ରଥଖଳା ହାଲଚାଲ: ତୃତୀୟ ଭୂଇଁରେ କଇଞ୍ଚି ଓ ତାଗ ବାଡିଆ ଶେଷ

The Sakala Picture
Published On

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ହାତରେ ଆଉ ମାତ୍ର ୧୦ ଦିନ ସମୟ। ଦିନ ପାଖେଇ ଆସୁଥିବାରୁ ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି କାରିଗର। ଜୁଲାଇ ୭ତାରିଖରେ ବଡଦେଉଳରୁ ବାହାରି ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଯିବେ ତିନି ଠାକୁର। ଏଥିପାଇଁ ଜୋରସୋରରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ବର୍ତମାନ ସୁଦ୍ଧା ତିନି ରଥର ମୂଳ କବଂଚି, ଭିତର ପାର୍ଶ୍ୱ ଉଭୟ ପଟରେ ଚାରି ନାହାକା ପଡ଼ିବା ସହ ତିନି […]

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ହାତରେ ଆଉ ମାତ୍ର ୧୦ ଦିନ ସମୟ। ଦିନ ପାଖେଇ ଆସୁଥିବାରୁ ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି କାରିଗର। ଜୁଲାଇ ୭ତାରିଖରେ ବଡଦେଉଳରୁ ବାହାରି ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଯିବେ ତିନି ଠାକୁର। ଏଥିପାଇଁ ଜୋରସୋରରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ବର୍ତମାନ ସୁଦ୍ଧା ତିନି ରଥର ମୂଳ କବଂଚି, ଭିତର ପାର୍ଶ୍ୱ ଉଭୟ ପଟରେ ଚାରି ନାହାକା ପଡ଼ିବା ସହ ତିନି ରଥକୁ ବଡଧରା ପୋଟଳ ଉଠିଛି। ଏହାସହ ତିନି ଭୂଇଁରେ ପଡ଼ିଛି କଇଂଚି ଓ ଅନ୍ଧାରୀ ତାଗ। ତିନିରଥର ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ମିଳିତ ସହଯୋଗରେ ତିନି ରଥର ପ୍ରଥମ ଭୂଇଁରେ କଇଂଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ୱରେ ଅନ୍ଧାରୀ ତାଗ ବାଡିଆ ଯାଇ ଅଗ ଭୂଇଁ ବା ତୃତୀୟ ଭୂଇଁରେ କଇଂଚି ସହ ଅନ୍ଧାରୀ ତାଗ ବାଡିଆ ଶେଷ ହୋଇଛି। ପ୍ରବଳ ବର୍ଷାକୁ ଖାତିର ନକରି ନିଷ୍ଠାର ସହ ମହାପ୍ରଭୁଙ୍କ ସେବାରେ ଲାଗିଥିବା କହିଛନ୍ତି ମହାରଣା ଓ ଭୋଇ ସେବକ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ମହାରଣା ଏବଂ ଭୋଇ ସେବାୟତଙ୍କ ସହ ତିନି ରଥର ରୂପକାର, ଚିତ୍ରକାର ଏବଂ ଦରଜୀ ସେବକ ମାନେ ମଧ୍ୟ ଜୋରଦାର କାମ ଜାରି ରଖିଛନ୍ତି। ନାଟ ଗୋଡ଼ରେ ରୂପ ଖୋଦେଇ ସହ ତିନି ରଥର ପଟା ଗୁଜରେ ସିଂହ ବିରାଳ, ଗଜ ବିରାଳ, ନର ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକାର ସେବକ ମାନେ ତିନି ରଥର ପାର୍ଶ୍ୱ ଦେବାଦେବୀ ମାନଙ୍କ ମୂର୍ତିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ କୋଣଗୁଜ, ପଟାଗୁଜରେ ଧଳା ପ୍ରାଇମର ଦେବା ପରେ ରୂପ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଦରଜୀ ସେବକ ମାନେ ତିନି ରଥର କନା କଟିଙ୍ଗ ପରେ ବତା କନାରେ ବିଳାସ ପଟି ସହ ଲେସ ପକା କାର୍ଯ୍ୟ ଜାରି ରଖିଛନ୍ତି।
ବାଇଟ -ରାଜେନ୍ଦ୍ର କୁମାର ମହାପାତ୍ର,ନନ୍ଦିଘୋଷ ରଥର ରୂପକାର ସେବକ ରଥଯାତ୍ରା ପାଇଁ ଦିନ ପାଖେଇ ଆସୁଥିବା ବେଳେ ବର୍ତମାନ ସୁଦ୍ଧା ୩ରଥର ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଛି। ମଝିରେ ମଝିରେ ବର୍ଷା କାରଣରୁ କାମ ସାମାନ୍ୟ ଧୀମା ରହୁଥିବା ବେଳେ ନିର୍ଦ୍ଦାରିତ ସମୟ ପୂର୍ବ ମହାପ୍ରଭୁଙ୍କ ୩ରଥ କାମ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖିଛନ୍ତି କାରିଗର।

27 Jun 2024 By The Sakala

https://www.thesakala.in/latest-odisha-news/puri-rath-yatra2024-chariots-making-in-shree-khetra/article-33224
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର