ଚିଲିକା ମଝିରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ

Suryakanta Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ମଝିରେ ନିଆରା ଢଙ୍ଗରେ ପାଳିତ ହୋଇଛି ଗାନ୍ଧୀ ଜୟନ୍ତୀ। ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଓ ସ୍ୱଚ୍ଛତାର ବାର୍ତ୍ତାକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ସାପୁଆ ନଦୀରେ ବନ୍ୟା: ଆଠଗଡ଼ର କନ୍ତୋଲ ଅଞ୍ଚଳ ଜଳମଗ୍ନ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ ଠପ୍

୨ ଅକ୍ଟୋବର ୧୮୬୯ରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅହିଂସା ନୀତି, ସତ୍ୟ ଓ ସ୍ୱଚ୍ଛତାର ବାର୍ତ୍ତା ସାରା ବିଶ୍ୱରେ ପ୍ରଭାବ ପକାଇଥିଲା। ଦେଶ ପାଇଁ ତାଙ୍କର ଅବଦାନ ଓ ତ୍ୟାଗ ଯୋଗୁଁ ତାଙ୍କୁ ‘ମହାତ୍ମା’ ଭାବେ ସମ୍ମାନିତ କରାଯାଇଥିଲା।ଗାନ୍ଧୀଜୀଙ୍କ ଅହିଂସା ଓ ସ୍ୱଚ୍ଛତାର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଚିଲିକା ନୂଆପଡ଼ାସ୍ଥିତ ‘ଅର୍କୁସା ଆଇଟି କମ୍ପ୍ୟୁଟର ସେଣ୍ଟର’ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ଉତ୍ତର ଦ୍ୱାରରେ ରାମ୍ପ୍-ରେଲିଂ

ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ୍‌ (OKCL) ଅଧୀନରେ ଓଡ଼ିଶା ଷ୍ଟେଟ୍ ସାର୍ଟିଫିକେଟ୍ ଇନ୍ ଇନଫର୍ମେସନ୍ ଟେକ୍ନୋଲୋଜି (OS-CIT) କୋର୍ସ କରୁଛନ୍ତି।ଗାନ୍ଧୀ ଜୟନ୍ତୀ ଅବସରରେ ଛାତ୍ରଛାତ୍ରୀମାନେ ଚିଲିକା ମଝିରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସମୁଦ୍ରକୂଳ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟ ମଧ୍ୟ କରିଥିଲେ।ଅହିଂସାର ବାର୍ତ୍ତା ପ୍ରଚାର କରିବା ସହ ଦେଶକୁ ସ୍ୱଚ୍ଛ ରଖିବା ଏହି ଛାତ୍ରଛାତ୍ରୀମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଭଳି ପ୍ରୟାସ ଯୁବପିଢ଼ିଙ୍କୁ ସାମାଜିକ ଦାୟିତ୍ୱବୋଧ ଓ ଦେଶସେବାର ଭାବନା ସହିତ ଆଗକୁ ବଢ଼ିବାରେ ସହାୟକ ହେବ।

ଆହୁରି ପଢ଼ନ୍ତୁ: ପୁରୀରେ ତୀର୍ଥଯାତ୍ରୀଙ୍କ ପାଇଁ ନୂଆ ଅତିଥି ଭବନ ‘ପତିତପାବନ ଭକ୍ତ ନିବାସ’ ନିର୍ମାଣ କରିବ ଶ୍ରୀମନ୍ଦିର ପ୍ରଶାସନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp