ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପରବର୍ତ୍ତୀ ନୀତିକାନ୍ତି

The Sakala Picture
Published On

ପୁରୀ: ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ଘଟଣା। ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଆରମ୍ଭ ହେଲା ପରବର୍ତ୍ତୀ ନୀତିକାନ୍ତି। ବଡ଼ ମହାସ୍ନାନ ପରେ ଚାଲିଛି ଅବକାଶ ନୀତି । ନୀତିକାନ୍ତି ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍। ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ନୀତିକାନ୍ତି ବିଳମ୍ବରେ ସମ୍ପୃକ୍ତ ସମସ୍ତଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। କ’ଣ ପାଇଁ ସିଂହାରୀ ସେବକ ସେବାରୁ ନିବୃତ ରହିଲେ, ସେନେଇ ପରେ ତର୍ଜମା କରାଯିବ […]

ପୁରୀ: ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ଘଟଣା। ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଆରମ୍ଭ ହେଲା ପରବର୍ତ୍ତୀ ନୀତିକାନ୍ତି। ବଡ଼ ମହାସ୍ନାନ ପରେ ଚାଲିଛି ଅବକାଶ ନୀତି । ନୀତିକାନ୍ତି ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍। ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ନୀତିକାନ୍ତି ବିଳମ୍ବରେ ସମ୍ପୃକ୍ତ ସମସ୍ତଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। କ’ଣ ପାଇଁ ସିଂହାରୀ ସେବକ ସେବାରୁ ନିବୃତ ରହିଲେ, ସେନେଇ ପରେ ତର୍ଜମା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ୍ ।

ଆହୁରି ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର

ସୂଚନାଯୋଗ୍ୟ, ସେବା ନିବୃତ ଜଣେ ସିଂହାରୀ ସେବାୟତକୁ ନେଇ ଶ୍ରୀମନ୍ଦିରରେ ବିବାଦ ଉପୁଜି ଥିଲା । ସେବା ନିବୃତ ସତ୍ତ୍ୱେ ଜଣେ ସେବାୟତ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିବାରୁ ବିରୋଧ କରାଯାଇଥିଲା । ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ଥିଲା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରିଥିଲେ । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଥିଲା । ଏହା ପରଠାରୁ ନୀତି କାନ୍ତିରେ ବିଭ୍ରାଟ ଦେଖା ଦେଇଥିଲା ।

ଆହୁରି ପଢ଼ନ୍ତୁ: ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, 'ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଶୁଭାରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp