ମାନସିଂହ ସାହିତ୍ୟ ସଂସଦର 67 ତମ କବିତା ଆସର

Suryakanta Picture
Published On

‎ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କବି ମାୟାଧର ମାନସିଂହଙ୍କ ଜନ୍ମପୀଠ ନନ୍ଦଳା ଗ୍ରାମରେ ମାନସିଂହ ସାହିତ୍ୟ ସଂସଦର ୬୭ତମ କବିତା ଆସର ବିଷ୍ଣୁପ୍ରସାଦ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।  ମୁଖ୍ୟ ଅତିଥି ଭାବେ ଯାଜପୁରରୁ ବିଶିଷ୍ଟ କବି ତଥା କଥାକାର ଡ଼ ପ୍ରଜ୍ଞା ପରମିତା ଦାଶ ଯୋଗଦେଇ କବିତାର ସ୍ୱରୂପ ଓ ମର୍ଯ୍ୟାଦା ସମ୍ପର୍କରେ ଆଲୋଚନା କରିବା ସହ ଅନ୍ୟ ଉପସ୍ଥିତ କବି ମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦର ମୁଖ୍ୟ ଉପଦେଷ୍ଟା ଡ଼ ପ୍ରେମାନନ୍ଦ ବେହେରା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ  ଲଳିତ କୁମାର ସ୍ବାଇଁ ଆଭିମୁଖ୍ୟ ଉପସ୍ଥାପନ କରିବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।

ବ୍ରହ୍ମପୁରରୁ ବନ୍ଦନା ପଣ୍ଡା ପ୍ରାରମ୍ଭିକ ଭଜନ ପାଠ କରିଥିଲେ। ବ୍ରହ୍ମପୁରରୁ  କବି ରଶ୍ମିତା ଦଳାଇଙ୍କ ଚମତ୍କାର ସଂଯୋଜନାରେ ଦେଶ ବିଦେଶରୁ ଅନେକ କବି ଯଥା ଚନ୍ଦ୍ରା ମିଶ୍ର, ଶ୍ୱେତଶ୍ୱିନୀ ଜେନା, ମର୍ମସ୍ପର୍ଶୀ ପ୍ରିୟଦର୍ଶିନୀ, ପ୍ରତିମା ପାତ୍ର, ସମୀର ନାୟକ,ପୂର୍ଣ ଚନ୍ଦ୍ର ଜେନା,ନମିତା ସ୍ଵାଇଁ,ଦେବାଶିଷ ପ୍ରଧାନଙ୍କ ସମେତ ପ୍ରାୟ ୪୦ରୁ ଅଧିକ ସାହିତ୍ୟ ସାଧକ ସାଧିକା ଉପସ୍ଥିତ ରହି ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ ଅନୁଷ୍ଠାନର ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ଆସନ୍ତା କବିତା ଆସର ଅଗଷ୍ଟ 10   ତାରିଖରେ  ଅନୁଷ୍ଠିତ ହେବା ପାଇଁ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp