ଚତୁର୍ଥ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

Suryakanta Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ମାଲୁଦ ପଞ୍ଚୁଦୋଳ ପଡ଼ିଆ ପରିସରରେ ସ୍ୱର୍ଗତ ଶୈଳବାଳାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୈଳକୃଷ୍ଣ ଫାଉଣ୍ଡେସନ, କଣ୍ଟାବଣିଆ ପକ୍ଷରୁ ବ୍ଲକ୍‌ସ୍ତରୀୟ ଚତୁର୍ଥ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲ୍ୟାବ୍ ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ, ପକେଟରୁ ମିଳିଲା ଇଞ୍ଜେକ୍ସନ

ରକ୍ଷାବନ୍ଧନ ଅବସରରେ ଫାଉଣ୍ଡେସନ୍‌ର ମୁଖ୍ୟ ପୁରୋଧା ତଥା ଅବସରପ୍ରାପ୍ତ ସେନା ଅଧିକାରୀ ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ଏହି କ୍ରୀଡ଼ା ଉତ୍ସବ ଆୟୋଜନ କରାଯାଇଥିଲା।ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଜୟରାମ ଦାସ, ଡ. ବବିତା କୁମାରୀ ଜେନା, ସୋସିଆଲ୍‌ ମିଡିଆ ଚେୟାରମ୍ୟାନ୍‌ ଅରବିନ୍ଦ ଦାସ, ଏଭରେଷ୍ଟ ଆରୋହଣ କରିଥିବା ପ୍ରଥମ ବ୍ୟକ୍ତି ଗଣେଶ ଚନ୍ଦ୍ର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ଅପ୍ରୀତିକର ପରିସ୍ଥିତି: ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ଗୋଳ, ଉଭୟ ପକ୍ଷ ଅଟକ

WhatsApp Image 2026-08-31 at 10.27.32 AM (1)

ଆହୁରି ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ ତୀବ୍ର: ସମୂହ ଛୁଟିରେ ଅଧ୍ୟାପକ ଓ ଅଧ୍ୟାପିକା, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଯୁବନେତା ବିଶ୍ୱଜିତ ବିଶ୍ୱାଳ ଓ ପ୍ରଧାନଶିକ୍ଷକ ବିଜୟ କୁମାର ଜେନା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ।ବ୍ଲକ୍‌ର ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରଥମେ ଭଲିବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ନାରାୟଣ ବିଦ୍ୟାପୀଠର ଖେଳ ଶିକ୍ଷକ ଅଶୋକ ସାମଲ ଏବଂ ଖେଳ ଶିକ୍ଷକ ରଞ୍ଜିତ କୁମାର ସାହୁ (ଖଲ୍ଲିକୋଟ, ଗଞ୍ଜାମ) ରେଫରି ଭାବେ ଯୋଗଦେଇ ଖେଳ ଆରମ୍ଭ କରିଥିଲେ। ଭଲିବଲ୍‌ ପ୍ରତିଯୋଗିତାକୁ ସୌମ୍ୟରଞ୍ଜନ ସାହୁ ପରିଚାଳନା କରିଥିଲେ।

ପରେ ଉଚ୍ଚଡିଆଁ, ଲମ୍ବଡିଆଁ, ୧୬୦୦ ମିଟର ଦୌଡ଼, ଗହ୍ମାଡିଆଁ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସତ୍ୟବ୍ରତ ଦାସ, ଦଇତାରୀ ବିଶ୍ୱାଳ, ଜଗନମୋହନ ମାନସିଂହ, ରୁଦ୍ର ପ୍ରସାଦ, ବସନ୍ତ ପ୍ରଧାନ, ରାଜେନ୍ଦ୍ର ନାୟକ, ଆଶିଷ ବାରିକ ଓ ଉଲ୍ଲାସ ଜେନା ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ।ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଭାମାନଙ୍କୁ ମାନପତ୍ର, ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp