ଆସନ୍ତାକାଲି ଦଶହରା ଉପଲକ୍ଷେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

The Sakala Picture
Published On

ପୁରୀ:ଆସନ୍ତାକାଲି ଦଶହରା ଉପଲକ୍ଷେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଭକ୍ତ। ଦଶହରାରେ ଶ୍ରୀଜୀଉଙ୍କ ସୁନାବେଶ କରାଯିବ । ସେହିଭଳି ୧୬ ତାରିଖ ଶନିବାର ଦିନ ଗୋଷାଣି ଭଷାଣିକୁ ନେଇ ଦିନ ୧୨ରୁ ବନ୍ଦ ରହିବ ଶ୍ରୀମନ୍ଦିର । ଭଷାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସଂଶୋଧିତ ଏସଓପି ଅନୁସାରେ କାର୍ତ୍ତିକ ମାସରେ ସକାଳ ୭ରୁ ରାତି ୯ଟା […]

ପୁରୀ:ଆସନ୍ତାକାଲି ଦଶହରା ଉପଲକ୍ଷେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଭକ୍ତ। ଦଶହରାରେ ଶ୍ରୀଜୀଉଙ୍କ ସୁନାବେଶ କରାଯିବ । ସେହିଭଳି ୧୬ ତାରିଖ ଶନିବାର ଦିନ ଗୋଷାଣି ଭଷାଣିକୁ ନେଇ ଦିନ ୧୨ରୁ ବନ୍ଦ ରହିବ ଶ୍ରୀମନ୍ଦିର । ଭଷାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ସଂଶୋଧିତ ଏସଓପି ଅନୁସାରେ କାର୍ତ୍ତିକ ମାସରେ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ମନ୍ଦିର। ପ୍ରତି ରବିବାର ବନ୍ଦ ରହିବ ଜଗା ଦର୍ଶନ। ଏହିଦିନ ମନ୍ଦିରକୁ ସାନିଟାଇଜ୍ କରାଯିବ। କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ। କୋଭିଡ଼ କଟକଣାକୁ ନେଇ ଆଗରୁ ଯେଉଁ ଗାଇଡ଼ଲାଇନ ଜାରି ହୋଇଥିଲା ତାହା ବଳବତର ରହିବ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ପୂଜା ପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର