ଚିଲିକା ମଝିରୁ ବେଆଇନ ଫାର୍ମ ହାଉସ ଉଚ୍ଛେଦ

The Sakala Picture
Published On

କୃଷ୍ଣପ୍ରସାଦ:ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ବିରିପଦର ମୌଜାର ଚିଲିକା ମଝିରେ ଥିବା ବେଆଇନ ଫାର୍ମ ହାଉସକୁ ଆଜି ଉଚ୍ଛେଦ କରାଯାଇଛି । ଏହି ଫାର୍ମ ହାଉସ ଦୀର୍ଘ ୫ ବର୍ଷ ଧରି ୩୦ ଡ଼ିସିମିଲ ଜାଗା ଉପରେ ଦୁଇ ମହଲାର ଅଟ୍ଟାଳିକା ଠିଆ ହୋଇଥିଲା । ଏହି ବେଆଇନ ଫାର୍ମ ହାଉସ କୃଷ୍ଣପ୍ରସାଦ ବ୍ଳକ ବଡଝାଡ଼ ଗ୍ରାମର ଅକ୍ଷୟ ତରେଇ ନିର୍ମାଣ କରିଥିବା ଜଣାପଡିଛି । ବେଆଇନ ଅଟ୍ଟାଳିକା ଉଚ୍ଛେଦ ନିମନ୍ତେ ଦୀର୍ଘ ଦିନ ଧରି ଅଭିଯୋଗ […]

କୃଷ୍ଣପ୍ରସାଦ:ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ବିରିପଦର ମୌଜାର ଚିଲିକା ମଝିରେ ଥିବା ବେଆଇନ ଫାର୍ମ ହାଉସକୁ ଆଜି ଉଚ୍ଛେଦ କରାଯାଇଛି । ଏହି ଫାର୍ମ ହାଉସ ଦୀର୍ଘ ୫ ବର୍ଷ ଧରି ୩୦ ଡ଼ିସିମିଲ ଜାଗା ଉପରେ ଦୁଇ ମହଲାର ଅଟ୍ଟାଳିକା ଠିଆ ହୋଇଥିଲା । ଏହି ବେଆଇନ ଫାର୍ମ ହାଉସ କୃଷ୍ଣପ୍ରସାଦ ବ୍ଳକ ବଡଝାଡ଼ ଗ୍ରାମର ଅକ୍ଷୟ ତରେଇ ନିର୍ମାଣ କରିଥିବା ଜଣାପଡିଛି । ବେଆଇନ ଅଟ୍ଟାଳିକା ଉଚ୍ଛେଦ ନିମନ୍ତେ ଦୀର୍ଘ ଦିନ ଧରି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଜେଡି ଛାମୁଆଙ୍କ ଛତ୍ର ଛାୟା ତଳେ ରହିଯାଉଥିଲା । ଲୋକଙ୍କ ମୁହରୁ ଶୁଣିବାକୁ ମିଳେ ଦଳୀୟ ସଭା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ତାହା ସୁରକ୍ଷିତ ଅଞ୍ଚଳ ଥିଲା । ବେଆଇନ ଫାର୍ମ ହାଉସକୁ ଭାଙ୍ଗିବା ପାଇଁ ୨୦୨୨ ମସିହା ଏବଂ ୨୦୨୪ ମସିହାରେ ଦୁଇଥର କୃଷ୍ଣପ୍ରସାଦ ତହସିଲ ପକ୍ଷରୁ ନୋଟିସ କରାଯାଇଥିଲେ ମଧ୍ୟ ବେଖାତିର ମନୋଭାବ ପ୍ରଦର୍ଶନ କରୁଥିଲେ । ନୂତନ ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜବର ଦଖଲ ଉଚ୍ଛେଦକୁ ସରକାର ହାତକୁ ନେଇଛନ୍ତି । ଗୁରୁବାର ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ବିରିପଦର ମୌଜାର ଖାତା ନଂ ୨୯, ପ୍ଲଟ ନଂ ୧୦୨ ଉପରେ ଚିଲିକା ମଝିରେ ଗଢ଼ି ଉଠିଥିବା ଜାଆଁଣ ପଡ଼ିଆ ଫାର୍ମ ହାଉସକୁ ଉଚ୍ଛେଦ କରାଯାଇଛି । ୩ ଗୋଟି ବୁଲଡୋଜର ସହିତ କିଛି ଶ୍ରମିକ ଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଶୃଙ୍ଖଳା ରକ୍ଷା କରିବା ପାଇଁ ୫ ପ୍ଲାଟୁନ ମହିଳା ପୁରୁଷ ପୋଲିସ ଫୋର୍ସ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୨ ଜଣ ଡ଼ିଏସପି, ୪ ଜଣ ଆରକ୍ଷୀ ନିରୀକ୍ଷକ ଉପସ୍ଥିତ ରହିଛନ୍ତି । ମାଜିଷ୍ଟ୍ରେଟ ଶରତ ଚନ୍ଦ୍ର ଦେହୁରୀ, କୃଷ୍ଣପ୍ରସାଦ ତହସିଲଦାର ବିକାଶ ସେଠୀ, କୃଷ୍ଣପ୍ରସାଦ ପୋଲିସ ଉପଖଣ୍ଡ ଅଧିକାରୀ ଭାବଗ୍ରାହୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଛେଦ କାର୍ଯ୍ୟ ଚାଲିଛି । ଉଚ୍ଛେଦ ସମୟରେ ବାହାରର କୌଣସି ଜନସାଧାରଣଙ୍କୁ ଘଟଣା ସ୍ଥଳ ପ୍ରବେଶକୁ ବାରଣ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

11 Sep 2025 By The Sakala

https://www.thesakala.in/latest-odisha-news/puri/krushna-prasad-news/demolition-of-illegal-farm-houses-from-chilika/article-42320
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର