ଶ୍ରୀକ୍ଷେତ୍ରରେ ପହଣ୍ଡି ବିଜେ ସମ୍ପନ୍ନ: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, କିଛି ସମୟ ପରେ ଗଡ଼ିବ ରଥ

Madhusudan Das Picture
Published On

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପବିତ୍ର ନଗରୀ ପୁରୀରେ ଭବ୍ୟ ଆୟୋଜନ। ଶ୍ରୀମନ୍ଦିରରୁ ବଡଦାଣ୍ଡକୁ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି । ଝୁଲି ଝୁଲି ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି କଳା ଠାକୁର। ଧାଡ଼ି ପହଣ୍ଡିରେ ଭକ୍ତଙ୍କ ମେଳରେ ରତ୍ନବେଦୀରୁ ବାହାରି ଆସି ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି ତିନିଠାକୁର ଓ ସୁଦର୍ଶନ । ତାଳଧ୍ୱଜ ରଥରେ ବଡ଼ଠାକୁର ବଳଭଦ୍ର, ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ବିରାଜମାନ ହୋଇଛନ୍ତି । ଘଣ୍ଟ ଓ କାହାଳୀର ତାଳେ ତାଳେ ନିର୍ଦ୍ଧାରିତ ସମୟର ସାମାନ୍ୟ ପୂର୍ବରୁ ଆରମ୍ଭ ହୋଇଥିଲା ଏହି ପବିତ୍ର ପହଣ୍ଡି ନୀତି।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି ବେଦାନ୍ତ ଆଲୁମିନିୟମ

ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ରଥରେ ବିଜେ କରାଯାଇଥିଲା। ଏହା ପରେ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା ଆସିଥିଲେ। ସର୍ବଶେଷରେ ଧାଡ଼ି ପହଣ୍ଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଝୁଲି ଝୁଲି ଆସି ରଥାରୂଢ଼ ହୋଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ, ପ୍ରଭୁ ବଳଭଦ୍ର ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ବିରାଜମାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଏହାପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ଉପରେ ପୂଜାର୍ଚ୍ଚନା କରିବା ସହ ସୁନା ଝାଡ଼ୁରେ ରଥ ପରିଷ୍କାର କରିବେ, ଯାହାକୁ ଛେରାପହଁରା ନୀତି କୁହାଯାଏ। ଗଜପତି ମହାରାଜାଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସେବା ପରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ରଥଟଣା ଆରମ୍ଭ ହେବ। ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ତିନି ରଥକୁ ଟାଣି ଟାଣି ମୁଖ୍ୟ ମନ୍ଦିରଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଘେନିଯିବେ। ଦେଶବିଦେଶରୁ ଆସିଥିବା ଲକ୍ଷାଧିକ ଭକ୍ତ ଏହି ଅପୂର୍ବ ଦୃଶ୍ୟର ସାକ୍ଷୀ ହେବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର