ଜଗା ଦର୍ଶନ ହେଲା ଶେଷ ଦର୍ଶନ; ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ଉଡିଗଲା ଭକ୍ତଙ୍କ ପ୍ରାଣବାୟୁ

The Sakala Picture
Published On

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବାବେଳେ ଜଣେ ଛତିଶଗଡ଼ ଭକ୍ତ ମୃତ୍ୟୁବରଣ କରିଛନ୍ତି । ଶ୍ରୀମନ୍ଦିରର ବିମଳା ମନ୍ଦିର ଠାରେ ଘଟିଛି ଏହି ଅଘଟଣ। ମୃତକଜଣକ ହେଲେ ଛତିଶଗଡ଼ର ୱାଇ.ଜି. ମୂର୍ତ୍ତି(୭୨)। ସୂଚନା ଅନୁସାରେ, ଜଗା ଦର୍ଶନ ପାଇଁ ୱାଇ.ଜି. ଛତିଶଗଡ଼ରୁ ପୁରୀ ଆସିଥିଲେ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ହଠାତ ସେ ଅଚେତ ହୋଇ ପଡିଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର […]

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବାବେଳେ ଜଣେ ଛତିଶଗଡ଼ ଭକ୍ତ ମୃତ୍ୟୁବରଣ କରିଛନ୍ତି । ଶ୍ରୀମନ୍ଦିରର ବିମଳା ମନ୍ଦିର ଠାରେ ଘଟିଛି ଏହି ଅଘଟଣ। ମୃତକଜଣକ ହେଲେ ଛତିଶଗଡ଼ର ୱାଇ.ଜି. ମୂର୍ତ୍ତି(୭୨)।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ଅନୁସାରେ, ଜଗା ଦର୍ଶନ ପାଇଁ ୱାଇ.ଜି. ଛତିଶଗଡ଼ରୁ ପୁରୀ ଆସିଥିଲେ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ହଠାତ ସେ ଅଚେତ ହୋଇ ପଡିଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସେପଟେ ଭକ୍ତଙ୍କ ମୃତ୍ୟୁ ପରେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ନେଇ କୌଣସି ସୂଚନା ମିଳିନାହିଁ । ଯେହେତୁ ସେ ବେଢା ଭିତରେ ଅଚେତ ଅବସ୍ଥାରେ ପଡିଥିଲେ, ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ସୃଷ୍ଟ ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର