ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ଅଭିଯୋଗରେ ପ୍ରତିବାଦ : ବିଜେପି ନେତା ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ

The Sakala Picture
Published On

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ଭୁଲ ଲେଖାଯାଇ ବିଶ୍ବନିୟନ୍ତାଙ୍କ ପ୍ରତି ଅପମାନ କରାଯାଇଛି। ଏହାର ପ୍ରତିବାଦରେ ଶନିବାର ବିଜେଡି ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୁଶପୁଳିକା ଦାହ କରାଯାଇଛି। ଶୁକ୍ରବାର ସମ୍ବିତ ପାତ୍ରଙ୍କ ସହ ବିଜେପିର ଅନ୍ୟ ନେତୃତ୍ବ ଏକ ବ୍ୟାନର ଧରିଥିଲେ, ଯେଉଁଥିରେ ମହାପ୍ରଭୁଙ୍କ ନାମ ‘ଶ୍ରୀଜନ୍ନାଥ’ ରହିଥିଲା। ଅର୍ଥାତ ଗ ନଥିଲା। ଯାହା ଜଗନ୍ନାଥପ୍ରେମୀଙ୍କ ଭାବନାକୁ କୁଠାରଘାତ କରିଛି ବୋଲି ବିଜେଡି କହିଥିବା ବେଳେ […]

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ଭୁଲ ଲେଖାଯାଇ ବିଶ୍ବନିୟନ୍ତାଙ୍କ ପ୍ରତି ଅପମାନ କରାଯାଇଛି। ଏହାର ପ୍ରତିବାଦରେ ଶନିବାର ବିଜେଡି ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୁଶପୁଳିକା ଦାହ କରାଯାଇଛି। ଶୁକ୍ରବାର ସମ୍ବିତ ପାତ୍ରଙ୍କ ସହ ବିଜେପିର ଅନ୍ୟ ନେତୃତ୍ବ ଏକ ବ୍ୟାନର ଧରିଥିଲେ, ଯେଉଁଥିରେ ମହାପ୍ରଭୁଙ୍କ ନାମ ‘ଶ୍ରୀଜନ୍ନାଥ’ ରହିଥିଲା। ଅର୍ଥାତ ଗ ନଥିଲା। ଯାହା ଜଗନ୍ନାଥପ୍ରେମୀଙ୍କ ଭାବନାକୁ କୁଠାରଘାତ କରିଛି ବୋଲି ବିଜେଡି କହିଥିବା ବେଳେ ଶନିବାର ବଡ଼ଦାଣ୍ଡରେ ସମ୍ବିତ ପାତ୍ର ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୁଶପୁଳିକା ଦାହ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ସମ୍ବିତ ପାତ୍ର ପୁରୀ ଆସି ନିଃସର୍ତ୍ତ କ୍ଷମା ପ୍ରାଥନା କରିବାକୁ ଦାବୀ କରାଯାଇଛି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ବାରମ୍ବାର ଶ୍ରୀଜଗନ୍ନାଥଙ୍କୁ ନେଇ କଦର୍ଥ ଆଚରଣ ଓ ଵ୍ୟଵହାର କରୁଥିବାରୁ ବିଜେଡି ରାଜରାସ୍ତାରେ ଏହାର ଦୃଢ଼ ପ୍ରତିବାଦ କରିଛି। ସେ କ୍ଷମା ପ୍ରାର୍ଥନା ନ କରିଲେ ଆଗାମୀ ଦିନରେ ତାଙ୍କୁ ପୁରୀ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp