ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପରବର୍ତ୍ତୀ ନୀତିକାନ୍ତି

The Sakala Picture
Published On

ପୁରୀ: ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ଘଟଣା। ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଆରମ୍ଭ ହେଲା ପରବର୍ତ୍ତୀ ନୀତିକାନ୍ତି। ବଡ଼ ମହାସ୍ନାନ ପରେ ଚାଲିଛି ଅବକାଶ ନୀତି । ନୀତିକାନ୍ତି ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍। ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ନୀତିକାନ୍ତି ବିଳମ୍ବରେ ସମ୍ପୃକ୍ତ ସମସ୍ତଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। କ’ଣ ପାଇଁ ସିଂହାରୀ ସେବକ ସେବାରୁ ନିବୃତ ରହିଲେ, ସେନେଇ ପରେ ତର୍ଜମା କରାଯିବ […]

ପୁରୀ: ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ଘଟଣା। ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଆରମ୍ଭ ହେଲା ପରବର୍ତ୍ତୀ ନୀତିକାନ୍ତି। ବଡ଼ ମହାସ୍ନାନ ପରେ ଚାଲିଛି ଅବକାଶ ନୀତି । ନୀତିକାନ୍ତି ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍। ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ନୀତିକାନ୍ତି ବିଳମ୍ବରେ ସମ୍ପୃକ୍ତ ସମସ୍ତଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। କ’ଣ ପାଇଁ ସିଂହାରୀ ସେବକ ସେବାରୁ ନିବୃତ ରହିଲେ, ସେନେଇ ପରେ ତର୍ଜମା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍ ।

ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ

ସୂଚନାଯୋଗ୍ୟ, ସେବା ନିବୃତ ଜଣେ ସିଂହାରୀ ସେବାୟତକୁ ନେଇ ଶ୍ରୀମନ୍ଦିରରେ ବିବାଦ ଉପୁଜି ଥିଲା । ସେବା ନିବୃତ ସତ୍ତ୍ୱେ ଜଣେ ସେବାୟତ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିବାରୁ ବିରୋଧ କରାଯାଇଥିଲା । ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ଥିଲା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରିଥିଲେ । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଥିଲା । ଏହା ପରଠାରୁ ନୀତି କାନ୍ତିରେ ବିଭ୍ରାଟ ଦେଖା ଦେଇଥିଲା ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର