ଆଜି ଶ୍ରୀକ୍ଷେତ୍ର ଲେଖିବ ନୂଆ କାହାଣୀ : ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ପୁରୀ : ପୌଷ ଶୁକ୍ଲସପ୍ତମୀ ତିଥିରେ ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ। ଶ୍ରୀମନ୍ଦିର ଇତିହାସରେ ଯୋଡିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବିଶ୍ୱ ଦେଖିବ ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ। ଅନୁରୂପ ଭାବରେ ତ୍ରିଦିନାତ୍ମକ ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହି ତିଥି, ବାର, ନକ୍ଷତ୍ର ଓ ତାରିଖ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସାଢେ଼ ଚାରିକୋଟି ଓଡ଼ିଶାବାସୀଙ୍କ ପାଇଁ […]

ପୁରୀ : ପୌଷ ଶୁକ୍ଲସପ୍ତମୀ ତିଥିରେ ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ। ଶ୍ରୀମନ୍ଦିର ଇତିହାସରେ ଯୋଡିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବିଶ୍ୱ ଦେଖିବ ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ। ଅନୁରୂପ ଭାବରେ ତ୍ରିଦିନାତ୍ମକ ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହି ତିଥି, ବାର, ନକ୍ଷତ୍ର ଓ ତାରିଖ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସାଢେ଼ ଚାରିକୋଟି ଓଡ଼ିଶାବାସୀଙ୍କ ପାଇଁ ହେବ ଏକ ସ୍ମରଣୀୟ ଦିନ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଗତକାଲି ଅର୍ଥାତ ମଙ୍ଗଳବାର ସକାଳ ସାଢେ ୭ଟାରେ ଦ୍ୱିତୀୟ ଦିନର ଯଜ୍ଞ କର୍ମ ଆରମ୍ଭ ହୋଇଛି। ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଦ୍ୱାରପାଳ ପୂଜା, ବରୁଣ ପୂଜା, ଗୋ ପୂଜା କରାଯାଇଥିଲା। ଶାଲା ପ୍ରବେଶରେ ଦେବତାଙ୍କ ଆବାହନ ପରେ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ଅଧିବାସ କଳସ ଜଳ, ଚନ୍ଦନ, ହଳଦୀ, ରକ୍ଷାସୂତ୍ର, ଲାଜା, ପଞ୍ଚଗବ୍ୟ ନେଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଶୋଧନ କରିଛନ୍ତି। ପରେ ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ଏବଂ ପ୍ରଦକ୍ଷିଣ କରାଯାଇ ସନ୍ଧ୍ୟାରେ ଦ୍ୱିତୀୟ ଦିନର ଯଜ୍ଞକର୍ମ ଶେଷ କରାଯାଇଛି। ବୁଧବାର ଯଜ୍ଞ ପୂର୍ଣ୍ଣାହୁତି ସହ ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ବୁଧବାର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗତକାଲି ସନ୍ଧ୍ୟାରେ ପୁରୀ ଆସି ସବୁ ପ୍ରସ୍ତୁତି ଏବଂ ପରିକ୍ରମା ପ୍ରକଳ୍ପର ତଦାରଖ କରିଥିଲେ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯଜ୍ଞସ୍ଥଳ, ସମ୍ବର୍ଦ୍ଧନା ମଞ୍ଚ ବୁଲି ଦେଖିବା ସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସବୁ ସ୍ଥାନକୁ ଟିକିନିଖି ପରଖିଛନ୍ତି। ଯଜ୍ଞସ୍ଥଳରେ ପହଞ୍ଚି ଆଳତି ଦର୍ଶନ ଓ ଗ୍ରହଣ କରିଛନ୍ତି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କ ସହିତ ବିଧାୟକ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କନୱର ବିଶାଲ ସିଂଙ୍କ ପ୍ରମୁଖ ଅଧିକାରୀ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ତେବେ ଆଜିର କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ସାଢେ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ ସମ୍ପନ୍ନ ହେବ। ସକାଳୁ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ ଚାଲିବ । ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଆହୁତି ସମାପ୍ତ କରାଯିବ । ସାଢେ ୧୨ଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞସ୍ଥଳରେ ପହଞ୍ଚିବେ । ଅପରାହ୍ନ ୧ଟା ୧୫ରୁ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଫଳକ ଉନ୍ମୋଚନ କରିବେ। ଅପରାହ୍ନ ସାଢେ ୧ଟାରୁ ୨ଟା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞ ପୂର୍ଣ୍ଣାହୁତି ପରେ ଆରତି ଓ ପୁଷ୍ପାଞ୍ଜଳି, ଅପରାହ୍ନ ୨ଟାରୁ ସାଢେ ୨ଟା ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଏଥିରେ ବିଭିନ୍ନ ସାଂସ୍କୃତିକ ଦଳ ଓ ସାଧୁସନ୍ଥଙ୍କ ସହିତ ମୁଖ୍ୟମନ୍ତ୍ରୀ ଅତିଥିମାନଙ୍କ ଗହଣରେ ପ୍ରକଳ୍ପ ପ୍ରଦକ୍ଷିଣ କରିବେ। ଏହାପରେ ସାଢେ ୨ଟାରୁ ୩ଟା ମଧ୍ୟରେ ଉତ୍ତର ପାର୍ଶ୍ୱ ମଠ ନିକଟସ୍ଥ ସଭା ସ୍ଥଳରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ସହଯୋଗ ଏବଂ ସହଭାଗିତା ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଜଣାଇବେ । ଏଥିସହ ବିଭିନ୍ନ ପ୍ରକଳ୍ପର ଭିଡିଓ ଜାରି କରାଯିବ । ଅପରାହ୍ନ ୩ଟା ପରେ ସର୍ବସାଧାରଣଙ୍କୁ ପରିକ୍ରମା ମାର୍ଗକୁ ବୁଲିବା ପାଇଁ ଛଡାଯିବ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍‌ ଏବଂ ସାଉଣ୍ଡ ଶୋ’ର ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପୁରୀର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍‌ (ଶ୍ରୀସେତୁ), ଶ୍ରୀମାର୍ଗ ଅନ୍ୟତମ । ବୁଧବାର ଶ୍ରୀସେତୁ ଏବଂ ଜଗନ୍ନାଥ ବଲ୍ଲଭ ପରିସରରୁ ଦୋଳବେଦୀକୁ ସଂଯୋଗ କରୁଥିବା ନୂଆରାସ୍ତା ଶ୍ରୀମାର୍ଗ ଲୋକାର୍ପଣ ପରେ ଏହା ଉପରେ ଗାଡ଼ି ଚଳାଚଳ ଆରମ୍ଭ କରିବ । ଏବେ ଭକ୍ତଙ୍କ ଅପେକ୍ଷାରେ ରହିଛି ରହିଛି ଶ୍ରୀକ୍ଷେତ୍ରର ଏହି ଦୁଇ ବୃହତ୍‌ ପ୍ରକଳ୍ପ ଶ୍ରୀସେତୁ ଓ ଶ୍ରୀମାର୍ଗ ।

17 Jan 2024 By The Sakala

https://www.thesakala.in/latest-odisha-news/puri/puri-shrimandir-praikrama-prakalpa/chief-minister-will-inaugurate-the-puri-parikrama-project-today/article-29188
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର