ଶରଧାବାଲିରୁ ଭକ୍ତର ଅଭିମାନ: ‘ମୋତେ ବାମନ କଲ କାହିଁକି’…

The Sakala Picture
Published On

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଅଧିକାଂଶ ଭକ୍ତ ନିଜର ଦୁଃଖ, କଷ୍ଟ ଜଣାଇଥାନ୍ତି। ହେଲେ ଏମିତି କିଛି ଭକ୍ତ ଅଛନ୍ତି ଯେଉଁମାନେ ଠାକୁରଙ୍କ ଉପରେ ମାନ ଅଭିମାନ କରନ୍ତି। ଜଣାନ୍ତି ନିଜର ମନ ଭିତର କୋହ। ସୋମବାର ଶରଧାବାଲିରେ ଏମିତି ଜଣେ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା, ଯିଏ ଦର୍ଶନ ପାଇଁ ଆସି ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିଲେ। ‘ହେ ପ୍ରଭୁ କାହିଁକି ମୋତେ ବାମନ କରି ଏ ନିନ୍ଦା ଅପବାଦ ଦେଉଛ’। ମୋ ଉପରେ ଦୟାକର। […]

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଅଧିକାଂଶ ଭକ୍ତ ନିଜର ଦୁଃଖ, କଷ୍ଟ ଜଣାଇଥାନ୍ତି। ହେଲେ ଏମିତି କିଛି ଭକ୍ତ ଅଛନ୍ତି ଯେଉଁମାନେ ଠାକୁରଙ୍କ ଉପରେ ମାନ ଅଭିମାନ କରନ୍ତି। ଜଣାନ୍ତି ନିଜର ମନ ଭିତର କୋହ। ସୋମବାର ଶରଧାବାଲିରେ ଏମିତି ଜଣେ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା, ଯିଏ ଦର୍ଶନ ପାଇଁ ଆସି ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିଲେ। ‘ହେ ପ୍ରଭୁ କାହିଁକି ମୋତେ ବାମନ କରି ଏ ନିନ୍ଦା ଅପବାଦ ଦେଉଛ’। ମୋ ଉପରେ ଦୟାକର। ଆଡପମଣ୍ଡପରେ ଦାରୁବିଗ୍ରହଙ୍କୁ ଦର୍ଶନ ପାଇଁ କଟକରୁ ଆସିଥିବା ବାମନ ଭକ୍ତ ଚନ୍ଦନ ମହାନ୍ତିଙ୍କ ଏହାଥିଲା ମନର କଥା।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ଲୀଳାମୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ। କାହାକୁ ସେ କେମିତି ଜନ୍ମ ଦିଅନ୍ତି, କାହା ଭାଗ୍ୟ କିଭଳି ଲେଖନ୍ତି ତାହା ତାଙ୍କୁ ହିଁ ଜଣା। ତାଙ୍କ ପାଖରେ ଦୁଃଖୀ, ରଙ୍କି, ଧନୀ, ଦରିଦ୍ର ସମସ୍ତେ ସମାନ। ମହାପ୍ରଭୁଙ୍କ ବି ବାମନ ଅବତାରରେ ଲୀଳା କରିଥିଲେ। ଆଉ କଳି ଯୁଗରେ ଅନେକ ବାମନ ଜନ୍ମ ନେଉଛନ୍ତି। କିନ୍ତୁ ଭିନ୍ନ ଜଣେ ବାମନ ଭକ୍ତ ହେଉଛନ୍ତି ଚନ୍ଦନ। ବୟସ ୧୭ ହୋଇଥିଲେ ହେଁ ଉଚ୍ଚତା ଦୁଇଫୁଟରୁ କମ୍‍ ହେବ। ମାଟ୍ରିକ ପରୀକ୍ଷା ଦେଇଥିବା ଚନ୍ଦନ ତାଙ୍କର ଏହି ଚେହେରା ପାଇଁ ଅନେକ ଲୋକ ତାଙ୍କୁ ଟାହି, ଟାପରା କରୁଛନ୍ତି। ସେ ଜଣେ ଈଶ୍ୱର ବିଶ୍ୱାସୀ। ଘରେ ମହାପ୍ରଭୁଙ୍କ ଆଳତି, ପୂଜାପାଠ କରନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବରୁ ପୁରୀ ଆସିଥିଲେ ହେଁ, ସୁଯୋଗ ମିଳି ନ ଥିଲା। ପତିତପାବନଙ୍କୁ ଦର୍ଶନ କରି ଫେରିଯାଇଥିଲେ। ହେଲେ ଆଡପମଣ୍ଡପରେ ଠାକୁର ଥିବାବେଳେ ତାଙ୍କର ଡୋରି ଲାଗିଛି। ହାତରେ ନଡ଼ିଆ ଧରି ସେ ଶରଧାବାଲିରେ ପହଞ୍ଚିବା ପରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ। ଗୀତା, ଭାଗବତ ସହ ବିଭିନ୍ନ ଶାସ୍ତ୍ର ପୁରାଣ ଶୁଣି ଶୁଣି ସେ ମନେ ରଖିଛନ୍ତି। ମନରେ କିନ୍ତୁ ଅଜସ୍ର ଦୁଃଖ। ପ୍ରଭୁ କାହିଁକି ତାଙ୍କୁ ଏପରି ଦୁଃଖ ଦେଲେ ବୋଲି ଅଭିମାନ କରି କହିବା ସହ ଶରଧାବାଲିରେ ମ୍ରିୟମାଣ ହୋଇପଡ଼ିଥିଲେ ଚନ୍ଦନ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ବାପା, ମା’, ଭାଇ ଭଉଣୀକୁ ନେଇ ତାଙ୍କ ପରିବାର। ଚନ୍ଦନଙ୍କ ପାଇଁ ତାଙ୍କ ବାପା, ମା ମଧ୍ୟ ଉପହାସ ଶୁଣୁଛନ୍ତି। ଚନ୍ଦନ ଅନର୍ଗଳ ମହାପ୍ରଭୁଙ୍କ କଥା, ମହିମା ସ୍ମରଣ କରୁଥିଲେ ହେଁ କାହିଁକି ତାଙ୍କର ଏହି ବାମନ ରୂପ ବୋଲି ଚିନ୍ତାଗ୍ରସ୍ତ ପରିବାର। କାଳିଆ ସାଆନ୍ତଙ୍କ ଆଶୀର୍ବାଦରେ ସବୁକିଛି ଠିକ୍‍ ହୋଇଯିବ ବୋଲି ଦୃଢ ଆଶାବାଦୀ ଅଛନ୍ତି ପରିବାର। ଆଉ ସେହି ଲକ୍ଷ୍ୟରେ ବାମନ ପୁଅକୁ ଧରି ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନଜରକୁ ଆସିବା ପରେ ତାଙ୍କ ନିର୍ଦ୍ଦେଶରେ ଆରକ୍ଷୀ ବାହିନୀ ଚନ୍ଦନ ଓ ତାଙ୍କ ପରିବାରକୁ ନେଇ ଆଡପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ଶ୍ରଦ୍ଧା ଓ ଆଗ୍ରହରେ ମହାପ୍ରଭୁଙ୍କ ପାଇଁ ଆଣିଥିବା ନଡ଼ିଆ ସମର୍ପଣ କରିଛନ୍ତି।
ଚନ୍ଦନ କହିଛନ୍ତି, ହେ ମଣିମା’ ମୋର ଗୁହାରି ଶୁଣ। ମୋତେ ବଡ଼ କରିଦିଅ। ଆଜି ସମସ୍ତେ ମୋତେ ଅକ୍ଷମ ବୋଲି ମଣୁଛନ୍ତି। ଲୋକମାନେ ମୋତେ ନିନ୍ଦା କରୁଛନ୍ତି। ତୁ ଛୋଟ, ବାମନ କିଛି କରିପାରିବୁ ନାହିଁ। ତୁ କାହିଁକି ଠାକୁରଙ୍କ ପୂଜା କରୁଛୁ, କାହିଁକି ତାଙ୍କୁ ଡାକୁଛୁ ? ମୋ ମନ ଭିତରେ ଭକ୍ତି ଅଛି, ଭାବ ଅଛି, ସମର୍ପଣ ଅଛି। ମୁଁ ମହାପ୍ରଭୁଙ୍କୁ ଆଳତି କରେ, ପୂଜା କରେ। ତାଙ୍କ କୃପା ନ ଥିଲେ ଆଜି ଏଠି ପହଞ୍ଚି ପାରି ନ ଥାନ୍ତି। ଶ୍ରୀକ୍ଷେତ୍ରରେ ପାଦ ଦେଇ ମୁଁ ଧନ୍ୟ ହୋଇଛି। ଶରଧାବାଲିରେ ହାତରେ ନଡ଼ିଆ ଧରି ସେ କହିଥିଲେ ‘ଆରେ ଠାକୁର, ଖାରେ ନଡ଼ିଆ। ମୁଁ ଦାସିଆ, ନେଇଯାଅ ମୋ ହାତୁ ନଡ଼ିଆ’।

05 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର