ଚଳଚଞ୍ଚଳ ରଥଖଳା: ତିନିରଥର ୧୦ ଚକ ନିର୍ମାଣ ଶେଷ, ରଥ ନିର୍ମାଣ ତଦାରଖ କଲେ କମିଟି ସଦସ୍ୟ

Madhusudan Das Picture
Published On

ପୁରୀ: ଘୋଷଯାତ୍ରା ପାଇଁ ରଥଖଳା ସମ୍ପୂର୍ଣ୍ଣ ଚଳଚଞ୍ଚଳ। ବିଧି ମୁତାବକ, ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆସନ୍ତା ଶନିବାର ଭଉଁରି। ପରମ୍ପରା ଅନୁଯାୟୀ, ଭଉଁରି ତିଥିରେ ତିନିରଥର ଚକଡେରା କାର୍ଯ୍ୟ ସମ୍ପନ୍ନ ହେବ। ଏହାକୁ ନଜରରେ ରଖି ମହାରଣା ସେବକମାନେ ପ୍ରସ୍ତୁତ ହୋଇଯାଇଛନ୍ତି। ମଙ୍ଗଳବାର ସୁଦ୍ଧା ତିନିରଥର ୪୨ଚକ ମଧ୍ୟରୁ ୧୦ଟି ଚକ ନିର୍ମାଣ ଶେଷ ହୋଇଛି। ଏଥିମଧ୍ୟରେ ଦର୍ପଦଳନ ରଥ ଏବଂ ତାଳଧ୍ୱଜ ରଥର ୩ଟି ଲେଖାଏଁ ଚକ ସରିଥିବା ବେଳେ ନନ୍ଦିଘୋଷ ରଥର ୪ଟି ଚକ ସମ୍ପୂର୍ଣ୍ଣ ହୋଇଛି। ଅନ୍ୟ ଚକଗୁଡ଼ିକରେ ପହି ପିନ୍ଧା କାର୍ଯ୍ୟ ଜାରି ରହିଛି। ସେହିପରି ପ୍ରତ୍ୟେକ ରଥର ଗୋଟିଏ ଲେଖାଏଁ ନାହାକା ଅଖ ଉଭୟ ପାର୍ଶ୍ୱ ଗୋଲେଇ ସହ ମାଠେଣି କାର୍ଯ୍ୟ ଶେଷ ହୋଇଛି। ଭଉଁରିରେ ଏହି ନାହାକା ଅଖରେ ଚକ ଡେରା ଯିବ। ଏତତ୍‌ବ୍ୟତୀତ ତିନି ରଥର ୪ଟି ଲେଖାଏଁ ୧୨ ଫୁଟିଆ ପ୍ରଥମ ଭୂଇଁ ଓରା ଚଉପଟ ପରେ ଉଭୟପାର୍ଶ୍ୱ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ପ୍ରତ୍ୟେକ ରଥର ପ୍ରଥମ ଭୂଇଁ ଏବଂ ମଝି ଭୂଇଁ ପାଇଁ ଆବଶ୍ୟକ ୪ଟି ଲେଖାଏଁ ଭୂଇଁ ଖମ୍ବୀର ଚଉପଟ କାର୍ଯ୍ୟ ମଧ୍ୟ ସରିଛି। ରୂପକାର ସେବକମାନେ ତିନିରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର ୧୦ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଅରକଣ୍ଟା ନିର୍ମାଣ ସରି ବାକି ଚକଗୁଡ଼ିକ ପାଇଁ ଅରକଣ୍ଟା ତିଆରି ଚାଲିଛି। ସେହିପରି, ବାକି ଚକଗୁଡ଼ିକର ତୁମ୍ବ ପାଇଁ ପନ୍ଦାରି ବଳା, ତୁମ୍ବ ବାହ୍ୟ ବଳା ନିର୍ମାଣ ଜାରି ରହିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସନ୍ଧ୍ୟାରେ ରଥ ନିର୍ମାଣ ତଦାରଖ କମିଟିର ସମସ୍ତ ସଦସ୍ୟ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସେବକ ସଦସ୍ୟ ରଥ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି। ଅପରାହ୍‌ଣରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥ ନିର୍ମାଣ କମିଟି ବୈଠକ ପରେ ରଥଖଳାକୁ ପରିଦର୍ଶନରେ ଯାଇ ତଦାରଖ କରିଛନ୍ତି। ତଦାରଖ କମିଟିର ବରିଷ୍ଠ ଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀ ନିର୍ମାଣ ଶେଷ ହୋଇଥିବା ଚକକୁ ବୈଷୟିକ ଦୃଷ୍ଟି କୋଣରୁ ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର