ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କଲେ ଶ୍ରୀଜିଉ, ଆସନ୍ତାକାଲିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ

The Sakala Picture
Published On

ପୁରୀ: ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ପହଣ୍ଡି ବିଜେ । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ(ଜନ୍ମବେଦି)କୁ ବିଜେ କରିଛନ୍ତି । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି । ପ୍ରଥମେ ଚଳନ୍ତି ପ୍ରତିମା ମଦନମୋହନ, ରାମ […]

ପୁରୀ: ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ପହଣ୍ଡି ବିଜେ । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ(ଜନ୍ମବେଦି)କୁ ବିଜେ କରିଛନ୍ତି । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି । ପ୍ରଥମେ ଚଳନ୍ତି ପ୍ରତିମା ମଦନମୋହନ, ରାମ କୃଷ୍ଣ ଶ୍ରୀଗୁଣ୍ଡିଚାକୁ ବିଜେ କରିବା ପରେ ଗୋଟି ପହଣ୍ଡିରେ ଯାଇଥିଲେ ଚକ୍ରରାଜ ସୁଦର୍ଶନ ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଘଣ୍ଟ, ଘଣ୍ଡା ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ଏହାପରେ ଟାହିଆ ଲଗାଇ ଶ୍ରୀଗୁଣ୍ଡିଚା ବିଜେ କରିଥିଲେ ବଡ଼ଭାଇ ବଳଭଦ୍ର । ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ଆସନ୍ତାକାଲି ସକାଳୁ ଆଡ଼ପ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେବାପରେ ସଂଧ୍ୟାରେ ହେବ ବନକଲାଗି ନୀତି । ଏଥିପାଇଁ ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

22 Jun 2023 By The Sakala

ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କଲେ ଶ୍ରୀଜିଉ, ଆସନ୍ତାକାଲିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ପହଣ୍ଡି ବିଜେ । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ(ଜନ୍ମବେଦି)କୁ ବିଜେ କରିଛନ୍ତି । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି । ପ୍ରଥମେ ଚଳନ୍ତି ପ୍ରତିମା ମଦନମୋହନ, ରାମ କୃଷ୍ଣ ଶ୍ରୀଗୁଣ୍ଡିଚାକୁ ବିଜେ କରିବା ପରେ ଗୋଟି ପହଣ୍ଡିରେ ଯାଇଥିଲେ ଚକ୍ରରାଜ ସୁଦର୍ଶନ ।

ଘଣ୍ଟ, ଘଣ୍ଡା ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ଏହାପରେ ଟାହିଆ ଲଗାଇ ଶ୍ରୀଗୁଣ୍ଡିଚା ବିଜେ କରିଥିଲେ ବଡ଼ଭାଇ ବଳଭଦ୍ର । ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ଆସନ୍ତାକାଲି ସକାଳୁ ଆଡ଼ପ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେବାପରେ ସଂଧ୍ୟାରେ ହେବ ବନକଲାଗି ନୀତି । ଏଥିପାଇଁ ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର