ବ୍ରହ୍ମଗିରି ବିଧାୟିକାଙ୍କ ସମୀକ୍ଷା ବୈଠକକୁ ବିରୋଧ : ବ୍ଲକ ଆଗରେ ଧାରଣା, ଆସିଲେନି ଉପାସନା

The Sakala Picture
Published On

ପୁରୀ : ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଡାକିଥିବ ସମୀକ୍ଷା ବୈଠକକୁ ବିରୋଧ। ଦୀର୍ଘ ୮ ମାସ ହେବ ପଞ୍ଚାୟତ ସମିତି ବୈଠକ ବସିପାରି ନାହିଁ। ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କେଉଁଥିପାଇଁ ହେବ ବୋଲି ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନେ ପ୍ରଶ୍ନ କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏଭଳି ବିରୋଧାଭାଷକୁ ଦେଖି ବିଧାୟିକା ବ୍ଲକ କାର୍ଯ୍ୟାଳୟକୁ ଯାଇ ନ ଥିଲେ। ପ୍ରାୟ ୩ ଘଣ୍ଟା ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ନିର୍ବାଚିତ ପ୍ରତିନିଧି। ତେବେ ସମୀକ୍ଷା ବୈଠକ ବାତିଲ ହେବା ନେଇ ଘୋଷଣା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମଗିରି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ନିମନ୍ତେ ବିଧାୟିକା ଶୁକ୍ରବାରକୁ ଦିନ ଧାର୍ଯ୍ୟ କରିଥିଲେ। ସେଥିପାଇଁ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ବିଭାଗକୁ ଡକା ଯାଇଥିଲା। ହେଲେ ନୂତନ ସରକାର ଆସିବା ପରଠାରୁ ବ୍ଲକରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରିନାହିଁ। ସଠିକ ସମୟରେ ଅର୍ଥାତ ୮ ମାସ ଧରି ପଞ୍ଚାୟତ ସମିତି ବୈଠକ ହୋଇପାରୁନାହିଁ। ତେଣୁ ସମୀକ୍ଷା କ’ଣ ପାଇଁ ହେବ ବୋଲି ପ୍ରଶ୍ନ କରିବା ସହ ବିଧାୟିକାଙ୍କ ସମୀକ୍ଷାକୁ ବିରୋଧ କରିଥିଲେ ବ୍ଲକର ସମସ୍ତ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ।

ସେମାନେ ସବୁ ବିଭାଗରେ ତାଲା ପକାଇ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। କାହାରିକୁ କାର୍ଯ୍ୟାଳୟ ଭିତରକୁ ଛାଡି ନ ଥିଲେ। ବ୍ଲକରେ ସ୍ଥାୟୀ ବିଡ଼ିଓ ନିଯୁକ୍ତି, ସରକାରୀ ନିୟମ ଅନୁଯାୟୀ ପଞ୍ଚାୟତ ସମିତି ବୈଠକ, ପଞ୍ଚାୟତଗୁଡିକରେ ଥିବା ଅଧାପନ୍ତରିଆ କାର୍ଯ୍ୟର ସମାଧାନ, ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ସେମାନଙ୍କ ଅଧିକାର ସହିତ ୭ଦଫା ଦାବି କରି ହରତାଳ କରିଥିଲେ। ଏଥିସହ ଶୁକ୍ରବାର ହେବାକୁ ଥିବା ସମୀକ୍ଷା ବୈଠକ ବନ୍ଦ କରିବା ପାଇଁ ମଧ୍ୟ ଦାବି କରିଥିଲେ। ଦୀର୍ଘ ୩ ଘଣ୍ଟା ଧରି ନିର୍ବାଚିତ ପ୍ରତିନିଧିମାନେ ଧାରଣାରେ ବସି ରହିଥିଲେ ମଧ୍ୟ ବିଧାୟିକାଙ୍କର ଦେଖା ମିଳି ନ ଥିଲା। ଜନପ୍ରତିନିଧିଙ୍କର ଏହି ଧାରଣାକୁ ନେଇ ବିଧାୟିକାଙ୍କ ସମର୍ଥିତ ନେତା, କର୍ମୀ ଓ ବ୍ଲକର ଅଧିକାରୀ ଓ କର୍ମଚାରୀ ଛାନିଆ ହୋଇଯାଇଥିଲେ। ପ୍ରାୟ ୩ ଘଣ୍ଟା ପରେ ସଦର ଏସ୍‌ଡିପିଓ ରବିନାରାୟଣ ଭଞ୍ଜ, ବ୍ରହ୍ମଗିରି ଆଇଆଇସି ପ୍ରଜ୍ଞା ମହାନ୍ତି, ଅତିରିକ୍ତ ବିଡିଓ ଧାରଣାରତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ବିଧାୟିକାଙ୍କ ସମୀକ୍ଷାକୁ ସ୍ଥଗିତ ରଖିବା ସହ ଆସନ୍ତା ୩୦ ତାରିଖରେ ପଞ୍ଚାୟତ ସମିତି ବୈଠକ ବସିବ। ସେହି ବୈଠକରେ ସମସ୍ତ ବିଷୟରେ ଆଲୋଚନା କରାଯିବା ପରେ ବିଧାୟିକାଙ୍କ ସମୀକ୍ଷା ହେବ ବୋଲି ଅତିରିକ୍ତ ବିଡିଓ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

20 Dec 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର