ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ମାମଲାରେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶକୁ ଆଜି କୋର୍ଟ ଚାଲାଣ କରିବ ପୋଲିସ

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିବ । ବୁଧବାର ଦିନ କଲିକତାରୁ ଗିରଫ ହୋଇଥିଲେ ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀ। ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଶ୍ରୀମନ୍ଦିର ଭିତରବେଢ଼ାର ଫଟୋ ଭିଡ଼ିଓ ଅନିମେଶ ନିଜ ୟୁନିଫାଏଡ୍‌ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ଗତ ନଭେମ୍ବର ୧୯ […]

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିବ । ବୁଧବାର ଦିନ କଲିକତାରୁ ଗିରଫ ହୋଇଥିଲେ ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀ। ସିଟି ଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସୂଚନାଯୋଗ୍ୟ, ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଶ୍ରୀମନ୍ଦିର ଭିତରବେଢ଼ାର ଫଟୋ ଭିଡ଼ିଓ ଅନିମେଶ ନିଜ ୟୁନିଫାଏଡ୍‌ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ଗତ ନଭେମ୍ବର ୧୯ ତାରିଖରେ ଅପଲୋଡ୍‌ କରିଥିଲେ। ଏପରିକି ଭିଡ଼ିଓର ଗୋଟିଏ ଫୁଟେଜ ନେଇ ୨୦ ହଜାର ଟଙ୍କା ଦାବି କରିଥିଲେ। ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପରେ ଡ୍ରୋନ୍ ଉଡାଇଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ ଅନିମେଶ୍। ସିଟି ଡିଏସପିଙ୍କ ରିପୋର୍ଟ ଆଧାରରେ ସିଂହଦ୍ଵାର ଥାନାରେ ମୋକଦ୍ଦମା ରୁଜ୍ଜୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର