ଅଳିଆ ଗଦାରେ ନବଜାତ ଶିଶୁର ମୃତ ଦେହ

The Sakala Picture
Published On

ପୁରୀ:ଶନିବାର ସକାଳେ ଜିଳ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ନବଜାତ ଶିଶୁର ମୃତ ଦେହ ପ୍ରସୂତୀ ବିଭାଗ ତଳେ ଥିବା ଅଳିଆଗଦାରେ ପଡିଥିବାର ଦେଖିବାକୁ ମିଳିଥିଲା। କୌଣସି ପ୍ରସୂତୀ ମହିଳାଙ୍କର ମୃତ ଶିଶୁ ଜନ୍ମ ପରେ ଅତ୍ୟନ୍ତ ଅବହେଳାପୂର୍ଣ୍ଣ କାର୍ଯ୍ୟ କରାଯାଇ ଅଳିଆ ଗଦାରେ ଫୋପାଡି ଦେଇଥିବାର ସନ୍ଦେହ ପ୍ରକାଶ କରାଯାଉଛି। ଘଟଣା ଜଣାପଡିବା ପରେ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଣମାଧ୍ୟମ ଭୟରେ ଆବର୍ଜନା କେନ୍ଦ୍ରର କିଛି […]

ପୁରୀ:ଶନିବାର ସକାଳେ ଜିଳ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ନବଜାତ ଶିଶୁର ମୃତ ଦେହ ପ୍ରସୂତୀ ବିଭାଗ ତଳେ ଥିବା ଅଳିଆଗଦାରେ ପଡିଥିବାର ଦେଖିବାକୁ ମିଳିଥିଲା। କୌଣସି ପ୍ରସୂତୀ ମହିଳାଙ୍କର ମୃତ ଶିଶୁ ଜନ୍ମ ପରେ ଅତ୍ୟନ୍ତ ଅବହେଳାପୂର୍ଣ୍ଣ କାର୍ଯ୍ୟ କରାଯାଇ ଅଳିଆ ଗଦାରେ ଫୋପାଡି ଦେଇଥିବାର ସନ୍ଦେହ ପ୍ରକାଶ କରାଯାଉଛି। ଘଟଣା ଜଣାପଡିବା ପରେ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଣମାଧ୍ୟମ ଭୟରେ ଆବର୍ଜନା କେନ୍ଦ୍ରର କିଛି କର୍ମଚାରୀ ମୃତ ଶିଶୁକୁ ନେଇ ନଷ୍ଟ କରି ଦେଇଥିବାର ଜଣାପଡିଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ପ୍ରସୂତୀ ମହିଳାଙ୍କୁ ସମସ୍ତ ପ୍ରକାର ସୁରକ୍ଷିତ ଏବଂ ଉପଯୁକ୍ତ ସଚେତନତା ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ପ୍ରସୂତୀ ୱାର୍ଡର ପରିଷ୍କାର ଏବଂ ପରିଛନ୍ନତା ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। ସମସ୍ତ ବ୍ୟବସ୍ଥା ସତ୍ୱେ ନବଜାତ ଶିଶୁର ମୃତ ଦେହ ଅଳିଆ ଗଦାରେ ପଡିବା ଏକ ଅଭାବନୀୟ ତଥା ଅକ୍ଷମଣୀୟ ଅପରାଧଭାବରେ ବିବେଚନା କରାଯାଉଛି ବୋଲି ଡାକ୍ତରଖାନା ସୁତ୍ରରୁ ଜଣାପଡିଛି। ଏ ନେଇ ଜିଳ୍ଲା ସଦର ମୁଖ୍ୟ ଚିକିସô୍ାଳୟର ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର କହନ୍ତି,ଏଭଳି ଘଟଣା ସମ୍ପର୍କରେ ମୁଁ ଅବଗତ ନ ଥିଲି। ଏ ନେଇ ପ୍ରସୂତୀ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରାଯିବ। ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃର୍ତ୍ତି ନହେବା ପାଇଁ ପ୍ରସୂତୀ ବିଭାଗର କର୍ମଚାରୀଙ୍କୁ ପରାମର୍ଶ ଦିଆଯିବ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

10 Jul 2021 By The Sakala

ଅଳିଆ ଗଦାରେ ନବଜାତ ଶିଶୁର ମୃତ ଦେହ

ପୁରୀ:ଶନିବାର ସକାଳେ ଜିଳ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ନବଜାତ ଶିଶୁର ମୃତ ଦେହ ପ୍ରସୂତୀ ବିଭାଗ ତଳେ ଥିବା ଅଳିଆଗଦାରେ ପଡିଥିବାର ଦେଖିବାକୁ ମିଳିଥିଲା। କୌଣସି ପ୍ରସୂତୀ ମହିଳାଙ୍କର ମୃତ ଶିଶୁ ଜନ୍ମ ପରେ ଅତ୍ୟନ୍ତ ଅବହେଳାପୂର୍ଣ୍ଣ କାର୍ଯ୍ୟ କରାଯାଇ ଅଳିଆ ଗଦାରେ ଫୋପାଡି ଦେଇଥିବାର ସନ୍ଦେହ ପ୍ରକାଶ କରାଯାଉଛି। ଘଟଣା ଜଣାପଡିବା ପରେ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଣମାଧ୍ୟମ ଭୟରେ ଆବର୍ଜନା କେନ୍ଦ୍ରର କିଛି କର୍ମଚାରୀ ମୃତ ଶିଶୁକୁ ନେଇ ନଷ୍ଟ କରି ଦେଇଥିବାର ଜଣାପଡିଛି।

ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ପ୍ରସୂତୀ ମହିଳାଙ୍କୁ ସମସ୍ତ ପ୍ରକାର ସୁରକ୍ଷିତ ଏବଂ ଉପଯୁକ୍ତ ସଚେତନତା ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ପ୍ରସୂତୀ ୱାର୍ଡର ପରିଷ୍କାର ଏବଂ ପରିଛନ୍ନତା ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। ସମସ୍ତ ବ୍ୟବସ୍ଥା ସତ୍ୱେ ନବଜାତ ଶିଶୁର ମୃତ ଦେହ ଅଳିଆ ଗଦାରେ ପଡିବା ଏକ ଅଭାବନୀୟ ତଥା ଅକ୍ଷମଣୀୟ ଅପରାଧଭାବରେ ବିବେଚନା କରାଯାଉଛି ବୋଲି ଡାକ୍ତରଖାନା ସୁତ୍ରରୁ ଜଣାପଡିଛି। ଏ ନେଇ ଜିଳ୍ଲା ସଦର ମୁଖ୍ୟ ଚିକିସô୍ାଳୟର ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର କହନ୍ତି,ଏଭଳି ଘଟଣା ସମ୍ପର୍କରେ ମୁଁ ଅବଗତ ନ ଥିଲି। ଏ ନେଇ ପ୍ରସୂତୀ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରାଯିବ। ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃର୍ତ୍ତି ନହେବା ପାଇଁ ପ୍ରସୂତୀ ବିଭାଗର କର୍ମଚାରୀଙ୍କୁ ପରାମର୍ଶ ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର