ପିପିଲି ଉପ ନିର୍ବାଚନ: ବୁଥକୁ ଗଲେ ପୋଲିଂ ପାର୍ଟି

The Sakala Picture
Published On

ପୁରୀ: ଦିନକ ପରେ ପିପିଲି ଉପନିର୍ବାଚନ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ଏହି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ପ୍ରଚାର ଶେଷ ହୋଇଥିଲା ବେଳେ ମଙ୍ଗଳବାର ବୁଥ୍ କେନ୍ଦ୍ରକୁ ଯାତ୍ରା କରିଛନ୍ତି ପୋଲିଂ ଅଧିକାରୀ। ଏଥିନିମନ୍ତେ ପେଣ୍ଠକଟା ସ୍ଥିତ ୱେର ହାଉସଠାରେ ସମସ୍ତ ପ୍ରସ୍ତୁତି କରାଯାଇଛି। ପୋଲିଂ ପାର୍ଟିଙ୍କ ସୁବିଧା ନିମନ୍ତେ ୧୦ଟି କାଉଣ୍ଟର ସହ ଇଭିଏମ୍ ଏବଂ […]

ପୁରୀ: ଦିନକ ପରେ ପିପିଲି ଉପନିର୍ବାଚନ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ଏହି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ପ୍ରଚାର ଶେଷ ହୋଇଥିଲା ବେଳେ ମଙ୍ଗଳବାର ବୁଥ୍ କେନ୍ଦ୍ରକୁ ଯାତ୍ରା କରିଛନ୍ତି ପୋଲିଂ ଅଧିକାରୀ। ଏଥିନିମନ୍ତେ ପେଣ୍ଠକଟା ସ୍ଥିତ ୱେର ହାଉସଠାରେ ସମସ୍ତ ପ୍ରସ୍ତୁତି କରାଯାଇଛି। ପୋଲିଂ ପାର୍ଟିଙ୍କ ସୁବିଧା ନିମନ୍ତେ ୧୦ଟି କାଉଣ୍ଟର ସହ ଇଭିଏମ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ନେବା ଲାଗି ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା କରାଯାଇଛି। କୋଭିଡ଼ କଟକଣା ପାଇଁ ତିନୋଟି ପର୍ୟ୍ୟାୟରେ ଅଧିକାରୀଙ୍କୁ ପଠାଯିବା ଲାଗି ନିଷ୍ପତ୍ତି ନିଆଯାଇଥିବା ବେଳେ ସକାଳୁ ପୋଲିଂ ପାର୍ଟି ଯିବା ଆରମ୍ଭ କରିଛନ୍ତି। ଏହି ଉପନିର୍ବାଚନ ନିମନ୍ତେ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେହିପରି ୫୦୦ ଗାଡି ମଧ୍ୟ ଲାଗିଛି। ପ୍ରତି ପୋଲିଂ ପାର୍ଟିରେ ସୁରକ୍ଷା କର୍ମୀଙ୍କୁ ମିଶାଇ ମୋଟ ୫ ଜଣ ରହିଛନ୍ତି। ପ୍ରାୟ ୭୦ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ଆସନ୍ତା ୩୦ ତାରିଖରେ ୩୪୮ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ଯନ୍ତ ମତଦାନ ହେବ । ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

28 Sep 2021 By The Sakala

ପିପିଲି ଉପ ନିର୍ବାଚନ: ବୁଥକୁ ଗଲେ ପୋଲିଂ ପାର୍ଟି

ପୁରୀ: ଦିନକ ପରେ ପିପିଲି ଉପନିର୍ବାଚନ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ଏହି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ପ୍ରଚାର ଶେଷ ହୋଇଥିଲା ବେଳେ ମଙ୍ଗଳବାର ବୁଥ୍ କେନ୍ଦ୍ରକୁ ଯାତ୍ରା କରିଛନ୍ତି ପୋଲିଂ ଅଧିକାରୀ। ଏଥିନିମନ୍ତେ ପେଣ୍ଠକଟା ସ୍ଥିତ ୱେର ହାଉସଠାରେ ସମସ୍ତ ପ୍ରସ୍ତୁତି କରାଯାଇଛି। ପୋଲିଂ ପାର୍ଟିଙ୍କ ସୁବିଧା ନିମନ୍ତେ ୧୦ଟି କାଉଣ୍ଟର ସହ ଇଭିଏମ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ନେବା ଲାଗି ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା କରାଯାଇଛି। କୋଭିଡ଼ କଟକଣା ପାଇଁ ତିନୋଟି ପର୍ୟ୍ୟାୟରେ ଅଧିକାରୀଙ୍କୁ ପଠାଯିବା ଲାଗି ନିଷ୍ପତ୍ତି ନିଆଯାଇଥିବା ବେଳେ ସକାଳୁ ପୋଲିଂ ପାର୍ଟି ଯିବା ଆରମ୍ଭ କରିଛନ୍ତି। ଏହି ଉପନିର୍ବାଚନ ନିମନ୍ତେ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେହିପରି ୫୦୦ ଗାଡି ମଧ୍ୟ ଲାଗିଛି। ପ୍ରତି ପୋଲିଂ ପାର୍ଟିରେ ସୁରକ୍ଷା କର୍ମୀଙ୍କୁ ମିଶାଇ ମୋଟ ୫ ଜଣ ରହିଛନ୍ତି। ପ୍ରାୟ ୭୦ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ଆସନ୍ତା ୩୦ ତାରିଖରେ ୩୪୮ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ଯନ୍ତ ମତଦାନ ହେବ । ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

https://www.thesakala.in/latest-odisha-news/puri/pipili-by-election-polling-party-goes-to-booth/article-5708
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର