ପୁରୀରେ ଆରମ୍ଭ ହେଲା ରଥଭଙ୍ଗା କାମ, ପରମ୍ପରା ଅନୁସାରେ ପ୍ରଥମେ ଭଙ୍ଗାଗଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ

The Sakala Picture
Published On

ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ପରେ ସିଂହଦ୍ଵାର ଠାରେ ବ୍ୟାରିକେଡ଼ ମଧ୍ୟରେ ରଖାଯାଇଥିବା ରଥ ତ୍ରୟର ଭଙ୍ଗା ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଫିଟାଯାଉଛି । ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଫିଟାଯିବ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଭୋଇ ସର୍ଦ୍ଧାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ରଥ ଭଙ୍ଗାକାର୍ଯ୍ୟରେ ନିୟୋଜିତ ଅଛନ୍ତି । […]

ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ପରେ ସିଂହଦ୍ଵାର ଠାରେ ବ୍ୟାରିକେଡ଼ ମଧ୍ୟରେ ରଖାଯାଇଥିବା ରଥ ତ୍ରୟର ଭଙ୍ଗା ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଫିଟାଯାଉଛି । ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଫିଟାଯିବ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଭୋଇ ସର୍ଦ୍ଧାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ରଥ ଭଙ୍ଗାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ତିନି ରଥ ସମ୍ପୂର୍ଣ ଫିଟାଇବା ପାଇଁ ୭ରୁ ୮ ଦିନ ସମୟ ଲାଗିଥାଏ ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ରଥ ସମ୍ପୂର୍ଣ୍ଣ ଫିଟାଯାଇ ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ । ଏହି କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ଅନୁଯାୟୀ ଖେଇ ବାବଦରେ ରଥର କିଛି ଅଂଶ ମହାରଣା, ରୂପକାର, କମାର ଓ ଭୋଇ ସେବକଙ୍କୁ ପ୍ରଦାନ କରାଯିବ । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି ।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

14 Jul 2023 By The Sakala

ପୁରୀରେ ଆରମ୍ଭ ହେଲା ରଥଭଙ୍ଗା କାମ, ପରମ୍ପରା ଅନୁସାରେ ପ୍ରଥମେ ଭଙ୍ଗାଗଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ପରେ ସିଂହଦ୍ଵାର ଠାରେ ବ୍ୟାରିକେଡ଼ ମଧ୍ୟରେ ରଖାଯାଇଥିବା ରଥ ତ୍ରୟର ଭଙ୍ଗା ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଫିଟାଯାଉଛି । ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଫିଟାଯିବ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଭୋଇ ସର୍ଦ୍ଧାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ରଥ ଭଙ୍ଗାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ତିନି ରଥ ସମ୍ପୂର୍ଣ ଫିଟାଇବା ପାଇଁ ୭ରୁ ୮ ଦିନ ସମୟ ଲାଗିଥାଏ ।

ରଥ ସମ୍ପୂର୍ଣ୍ଣ ଫିଟାଯାଇ ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ । ଏହି କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ଅନୁଯାୟୀ ଖେଇ ବାବଦରେ ରଥର କିଛି ଅଂଶ ମହାରଣା, ରୂପକାର, କମାର ଓ ଭୋଇ ସେବକଙ୍କୁ ପ୍ରଦାନ କରାଯିବ । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର