ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ସମାଧାନ ହେବ ବନକଲାଗି ବିବାଦ
ପୁରୀ: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ବସିବାକୁ ଥିବା ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କରାଯିବ ଆଲୋଚନା। ମାସେରୁ ଅଧିକ ହେବ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ବିବାଦ ଚାଲିଛି। ଏଥିପାଇଁ ନୀତି ସବ୍ କମିଟି ବୈଠକ ବସିଥିଲା। ଏଥିରେ ବିଭିନ୍ନ ମତାମତ ଆସିଛି। ତେଣୁ ଏହି ମତାମତ ସବୁକୁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ […]
ପୁରୀ: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ବସିବାକୁ ଥିବା ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କରାଯିବ ଆଲୋଚନା। ମାସେରୁ ଅଧିକ ହେବ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ବିବାଦ ଚାଲିଛି। ଏଥିପାଇଁ ନୀତି ସବ୍ କମିଟି ବୈଠକ ବସିଥିଲା। ଏଥିରେ ବିଭିନ୍ନ ମତାମତ ଆସିଛି। ତେଣୁ ଏହି ମତାମତ ସବୁକୁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ଯଦିଓ ଦତ୍ତମହାପାତ୍ର ନିଯୋଗ ପ୍ରଶାସନ ନିଷ୍ପତ୍ତି ଅନୁସାରେ କାମ କରିବ ବୋଲି କହିଛି କିନ୍ତୁ ପରିଚାଳନା କମିଟି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମାଧାନର ସୂତ୍ର ବାହାରିବ।
ଏହାବ୍ୟତୀତ ଗତ ମେ ୨୯ ଓ ଜୁନ୍ ୧୨ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକର ବିବରଣୀ ପଠନ ଓ ଦୃଢୀକରଣ ସହ ଗତବର୍ଷ ସେପ୍ଟେମ୍ବର ୨୭ ଓ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକର ବିବରଣୀ ଅନୁପାଳନ କରାଯିବ। ଏତଦ୍ବ୍ୟତୀତ ନିକଟରେ ଶେଷ ହୋଇଥିବା ସ୍ନାନଯାତ୍ରା ଏବଂ ରଥଯାତ୍ରାର ସମୀକ୍ଷା କରାଯିବ। କେଉଁଠି କ’ଣ ଦୋଷ ତ୍ରୁଟି ରହିଲା ଏବଂ ଯାତ୍ରା ଶୃଙ୍ଖଳିତ ହୋଇଛି କି ନାହିଁ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯିବ। ସେହିପରି ବୈଠକରେ ସେବକ ବାସଗୃହ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେବ। ସେବକମାନଙ୍କୁ ଯୋଗାଇ ଦିଆଯିବାକୁ ଥିବା ବାସଗୃହ ନିର୍ମାଣର ଅଗ୍ରଗତି କ’ଣ ହୋଇଛି ତା’ ଉପରେ ବୈଠକରେ ସୂଚନା ଦିଆଯିବ। ଏଥିସହ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ମଧ୍ୟ ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ରହିବ। ସେହିପରି ବାଉଳି ମଠର ଉନ୍ନତିକରଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ଏହି ମଠକୁ କିପରି ବିକଶିତ କରାଯିବ ତା’ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଗତ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ଭୂମି ଓ ପ୍ରକଳ୍ପ ସବ୍ କମିଟି ବୈଠକର ବିବରଣୀ ଅନୁମୋଦନ ଲାଭ କରିବ। ସଭାପତିଙ୍କ ଅନୁମୋଦନକ୍ରମେ ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।