ରଥଖଳାରୁ… ତିନିରଥର ସରିଲା ୩୫ ଚକ ନିର୍ମାଣ…
ପୁରୀ: ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁରୁବାର ସୁଦ୍ଧା ତିନିରଥର ୪୨ଟି ଚକ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦେବଦଳନ ୧୨) ମଧ୍ୟରୁ ପ୍ରାୟ ୩୫ଟି ଚକ ନିର୍ମାଣ ସରିଛି। ଭୋଇ ସେବକମାନେ ୩୮ଟି ଚକର ସିଙ୍ଗଡା ବାଡିଆ କାମ ଶେଷ କରିଛନ୍ତି। ସେହିପରି ତିନିରଥର ମୁହାଁଟ ଏବଂ ନିରାଡି ଚଉପଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ରଥର ଚାରି ପାର୍ଶ୍ୱରେ ଗୋଟିଏ ଗୋଟିଏ ନିରାଡି ଏବଂ ଗୋଟିଏ […]
ପୁରୀ: ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁରୁବାର ସୁଦ୍ଧା ତିନିରଥର ୪୨ଟି ଚକ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦେବଦଳନ ୧୨) ମଧ୍ୟରୁ ପ୍ରାୟ ୩୫ଟି ଚକ ନିର୍ମାଣ ସରିଛି। ଭୋଇ ସେବକମାନେ ୩୮ଟି ଚକର ସିଙ୍ଗଡା ବାଡିଆ କାମ ଶେଷ କରିଛନ୍ତି। ସେହିପରି ତିନିରଥର ମୁହାଁଟ ଏବଂ ନିରାଡି ଚଉପଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ରଥର ଚାରି ପାର୍ଶ୍ୱରେ ଗୋଟିଏ ଗୋଟିଏ ନିରାଡି ଏବଂ ଗୋଟିଏ ଗୋଟିଏ ମୁହାଣ୍ଟ ଲାଗିଥାଏ। ପ୍ରଥମ ପର୍ଯ୍ୟାୟରେ ରଥ ଅମିନ ତିନି ରଥ ଚାଳିକୁ ଯୋଗାଇଥିବା ଚାରୋଟି ଲେଖାଏଁ ୨୦ ଫୁଟିଆ ଧଉରା କାଠରେ ଦୁଇଟି ମୁହାଁଣ୍ଟ ଏବଂ ଦୁଇଟି ନିରାଡ଼ି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। (ଏହି ମୁହାଁଣ୍ଟ ରଥର ପାଞ୍ଚଦଣ୍ଡା ଉଭୟ ପାର୍ଶ୍ୱରେ ଫିଟିଙ୍ଗ ହୋଇ ଥାଏ। ମୁହାଁଣ୍ଟ ଉପରେ ଗୁଜ ଫିଟିଙ୍ଗ କରାଯିବା ପରେ ଗୁଜ ଉପରେ ନିରାଡ଼ି ପଡ଼ି ଗୟଳ ମୋଡା ହୁଏ)। ସେହିପରି ରଥଖଳାରେ ରୂପକାର ସେବକ ଖୋଦେଇ କାମରେ ଲାଗିପଡିଛନ୍ତି। ଏମାନେ ତିନିରଥର ଗୁଜରେ ସିଂହବିରାଳ ଖୋଦେଇ କରୁଛନ୍ତି। ସରିଯାଇଥିବା ରୂପ ଖୋଦେଇର ପଲିସି କାମ ବି ଜାରି ରହିଛି। ଦୋଳବେଦୀ କୋଣ ପରିସର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ଦଣ୍ଡା ବିଡ଼ିଆ କଣ୍ଟା ତିଆରି କରୁଛନ୍ତି।