ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଓଡ଼ିଶାର ଘରେ ଘରେ ଭକ୍ତି, ସମର୍ପଣ, ଆନନ୍ଦ ଓ ଉତ୍ସାହର ସହ ପାଳନ କରିବା: ମୁଖ୍ୟମନ୍ତ୍ରୀ

The Sakala Picture
Published On

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧ… ଜୟ ଜଗନ୍ନାଥ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କୁ ସମସ୍ତଙ୍କୁ ମକର ସଂକ୍ରାନ୍ତି ଅବସରରେ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ପ୍ରତି ଓଡ଼ିଆ ଜଗନ୍ନାଥଙ୍କୁ ସ୍ମରଣ କରି ଶୁଭ କାର୍ଯ୍ୟ ଆରମ୍ଭ କରିଥା’ନ୍ତି। ସେ ଜଗତର ନାଥ। ସାରା ବିଶ୍ବ ତାଙ୍କର ସୃଷ୍ଟି। ସବୁ ଧର୍ମ ସମନ୍ବୟର ସେ ହେଉଛନ୍ତି ପ୍ରତୀକ। ଆମ ସଂସ୍କୃତି, ଆମ ପରମ୍ପରା, ଆମ ଚେତନା- ସବୁର ଆଧାର […]

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧ…

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଜୟ ଜଗନ୍ନାଥ
ସମସ୍ତଙ୍କୁ ନମସ୍କାର।
ଆପଣମାନଙ୍କୁ ସମସ୍ତଙ୍କୁ ମକର ସଂକ୍ରାନ୍ତି ଅବସରରେ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ପ୍ରତି ଓଡ଼ିଆ ଜଗନ୍ନାଥଙ୍କୁ ସ୍ମରଣ କରି ଶୁଭ କାର୍ଯ୍ୟ ଆରମ୍ଭ କରିଥା’ନ୍ତି। ସେ ଜଗତର ନାଥ। ସାରା ବିଶ୍ବ ତାଙ୍କର ସୃଷ୍ଟି। ସବୁ ଧର୍ମ ସମନ୍ବୟର ସେ ହେଉଛନ୍ତି ପ୍ରତୀକ। ଆମ ସଂସ୍କୃତି, ଆମ ପରମ୍ପରା, ଆମ ଚେତନା- ସବୁର ଆଧାର ହେଉଛନ୍ତି ମହାପ୍ରଭୁ। ଜଗନ୍ନାଥ ସଂସ୍କୃତି ହେଉଛି, ଓଡ଼ିଶାର ସଂସ୍କୃତି। ଓଡ଼ିଶା ଇତିହାସ, ଜଗନ୍ନାଥ ମନ୍ଦିରର ଇତିହାସ ସହ ଯୋଡ଼ି ହୋଇରହିଛି। ତାଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ।

ମହାପ୍ରଭୁଙ୍କ ଇଛାରେ ଆସନ୍ତା ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ମହାପ୍ରଭୁ ସକଳ ଶକ୍ତିର ଆଧାର। ତାଙ୍କ ବିନା ଇଚ୍ଛାରେ ପତ୍ରଟିଏ ମଧ୍ୟ ହଲେ ନାହିଁ। ଆମମାନଙ୍କର ପରମ ସୌଭାଗ୍ୟ, ଆମ ଜୀବନକାଳ ମଧ୍ୟରେ ଆମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସାକ୍ଷୀ ହୋଇପାରିଛୁ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଶହ ଶହ ବର୍ଷ ଧରି ସାଧୁ, ସନ୍ଥ, ରାଜା-ମହାରାଜାମାନେ ଶ୍ରୀ ମନ୍ଦିରକୁ ସୁରକ୍ଷା ଦେଇଆସିଥିଲେ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜା ମହାରାଜାମାନେ ଶ୍ରୀମନ୍ଦିର ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖିଥିଲେ। ସାଧୁ, ସନ୍ଥ, ସାଧାରଣ ଭକ୍ତ ଓ ଲୋକମାନେ ଏହି ମାର୍ଗରେ ପରିକ୍ରମା କରୁଥିଲେ। ଶାନ୍ତି ଓ ଦିବ୍ୟ ଆନନ୍ଦର ସହ ଭକ୍ତମାନେ ଯେପରି ଶ୍ରୀମନ୍ଦିର ପରିକ୍ରମା କରିବେ, ତାହା ହେଉଛି ଆମ ଏହି ପ୍ରକଳ୍ପର ଲକ୍ଷ୍ୟ।

ଗଜପତି ମହାରାଜାଙ୍କ ଭାଷାରେ, ‘୭୦୦ ବର୍ଷ ଭିତରେ ଶ୍ରୀମନ୍ଦିର ପାଇଁ ଏମିତି କାମ ହୋଇନାହିଁ।’ ଏହା ହେଉଛି ସାରା ଓଡିଆ ଜାତି ପାଇଁ ଏକ ଉତ୍ସବର ଦିନ। ତେଣୁ ମୋର ଅନୁରୋଧ, ଆମେ ସମସ୍ତେ ଏହି ଦିନଟିକୁ, ଏହି ଉତ୍ସବଟିକୁ, ମହାପ୍ରଭୁଙ୍କୁ ସମର୍ପଣ କରି ପାଳନ କରିବା। ନିଜ ନିଜ ଭାବରେ ଭକ୍ତି ପ୍ରକାଶ କରିବା। ଦୀପ ଜାଳିବା, ଶଙ୍ଖ ଫୁଙ୍କିବା, ଘଣ୍ଟ ବଜାଇବା, ପୂଜା କରିବା, ଭଜନ ଗାନ କରିବା, କୀର୍ତ୍ତନ କରିବା ଓ ପ୍ରଭୁଙ୍କ ନାମ ଜପ କରିବା। ସାରା ଓଡ଼ିଶାର ଘରେ ଘରେ ଭକ୍ତି, ସମର୍ପଣ, ଆନନ୍ଦ ଓ ଉତ୍ସାହର ସହ ଏହି ଦିନଟିକୁ ଆମେ ପାଳନ କରିବା।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ। ସାରା ବିଶ୍ବର କୋଣ ଅନୁକୋଣରେ ତାଙ୍କର ଅନେକ ଭକ୍ତ ଓ ଜଗନ୍ନାଥପ୍ରେମୀ ରହିଛନ୍ତି। ସବୁ ଧର୍ମର ସେ ହେଉଛନ୍ତି ଠାକୁର। ସମସ୍ତଙ୍କର ଆସ୍ଥା ଓ ବିଶ୍ବାସ ସହ ସେ ଯୋଡ଼ି ହୋଇ ରହିଛନ୍ତି। ଦେଶ-ବିଦେଶରେ ରହୁଥିବା ସବୁ ଜଗନ୍ନାଥପ୍ରେମୀଙ୍କୁ ମୋର ଅନୁରୋଧ, ଆପଣମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନିଜ ନିଜ ଭାବରେ ଆନନ୍ଦ, ଭକ୍ତି ଓ ସମର୍ପଣ ଭାବ ସହ ପାଳନ କରନ୍ତୁ। ବିଶ୍ବନିୟନ୍ତାଙ୍କ ଏହି ଉତ୍ସବରେ ପରିବାର ସହ ନିଜକୁ ସାମିଲ କରନ୍ତୁ।

ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତମାନଙ୍କୁ ଏକ ଦିବ୍ୟ ଅନୁଭବ ଦେବା ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ଓଡ଼ିଆ ଜାତିର ଇତିହାସରେ ଏହା ଏକ ଗୌରବମୟ ମୁହୂର୍ତ୍ତ।’ ସେହିପରି, ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥା’ନ୍ତି। ସମସ୍ତେ ଯେପରି, ଏକ ଦିବ୍ୟ ଅନୁଭବ ନେଇ ଫେରିବେ, ତାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟ କରାଯାଇଛି।

ଏହାଦ୍ବାରା ମହାପ୍ରଭୁଙ୍କ ବାହାର ଯାନିଯାତ୍ରା ମଧ୍ୟ ସୁନ୍ଦର ଭାବରେ ହୋଇପାରିବ। ଜନ୍ମ ଜନ୍ମର ପୁଣ୍ୟ ବଳରେ ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହେବାକୁ ମହାପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି, ଆଶୀର୍ବାଦ କରିଛନ୍ତି। ଓଡ଼ିଆ ଜାତିକୁ ତାଙ୍କ କୃପା ଓ କରୁଣା ବଳରେ ଧନ୍ୟ କରିଛନ୍ତି। ଏହି ଅବସରରେ ପରିକ୍ରମା ପ୍ରକଳ୍ପ ପାଇଁ ତ୍ୟାଗ କରିଥିବା ସମସ୍ତଙ୍କ ପାଖରେ ମୋର କୃତଜ୍ଞତା ଜଣାଉଛି। ଜମି ଦାନ କରିଥିବା ଲୋକମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ମୁଁ ଧନ୍ୟବାଦ ଜଣାଉଛି ସେବାୟତମାନଙ୍କୁ। ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ନିୟୋଜିତ ନିର୍ମାଣ ଶ୍ରମିକ, କାରିଗର ଓ ଶିଳ୍ପୀ- ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସବୁରି ଉପରେ ମହାପ୍ରଭୁଙ୍କ ଇଚ୍ଛା।

ଆସନ୍ତୁ, ଆମେ ସମସ୍ତେ ଆଜିର ଏହି ପବିତ୍ର ଅବସରରେ ତାଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା। ମହାପ୍ରଭୁଙ୍କ ଆଶିଷ ଲାଭ କରିବା। ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

15 Jan 2024 By The Sakala

https://www.thesakala.in/latest-odisha-news/puri/puri-shrimandir-praikrama-prakalpa/cm-appeals-odias-to-celebrate-launching-of-srimandir-parikrama-prakalpa-with-joy-devotion/article-29158
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର