ପୁରୀ ସେବାୟତ ହତ୍ଯା ଘଟଣା: ଗିରଫ ହେଲେ ଆଉ ୪ ଅଭିଯୁକ୍ତ, କ୍ରାଇମ ସିନ୍ ରିକ୍ରିଏଟ୍ କରିବ ପୁଲିସ

The Sakala Picture
Published On

ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ପୁଲିସ ମଙ୍ଗଳବାର ପୁଣି ଆଉ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ  କୁନୁମୁନ, ଟୁଟୁ, ହରି ଓ ଜଗନ ଖଟେଇ। ଉକ୍ତ ୩ ଅଭିଯୁକ୍ତକୁ  ଆଶ୍ରୟ ଦେଇଥିବା ଜଗନ ଖଟେଇଙ୍କୁ ପଚରାଉଚରା ପରେ ପୁଲିସ ଗିରଫ କରିଥିବା କହିଛି। ଗିରଫ ହୋଇଥିବା ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି। ଏମାନଙ୍କୁ କୋରାପୁଟ ସୀମାରୁ ଧରାଯାଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ପୁରୀ […]

ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ପୁଲିସ ମଙ୍ଗଳବାର ପୁଣି ଆଉ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ  କୁନୁମୁନ, ଟୁଟୁ, ହରି ଓ ଜଗନ ଖଟେଇ। ଉକ୍ତ ୩ ଅଭିଯୁକ୍ତକୁ  ଆଶ୍ରୟ ଦେଇଥିବା ଜଗନ ଖଟେଇଙ୍କୁ ପଚରାଉଚରା ପରେ ପୁଲିସ ଗିରଫ କରିଥିବା କହିଛି। ଗିରଫ ହୋଇଥିବା ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି। ଏମାନଙ୍କୁ କୋରାପୁଟ ସୀମାରୁ ଧରାଯାଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ସୂଚନାଯୋଗ୍ୟ, କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଗତକାଲି ଗୁନ ସିଂହାରୀଙ୍କ ଭାଇ ନିତ୍ୟାନନ୍ଦ ମହାପାତ୍ର ଓ ପୁତୁରା ଦୋଳଗୋବିନ୍ଦଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଥିଲା।  ଏମାନଙ୍କ ମଧ୍ୟରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଥିଲେ। ଏହି ହତ୍ୟାକାଣ୍ଡରେ ୯ ଜଣ ସାମିଲ ଥିବା ବି ଏସପି ସ୍ପଷ୍ଟ କରିଥିଲେ। ଏବେ ବି ଟୁଟୁ ସୁଆର, କୁନମୁନ ଓ ହରି ପଣ୍ଡା ଫେରାର ଥିବା ନେଇ ସୂଚନା ଦେଇଥିଲେ ଏସପି। । ଏହି ତିନି ଅଭିଯୁକ୍ତଙ୍କୁ ପୁଲିସ୍ ଖୁବ୍ ଶୀଘ୍ର ଧରିବ ବୋଲି ସେ କହିଥିଲେ। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡର ସିନ୍ ରିକ୍ରିଏଟ୍ କରାଯିବ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ନିତ୍ୟାନନ୍ଦ ମହାପାତ୍ର ଓ ଦୋଳଗୋବିନ୍ଦ ଏହି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ହେଲେ କାଳୁ ପାଣିଗ୍ରାହୀ, ସନ୍ଦୀପ ଜେନା, ବାବା ମହାପାତ୍ର ଏବଂ ରଶ୍ମୀରଂଜନ ପାତ୍ର। ତେବେ ଏହି ହତ୍ୟ ଘଟଣାରେ ପ୍ରତିଶୋଧ ନା ଅନ୍ୟ କିଛି କାରଣ ରହିଛି ସେନେଇ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର