା କରିଥିଲେ। ଗାଁର ସମସ୍ୟାକୁ ଉପଲବ୍ଧି କରି ସଙ୍ଗେ ସଙ୍ଗେ ଏସିଏମ୍‍ଙ୍କୁ ଡ଼କାଇ ନଳକୂପ ଏବଂ କେତେକ ଷ୍ଟାଣ୍ଡପୋଷ୍ଟ ମରାମତି କରିଥିଲେ। ନଳକୂପରେ ପାଣି ଆସିବା ପରେ ମହିଳାମାନେ ସରପଞ୍ଚଙ୍କୁ ସାଧୁବାଦ ଜଣାଇଥିଲେ। ଏହି ପଞ୍ଚାୟତରେ ଜନସାଧାରଣଙ୍କ ସମସ୍ୟା ସଂପର୍କରେ ପଞ୍ଚାୟତରେ ଅଭିଯୋଗ ହେବା ମାତ୍ରେ ତତ୍‍କ୍ଷଣାତ୍‍ ସମାଧାନ ହେଉଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି। ତେବେ ଜନସାଧାରଣଙ୍କ ସେବା ମୋର କର୍ତ୍ତବ୍ୟ ଓ ଦାୟିତ୍ୱ ବୋଲି ସରପଞ୍ଚ ଶ୍ରୀ ନିଶଙ୍କ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

23 Apr 2021 By The Sakala

ଅଭିଯୋଗର ଘଣ୍ଟାଏ ପରେ ଦୂରହେଲା ପାନୀୟ ଜଳ ସମସ୍ୟା

ପୁରୀ : ପାନୀୟ ଜଳ ସମସ୍ୟା ସଂପର୍କିତ ଅଭିଯୋଗର ମାତ୍ର ଏକ ଘଣ୍ଟା ମଧ୍ୟରେ ସମାଧାନ ହୋଇଛି। ଏଭଳି ଘଟଣା ପୁରୀ ଜିଲା ଗୋପ ବ୍ଲକ୍‍ ନାଗପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ସରକାରୀ ଦପ୍ତରରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବର୍ଷ ବର୍ଷ ପରେ ବି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନ ଥିବାବେଳେ ଏକ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରି ନାଗପୁର ସରପଞ୍ଚ ଅକ୍ଷୟ କୁମାର ନିଶଙ୍କ ଚର୍ଚ୍ଚାରେ ରହିଛନ୍ତି। ପ୍ରକାଶ ଯେ, ନାଗପୁର ପଞ୍ଚାୟତ ସ୍ଥିତ ୱାର୍ଡ଼ ନଂ ୧୬ ବାଙ୍କିପୁର ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ରହିଆସିଥିଲା। ଏ ନେଇ ଗ୍ରାମବାସୀ ୱାର୍ଡ଼ସଭ୍ୟଙ୍କୁ ଅଭିଯୋଗ କରିଥିଲେ; ହେଲେ ସେ ଗୁରୁତ୍ୱ ଦେଇ ନ ଥିଲେ। ଗରୁବାର ସରପଞ୍ଚ ଶ୍ରୀ ନିଶଙ୍କ ଜନସାଧାରଣଙ୍କ ସମସ୍ୟା ସମାଧାନ ଲାଗି ବିଭିନ୍ନ ଗ୍ରାମ ପରିଦର୍ଶନ କରିବାବେଳେ ବାଙ୍କିପୁର ଗ୍ରାମକୁ ଯାଇଥିଲେ। ପରେ କିଛି ମହିଳା ସରପଞ୍ଚଙ୍କୁ ସମସ୍ୟା ସଂପର୍କରେ ଅବଗତ କରିଥିଲେ। ପରେ ସରପଞ୍ଚ ମହିଳାମାନଙ୍କ ସହ ବସି ଆଲୋଚନା କରିଥିଲେ। ଗାଁର ସମସ୍ୟାକୁ ଉପଲବ୍ଧି କରି ସଙ୍ଗେ ସଙ୍ଗେ ଏସିଏମ୍‍ଙ୍କୁ ଡ଼କାଇ ନଳକୂପ ଏବଂ କେତେକ ଷ୍ଟାଣ୍ଡପୋଷ୍ଟ ମରାମତି କରିଥିଲେ। ନଳକୂପରେ ପାଣି ଆସିବା ପରେ ମହିଳାମାନେ ସରପଞ୍ଚଙ୍କୁ ସାଧୁବାଦ ଜଣାଇଥିଲେ। ଏହି ପଞ୍ଚାୟତରେ ଜନସାଧାରଣଙ୍କ ସମସ୍ୟା ସଂପର୍କରେ ପଞ୍ଚାୟତରେ ଅଭିଯୋଗ ହେବା ମାତ୍ରେ ତତ୍‍କ୍ଷଣାତ୍‍ ସମାଧାନ ହେଉଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି। ତେବେ ଜନସାଧାରଣଙ୍କ ସେବା ମୋର କର୍ତ୍ତବ୍ୟ ଓ ଦାୟିତ୍ୱ ବୋଲି ସରପଞ୍ଚ ଶ୍ରୀ ନିଶଙ୍କ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର