ପୁରୀରେ ଲଜ୍ଜା: ହୋଟେଲରେ ନାବାଳିକାକୁ ତିନି ଦିନ ଧରି ଗଣଦୁଷ୍କର୍ମ…

The Sakala Picture
Published On

ପୁରୀ: ପୁରୀରେ ଲଜ୍ଜା। ଜଣେ ୧୪ ବର୍ଷର ନାବାଳିକାକୁ ୩ ଦିନ ଧରି ଏକ ହୋଟେଲରେ ରଖି ଗଣଦୁଷ୍କର୍ମ କରିଛନ୍ତି ୩ ଯୁବକ। ଶୁକ୍ରବାର ସମୁଦ୍ରକୂଳ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଲିନୋଳିଆ ଉପରସାହିର ଲେଙ୍କା ସୁନୀଲ ବେହେରା, ଗୌଡ଼ବାଡ଼ ସାହିର ଏଲ୍‌. ରାଜା ବେହେରା ଏବଂ ବି. ଗୌରାଙ୍ଗ ବେହେରା। ଶନିବାର ଅଭିଯୁକ୍ତମାନଙ୍କ ଡାକ୍ତରୀପରୀକ୍ଷା ପରେ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ମାନସ ଚକ୍ର କହିଛନ୍ତି। ସୂଚନାନୁଯାୟୀ, ଗତ ୭ ତାରିଖ […]

ପୁରୀ: ପୁରୀରେ ଲଜ୍ଜା। ଜଣେ ୧୪ ବର୍ଷର ନାବାଳିକାକୁ ୩ ଦିନ ଧରି ଏକ ହୋଟେଲରେ ରଖି ଗଣଦୁଷ୍କର୍ମ କରିଛନ୍ତି ୩ ଯୁବକ। ଶୁକ୍ରବାର ସମୁଦ୍ରକୂଳ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଲିନୋଳିଆ ଉପରସାହିର ଲେଙ୍କା ସୁନୀଲ ବେହେରା, ଗୌଡ଼ବାଡ଼ ସାହିର ଏଲ୍‌. ରାଜା ବେହେରା ଏବଂ ବି. ଗୌରାଙ୍ଗ ବେହେରା। ଶନିବାର ଅଭିଯୁକ୍ତମାନଙ୍କ ଡାକ୍ତରୀପରୀକ୍ଷା ପରେ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ମାନସ ଚକ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନାନୁଯାୟୀ, ଗତ ୭ ତାରିଖ ଅପରାହ୍ଣରେ ନାବାଳିକା ପୁରୀ ହୋଟେଲ ନିକଟରେ ବୁଲୁଥିଲେ। ଏହି ସମୟରେ ତାକୁ ଜଳଖିଆ ଖାଇବାକୁ ଡାକି ଅଭିଯୁକ୍ତ ଲେଙ୍କା ସୁନୀଲ ବଳିଆପଣ୍ଡାସ୍ଥିତ ଏକ ହୋଟେଲକୁ ନେଇ ଯାଇଥିଲା। ସେଠାରେ ସେ ତା’ ଦୁଇ ସାଙ୍ଗ ଏଲ୍‌. ରାଜା, ବି. ଗୌରାଙ୍ଗ ନାବାଳିକାକୁ ୩ ଦିନ ରଖି ଗଣଦୁଷ୍କର୍ମ କରିଥିଲେ। ୯ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ଲେଙ୍କା ସୁନୀଲ ନାବାଳିକାକୁ ଗାନ୍ଧୀ ପାର୍କ ନିକଟରେ ଛାଡ଼ି ଦେଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ପୁଲିସ୍‌ ତଦନ୍ତ କରି ଶୁକ୍ରବାର ୩ଅଭିଯୁକ୍ତଙ୍କୁ ଗିରଫ କରିଛି। ଜେରା ସମୟରେ, ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଥିବା ପୁଲିସ୍‌ କହିଛି। ଏଥିସହ ପୁଲିସ ନାବାଳିକାର ଡାକ୍ତରୀମାଇନା କରାଇଛି। ଏନେଇ ଥାନାରେ ନମ୍ବର ୧୪୯/୨୫‌ରେ ଏକ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର