ଆରଡ଼ିସି ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ

The Sakala Picture
Published On

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ରୁକ୍ମଣୀ ଦେବୀ ଚିଲିକା ଡିଗ୍ରୀ ମହାବିଦ୍ୟାଳୟ ନୂଆପଡାରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଧର୍ମାନନ୍ଦ ପଲାଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସଂସ୍କୃତ ବରିଷ୍ଠ ଅଧ୍ୟାପିକା ଅର୍ଣ୍ଣପୂର୍ଣ୍ଣା ମହାପାତ୍ର ଯୋଗଦେଇ ସଂସ୍କୃତ ଭାଷାର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ । ସଂସ୍କୃତ ବିଭାଗର ବରିଷ୍ଠ ଅଧ୍ୟାପକ ଗୋପାଳ କୃଷ୍ଣ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ […]

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ରୁକ୍ମଣୀ ଦେବୀ ଚିଲିକା ଡିଗ୍ରୀ ମହାବିଦ୍ୟାଳୟ ନୂଆପଡାରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଧର୍ମାନନ୍ଦ ପଲାଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସଂସ୍କୃତ ବରିଷ୍ଠ ଅଧ୍ୟାପିକା ଅର୍ଣ୍ଣପୂର୍ଣ୍ଣା ମହାପାତ୍ର ଯୋଗଦେଇ ସଂସ୍କୃତ ଭାଷାର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ । ସଂସ୍କୃତ ବିଭାଗର ବରିଷ୍ଠ ଅଧ୍ୟାପକ ଗୋପାଳ କୃଷ୍ଣ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା, ସଂସ୍କୃତ ବିଭାଗର ଅନ୍ୟତମ ଅଧ୍ୟାପିକା ବାସନ୍ତୀ ସେଠୀ, ଅଧ୍ୟାପକ ଦିଲ୍ଲୀପ କୁମାର ଜେନା,ମନୋଜ କୁମାର ପ୍ରଧାନ, ଧୀରେନ୍ଦ୍ର ପଲେଇ, ବିକାଶ ମହାପାତ୍ର, ସୁକାନ୍ତ ମାନସିଂହ, ଅଧ୍ୟାପିକା ଟିକିନା ବିଶ୍ୱାଳ, ବରିଷ୍ଠ କିରାଣୀ ଲକ୍ଷ୍ମୀଧର ପ୍ରଧାନ, ଗ୍ରନ୍ଥାଗାରିକ ଦୁଷ୍ମନ୍ତ କୁମାର ପ୍ରଧାନ ପ୍ରମୁଖ ସଂସ୍କୃତ ଭାଷା ସପ୍ତାହ ଦିବସ ପାଳନ ସମ୍ପର୍କରେ ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ଳୋକ ଆବୃତ୍ତି, ସଂସ୍କୃତର ଅଭିଭାଷଣ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଶେଷରେ ଗ୍ରନ୍ଥାଗାରିକ ସନାତନ ତରେଇ ଧନ୍ୟବାଦ ଅର୍ପଣ କରିଥିଲେ ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର