ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ପ୍ରସ୍ତୁତି; ମୁତୟନ ହେବେ ୧୮୦ ପ୍ଲାଟୁନ ଫୋର୍ସ

The Sakala Picture
Published On

ପୁରୀ: ଆଉମାତ୍ର ୪ଟା ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବଡ଼ଦାଣ୍ଡରେ ଗଡ଼଼ିବ ତିନିରଥ। ତେବେ ଶୃଙ୍ଖଳିତ ଏବଂ ସୁରକ୍ଷିତ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଛନ୍ତି। ବସୁଛି ଘନ ଘନ ବୈଠକ। ଯେହେତୁ ଦୁଇବର୍ଷ ପରେ ରଥଯାତ୍ରାରେ ଶ୍ରଦ୍ଧାଳୁ ସାମିଲ ହେବାକୁ ଯାଉଛନ୍ତି ତେଣୁ ନିଶ୍ଚିତ ସଂଖ୍ୟା ଅଧିକ ରହିବ। ଏହାକୁ ନଜରରେ ରଖି ବିଭିନ୍ନ ବିଭାଗ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ମଧ୍ୟ ବିଭିନ୍ନ […]

ପୁରୀ: ଆଉମାତ୍ର ୪ଟା ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବଡ଼ଦାଣ୍ଡରେ ଗଡ଼଼ିବ ତିନିରଥ। ତେବେ ଶୃଙ୍ଖଳିତ ଏବଂ ସୁରକ୍ଷିତ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଛନ୍ତି। ବସୁଛି ଘନ ଘନ ବୈଠକ। ଯେହେତୁ ଦୁଇବର୍ଷ ପରେ ରଥଯାତ୍ରାରେ ଶ୍ରଦ୍ଧାଳୁ ସାମିଲ ହେବାକୁ ଯାଉଛନ୍ତି ତେଣୁ ନିଶ୍ଚିତ ସଂଖ୍ୟା ଅଧିକ ରହିବ। ଏହାକୁ ନଜରରେ ରଖି ବିଭିନ୍ନ ବିଭାଗ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛି। ବିଶେଷକରି ଭକ୍ତ, ପର୍ଯ୍ୟଟକମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରି ଭଲ ଅନୁଭୂତି ନେଇ ଫେରିବେ ତା’ ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଶନିବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‍ପି ଡ. କନୱର ବିଶାଲ ସିଂ ରଥଯାତ୍ରାକୁ ନେଇ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭକ୍ତଙ୍କୁ ନଜରରେ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଏଥର ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୧,୦୦୦ ଅଧିକାରୀ, ୧୮ ଜଣ କମାଣ୍ଡାଣ୍ଟଙ୍କ ସମେତ ତଦାରଖ ପାଇଁ ଅନ୍ୟ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି। ମୁଖ୍ୟତଃ ମନ୍ଦିର ଭିତରେ, ରଥ ଟଣା, ଗହଳି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ପ୍ଲାନ କରାଯାଇଛି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ପାର୍କିଂ ସ୍ଥଳଗୁଡ଼ିକରେ ଭକ୍ତମାନେ ଯେପରି ଶୋଷଣ ନ ହେବେ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସବୁ ପାର୍କିଂ ସ୍ଥଳରେ ପୁଲିସ, ପୌରସଂସ୍ଥା କର୍ମଚାରୀ ରହିବେ। ଅଟୋ ମହାସଂଘ ସହ ବୈଠକ କରାଯାଇ ଭଡ଼ା ତାଲିକା ସ୍ଥିର କରାଯାଇଛି। ଏହି ତାଲିକା ବିଭିନ୍ନ ସ୍ଥାନରେ ଡିସ୍‍ପ୍ଲେ କରାଯାଇଛି। ପର୍ଯ୍ୟଟକଙ୍କୁ ସହଯୋଗ ଯୋଗାଇଦେବା ଲାଗି ଟୁରିଷ୍ଟ ହେଲ୍‍ପ ଲାଇନ ନମ୍ବର ଷ୍ଟିକର ବିଭିନ୍ନ ଜାଗାରେ ମରାଯାଇଛି। ସେହିପରି ବସ୍‍ ସଂଘ ଏବଂ ଅଟୋ ସଂଘଙ୍କ ସହ ଆଲୋଚନା ହୋଇଛି। କୌଣସି ଯାତ୍ରୀ, ପର୍ଯ୍ୟଟକ ଯେପରି ଶୋଷଣ ନ ହେବେ ତା’ ଉପରେ ଧ୍ୟାନ ଦିଆଯାଉଛି। ସହରବାସୀ, ବୃଦ୍ଧାବୃଦ୍ଧ ଓ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ସମୁଦ୍ର କୂଳରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି। ସମନ୍ୱିତ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯିବ। ଯେଉଁଠାରେ ପ୍ରଶାସନ ଏବଂ ପୁଲିସ ଅଧିକାରୀ ଉପସ୍ଥିତ ରହିବେ। ଖୁବ୍‍ଶୀଘ୍ର ଏହାର ନମ୍ବର ସର୍ବସାଧାରଣରେ ଜାରି କରାଯିବ। ବିଶେଷକରି ପୁରୀବାସୀଙ୍କଠାରୁ ପୂର୍ବଭଳି ସହଯୋଗ କାମନା କରୁଛୁ। ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ଏହି ମହାପର୍ବ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ ହେବ ବୋଲି କହିଛନ୍ତି ଏସ୍‍ପି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା: ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ତେଣୁ ଆମ୍ବୁଲାନ୍ସ ତଥା କୌଣସି ଜରୁରୀ ପରିସ୍ଥିତି ପାଇଁ ବଡ଼ଦାଣ୍ଡରେ ଗ୍ରୀନ କରିଡ଼ର ବ୍ୟବସ୍ଥା କରାଯାଉଛି। ପର୍ଯ୍ୟାପ୍ତ ପୁଲିସ ଫୋର୍ସ, ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ସ୍ୱତନ୍ତ୍ର ଟିମ୍‍ ରହିବେ। ୨୮ ତାରିଖ ସକାଳେ ଏହାର ରିହର୍ସାଲ କରାଯିବ ବୋଲି ଏସ୍‍ପି କହିଛନ୍ତି। ସେହିପରି ସିସିଟିଭି ଲଗାଇବା କାମ ଚାଲିଛି। ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡରେ ସିସିଟିଭି ଲଗାଯାଉଛି। ୫୦ରୁ ଅଧିକ ସିସିଟିଭି କ୍ୟାମେରା ସଂସ୍ଥାପନ କାର୍ଯ୍ୟ ଚାଲିଛି। ୨/୪ ଦିନ ମଧ୍ୟରେ ଏହା ଶେଷ ହୋଇଯିବ ବୋଲି ଏସ୍‍ପି ଡ. ସିଂ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କ ଉପରେ ଅତ୍ୟାଚାର ଘଟଣାକୁ ତୀବ୍ର ନିନ୍ଦା କଲେ ନବୀନ; କହିଲେ, ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ବିଜେପି ସରକାରଙ୍କ ହୀନ ଉଦ୍ୟମ

26 Jun 2022 By The Sakala

ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ପ୍ରସ୍ତୁତି; ମୁତୟନ ହେବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ: ଆଉମାତ୍ର ୪ଟା ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବଡ଼ଦାଣ୍ଡରେ ଗଡ଼଼ିବ ତିନିରଥ। ତେବେ ଶୃଙ୍ଖଳିତ ଏବଂ ସୁରକ୍ଷିତ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଛନ୍ତି। ବସୁଛି ଘନ ଘନ ବୈଠକ। ଯେହେତୁ ଦୁଇବର୍ଷ ପରେ ରଥଯାତ୍ରାରେ ଶ୍ରଦ୍ଧାଳୁ ସାମିଲ ହେବାକୁ ଯାଉଛନ୍ତି ତେଣୁ ନିଶ୍ଚିତ ସଂଖ୍ୟା ଅଧିକ ରହିବ। ଏହାକୁ ନଜରରେ ରଖି ବିଭିନ୍ନ ବିଭାଗ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛି। ବିଶେଷକରି ଭକ୍ତ, ପର୍ଯ୍ୟଟକମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରି ଭଲ ଅନୁଭୂତି ନେଇ ଫେରିବେ ତା’ ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଶନିବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‍ପି ଡ. କନୱର ବିଶାଲ ସିଂ ରଥଯାତ୍ରାକୁ ନେଇ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭକ୍ତଙ୍କୁ ନଜରରେ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଏଥର ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୧,୦୦୦ ଅଧିକାରୀ, ୧୮ ଜଣ କମାଣ୍ଡାଣ୍ଟଙ୍କ ସମେତ ତଦାରଖ ପାଇଁ ଅନ୍ୟ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି। ମୁଖ୍ୟତଃ ମନ୍ଦିର ଭିତରେ, ରଥ ଟଣା, ଗହଳି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ପ୍ଲାନ କରାଯାଇଛି।

ପାର୍କିଂ ସ୍ଥଳଗୁଡ଼ିକରେ ଭକ୍ତମାନେ ଯେପରି ଶୋଷଣ ନ ହେବେ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସବୁ ପାର୍କିଂ ସ୍ଥଳରେ ପୁଲିସ, ପୌରସଂସ୍ଥା କର୍ମଚାରୀ ରହିବେ। ଅଟୋ ମହାସଂଘ ସହ ବୈଠକ କରାଯାଇ ଭଡ଼ା ତାଲିକା ସ୍ଥିର କରାଯାଇଛି। ଏହି ତାଲିକା ବିଭିନ୍ନ ସ୍ଥାନରେ ଡିସ୍‍ପ୍ଲେ କରାଯାଇଛି। ପର୍ଯ୍ୟଟକଙ୍କୁ ସହଯୋଗ ଯୋଗାଇଦେବା ଲାଗି ଟୁରିଷ୍ଟ ହେଲ୍‍ପ ଲାଇନ ନମ୍ବର ଷ୍ଟିକର ବିଭିନ୍ନ ଜାଗାରେ ମରାଯାଇଛି। ସେହିପରି ବସ୍‍ ସଂଘ ଏବଂ ଅଟୋ ସଂଘଙ୍କ ସହ ଆଲୋଚନା ହୋଇଛି। କୌଣସି ଯାତ୍ରୀ, ପର୍ଯ୍ୟଟକ ଯେପରି ଶୋଷଣ ନ ହେବେ ତା’ ଉପରେ ଧ୍ୟାନ ଦିଆଯାଉଛି। ସହରବାସୀ, ବୃଦ୍ଧାବୃଦ୍ଧ ଓ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ସମୁଦ୍ର କୂଳରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି। ସମନ୍ୱିତ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯିବ। ଯେଉଁଠାରେ ପ୍ରଶାସନ ଏବଂ ପୁଲିସ ଅଧିକାରୀ ଉପସ୍ଥିତ ରହିବେ। ଖୁବ୍‍ଶୀଘ୍ର ଏହାର ନମ୍ବର ସର୍ବସାଧାରଣରେ ଜାରି କରାଯିବ। ବିଶେଷକରି ପୁରୀବାସୀଙ୍କଠାରୁ ପୂର୍ବଭଳି ସହଯୋଗ କାମନା କରୁଛୁ। ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ଏହି ମହାପର୍ବ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ ହେବ ବୋଲି କହିଛନ୍ତି ଏସ୍‍ପି।

ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ତେଣୁ ଆମ୍ବୁଲାନ୍ସ ତଥା କୌଣସି ଜରୁରୀ ପରିସ୍ଥିତି ପାଇଁ ବଡ଼ଦାଣ୍ଡରେ ଗ୍ରୀନ କରିଡ଼ର ବ୍ୟବସ୍ଥା କରାଯାଉଛି। ପର୍ଯ୍ୟାପ୍ତ ପୁଲିସ ଫୋର୍ସ, ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ସ୍ୱତନ୍ତ୍ର ଟିମ୍‍ ରହିବେ। ୨୮ ତାରିଖ ସକାଳେ ଏହାର ରିହର୍ସାଲ କରାଯିବ ବୋଲି ଏସ୍‍ପି କହିଛନ୍ତି। ସେହିପରି ସିସିଟିଭି ଲଗାଇବା କାମ ଚାଲିଛି। ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡରେ ସିସିଟିଭି ଲଗାଯାଉଛି। ୫୦ରୁ ଅଧିକ ସିସିଟିଭି କ୍ୟାମେରା ସଂସ୍ଥାପନ କାର୍ଯ୍ୟ ଚାଲିଛି। ୨/୪ ଦିନ ମଧ୍ୟରେ ଏହା ଶେଷ ହୋଇଯିବ ବୋଲି ଏସ୍‍ପି ଡ. ସିଂ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର