ସାନସୀମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

Suryakanta Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ସିଆଣ୍ଡି ପଞ୍ଚାୟତ ଓରା ଠାରେ ଅବସ୍ଥିତ ଥିବା ସାନସୀମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜ କିଶୋର ତରେଇ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଅତିଥି ମାନଙ୍କୁ ପାଛୋଟି ନେଇ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।

ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏବିଓ କମ ବିଆରସିସି ସିଦ୍ଧେଶ୍ୱର କରଣ ରାଜ୍ୟ ବିଜେପି କୋଡିନେଟର ଦୁସ୍ମନ୍ତ କୁମାର ନାୟକ, ସିଆଣ୍ଡି ପଞ୍ଚାୟତ ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ ମୁଖ୍ୟ ବକ୍ତା ଭାବେ ଓସ୍ଥା ସଭାପତି କାସିନାଥ ଜେନା ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋଚିରାମ ନାୟକ, ଅବସରପ୍ରାପ୍ତ ଶିକ୍ଷକ ବିପ୍ରବର ତରେଇ ନାରାୟଣ ବିଦ୍ୟାପିଠ ପ୍ରଧାନ ଶିକ୍ଷକ ପ୍ରବିର କୁମାର ଜେନା ପୁରୀ ପୋଲିସ ସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ଅବସିଷ୍ଟ ଜିବନ ଖୁସିରେ ଅତିବାହିତ ହେବାକୁ ପ୍ରାର୍ଥନା କରିଥିଲେ ।

ସହକାରୀ ଶିକ୍ଷକ ପ୍ରଭାତ ବାରିକି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରୁଥିଲା ବେଳେ ସହକାରୀ ଶିକ୍ଷକ ବିଚିତ୍ରା ନନ୍ଦ ତରେଇ ଧନ୍ୟବାଦ ଅର୍ପଣ କରିଥିଲେ। ମୋ ସ୍କୁଲ ପରିଚାଳନା କମିଟି ସଭାପତି ଅଧ୍ୟାପକ ମଧୁସୂଦନ ସାହୁ ମୋ ସ୍କୁଲ ଉପଦେଷ୍ଟା ସଭ୍ୟ ରମେଶ ଚନ୍ଦ୍ର ତରେଇ ପ୍ରବଚକ ବାବୁଲା ନାୟକ, ନଗେନ୍ଦ୍ର କୁମାର ଜଗଦେବ ନାୟକ ସମିତି ସଭ୍ୟ ଲଳିତ କୁମାର ତରେଇ ପ୍ରମୁଖ ସହଯୋଗ କରିଥିଲେ। ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ମାନପତ୍ର ସହିତ ଉତ୍ତରୀୟ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହାପରେ ଡିଜେ ବଜାଇ ଓରା ଏବଂ ତାଙ୍କର ଜନ୍ମ ମାଟି ସିଆଣ୍ଡି ସହିତ ଆଖପାଖ ଗାଁ ପରିକ୍ରମା କରାଇ ତାଙ୍କୁ ତାଙ୍କ ନିଜ ବାସଭବନରେ ଛାଡ଼ି ଦିଆଯାଇଥିଲା। ସହକାରୀ ଶିକ୍ଷକ ପ୍ରସନ୍ନ ଜିତ ଜେନା, ଅଜିତ କୁମାର ବାରିକୀ, ନବକିଶୋର ବାରିକୀ, ମାଖନ ସାହୁ, ସୁଭସ୍ମିତା ନାୟକ , ରାନୁ ତରେଇ ପିଙ୍କି ପଲେଇ ଙ୍କ ସମେତ ସ୍କୁଲର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp