ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ

The Sakala Picture
Published On

ପିପିଲି : ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଜି ଅପରାହ୍ନ ୧ଟା ୩୦ ସମୟରେ ବଳଙ୍ଗା-ସାତଶଙ୍ଖ ରାସ୍ତାରେ ଥିବା ନାଲିହଣା ପ୍ରାଥମିକ ବିଦ୍ୟାଳୟରେ ହଠାତ ପହଞ୍ଚି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିଥିଲେ । ତେବେ ପିଲାମାନେ ଖାଉଥିବା ଖାଦ୍ୟର ମାନ ପରୀକ୍ଷା କରିବାକୁ ସେହି ଖାଦ୍ୟ ଖାଇବାକୁ ମାଗିଥିଲେ ବିଧାୟକ । ସୋମବାର ମେନ୍ୟୁରେ ଭାତ ଓ ଡାଲମା ବିଧାୟକଙ୍କୁ […]

ପିପିଲି : ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଜି ଅପରାହ୍ନ ୧ଟା ୩୦ ସମୟରେ ବଳଙ୍ଗା-ସାତଶଙ୍ଖ ରାସ୍ତାରେ ଥିବା ନାଲିହଣା ପ୍ରାଥମିକ ବିଦ୍ୟାଳୟରେ ହଠାତ ପହଞ୍ଚି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିଥିଲେ । ତେବେ ପିଲାମାନେ ଖାଉଥିବା ଖାଦ୍ୟର ମାନ ପରୀକ୍ଷା କରିବାକୁ ସେହି ଖାଦ୍ୟ ଖାଇବାକୁ ମାଗିଥିଲେ ବିଧାୟକ । ସୋମବାର ମେନ୍ୟୁରେ ଭାତ ଓ ଡାଲମା ବିଧାୟକଙ୍କୁ ଖାଇବାକୁ ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: କଟକ ପ୍ରେସଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସ୍ଥିତି ପରଖିଲେ ମେୟର

କୁନି କୁନି ପିଲାଙ୍କ ମେଳରେ ତଳେ ବସି ମଧ୍ୟାହ୍ନ ଭୋଜନରେ ମିଳିଥିବା ଭାତ-ଡାଲମା ଖାଇଥିଲେ ବିଧାୟକ । ତେବେ ଖାଦ୍ୟର ମାନ ଉତ୍କୃଷ୍ଟ ଥିବାରୁ ରୋଷେୟାଙ୍କୁ ତାରିଫ କରିଥିଲେ । ଖାଇଥିବା ଅଇଁଣ୍ଠା ଷ୍ଟିଲ ଥାଳିକୁ ନିଜେ ଉଠାଇ ଧୋଇଥିଲେ । ପରେ ସ୍କୁଲର ସମସ୍ୟା କଣ ରହିଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଥିଲେ । ତେବେ ସ୍କୁଲକୁ ଖୁବଶୀଘ୍ର ବିଶୁଦ୍ଧ ପାଇପ ପାଣି ଯୋଗାଇବା ନେଇ ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହ ବିଧାୟକ ଆଲୋଚନା କରିଥିବା ବେଳେ ପାଚେରୀ ନିର୍ମାଣ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ସେହିଭଳି ଯଶୁଆପୁର ପଞ୍ଚାୟତ ଉତ୍ତରାୟଣୀ ସ୍ମାର୍ଟ ହାଇସ୍କୁଲ ବୁଲି ଦେଖିଥିଲେ ବିଧାୟକ । ଅଧାପନ୍ତରିଆ କାର୍ଯ୍ୟ ତୁରନ୍ତ ସାରିବାକୁ ବିଧାୟକ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧାରିତ ସମୟସୀମା ଭିତରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଦିନେ ଛାତ୍ରଛାତ୍ରୀ ଯେଭଳି ହଇରାଣ ନହେବେ ସେନେଇ ଧ୍ୟାନ ଦେବାକୁ କର୍ତ୍ତୁପକ୍ଷଙ୍କୁ କଡା ତାଗିଦ କରିଛନ୍ତି । ପିପିଲି ଡେଲାଙ୍ଗର ବିଭିନ୍ନ ସ୍କୁଲକୁ ଯାଇ ରୂପାନ୍ତରୀକରଣ ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା ଜାରୀ ରହିବ ବୋଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

01 Aug 2022 By The Sakala

ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ

ପିପିଲି : ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଜି ଅପରାହ୍ନ ୧ଟା ୩୦ ସମୟରେ ବଳଙ୍ଗା-ସାତଶଙ୍ଖ ରାସ୍ତାରେ ଥିବା ନାଲିହଣା ପ୍ରାଥମିକ ବିଦ୍ୟାଳୟରେ ହଠାତ ପହଞ୍ଚି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିଥିଲେ । ତେବେ ପିଲାମାନେ ଖାଉଥିବା ଖାଦ୍ୟର ମାନ ପରୀକ୍ଷା କରିବାକୁ ସେହି ଖାଦ୍ୟ ଖାଇବାକୁ ମାଗିଥିଲେ ବିଧାୟକ । ସୋମବାର ମେନ୍ୟୁରେ ଭାତ ଓ ଡାଲମା ବିଧାୟକଙ୍କୁ ଖାଇବାକୁ ଦିଆଯାଇଥିଲା ।

କୁନି କୁନି ପିଲାଙ୍କ ମେଳରେ ତଳେ ବସି ମଧ୍ୟାହ୍ନ ଭୋଜନରେ ମିଳିଥିବା ଭାତ-ଡାଲମା ଖାଇଥିଲେ ବିଧାୟକ । ତେବେ ଖାଦ୍ୟର ମାନ ଉତ୍କୃଷ୍ଟ ଥିବାରୁ ରୋଷେୟାଙ୍କୁ ତାରିଫ କରିଥିଲେ । ଖାଇଥିବା ଅଇଁଣ୍ଠା ଷ୍ଟିଲ ଥାଳିକୁ ନିଜେ ଉଠାଇ ଧୋଇଥିଲେ । ପରେ ସ୍କୁଲର ସମସ୍ୟା କଣ ରହିଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଥିଲେ । ତେବେ ସ୍କୁଲକୁ ଖୁବଶୀଘ୍ର ବିଶୁଦ୍ଧ ପାଇପ ପାଣି ଯୋଗାଇବା ନେଇ ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହ ବିଧାୟକ ଆଲୋଚନା କରିଥିବା ବେଳେ ପାଚେରୀ ନିର୍ମାଣ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସେହିଭଳି ଯଶୁଆପୁର ପଞ୍ଚାୟତ ଉତ୍ତରାୟଣୀ ସ୍ମାର୍ଟ ହାଇସ୍କୁଲ ବୁଲି ଦେଖିଥିଲେ ବିଧାୟକ । ଅଧାପନ୍ତରିଆ କାର୍ଯ୍ୟ ତୁରନ୍ତ ସାରିବାକୁ ବିଧାୟକ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧାରିତ ସମୟସୀମା ଭିତରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଦିନେ ଛାତ୍ରଛାତ୍ରୀ ଯେଭଳି ହଇରାଣ ନହେବେ ସେନେଇ ଧ୍ୟାନ ଦେବାକୁ କର୍ତ୍ତୁପକ୍ଷଙ୍କୁ କଡା ତାଗିଦ କରିଛନ୍ତି । ପିପିଲି ଡେଲାଙ୍ଗର ବିଭିନ୍ନ ସ୍କୁଲକୁ ଯାଇ ରୂପାନ୍ତରୀକରଣ ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା ଜାରୀ ରହିବ ବୋଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର