ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ…

The Sakala Picture
Published On

ପୁରୀ : ଶେଷ ହୋଇଛି ମହାପ୍ରଭୁଙ୍କ ଅଣସର। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି  ଚତୁର୍ଦ୍ଧାବିଗ୍ରହ। ଗୁରୁବାର ସକାଳେ ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିଛି ଅଣସର ତାଟି। ଏହାପରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁବିଗ୍ରହ। ଦୁର୍ଲ୍ଲଭ ନବଯୌବନ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଲାଗିଛି ପୁରୀ ବଡଦାଣ୍ଡରେ। ୧୫ ଦିନର ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ସକାଳ ୮ଟାରେ ଅଣସର ତାଟି ଫିଟିବା ପରେ […]

ପୁରୀ : ଶେଷ ହୋଇଛି ମହାପ୍ରଭୁଙ୍କ ଅଣସର। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି  ଚତୁର୍ଦ୍ଧାବିଗ୍ରହ। ଗୁରୁବାର ସକାଳେ ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିଛି ଅଣସର ତାଟି। ଏହାପରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁବିଗ୍ରହ। ଦୁର୍ଲ୍ଲଭ ନବଯୌବନ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଲାଗିଛି ପୁରୀ ବଡଦାଣ୍ଡରେ। ୧୫ ଦିନର ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ସକାଳ ୮ଟାରେ ଅଣସର ତାଟି ଫିଟିବା ପରେ ୮ରୁ ୯ଟା ଯାଏଁ ପରିମାଣିକ ଦର୍ଶନ ବା ଟିକେଟ୍ ଦର୍ଶନ ଚାଲିଛି। ଏହାପରେ ୯ରୁ ସାଢେ଼ ୧୦ଟା ସର୍ବସାଧାରଣ ଦର୍ଶନ ହେବ। ଦୁର୍ଲ୍ଲଭ ନବଯୌବନ ଦର୍ଶନ କରି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥିବା କାରଣରୁ  ସୁରକ୍ଷା କଡ଼ାକଡ଼ି କରାଯାଇଛି।-ଶ୍ରୀମନ୍ଦିର ବାହାରେ ଓ ଭିତରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସେପଟେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ। ଗୁରୁବାର ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିବ ତିନିରଥ। ଶୁକ୍ରବାର ଅନୁଷ୍ଠିତ ହେବ ରଥଯାତ୍ରା। ଚତୁର୍ଦ୍ଧାବିଗ୍ରହ ରଥରେ ବିଜେ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଜନ୍ମବେଦୀ। ତେବେ ରଥଯାତ୍ରାର ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି-

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ନୀତି ନିର୍ଘଣ୍ଟ ଅନୁଯାୟୀ,

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

-ସକାଳ ୬ଟାରେ ମଙ୍ଗଳା ଆଳତି,
-ମଇଲମ ସକାଳ ୬.୧୦ ରେ,
-ସକାଳ ୬.୩୦ ରେ ତଡପଲାଗି,
-ରୋଷ ହୋମ ସକାଳ ୬.୩୦ରେ,
-ସକାଳ ୭ଟାରେ ଅବକାଶ,
-ସକାଳ ୭.୧୦ ରେ ସୂର୍ଯ୍ୟ ପୂଜା,
-ସକାଳ ୭.୩୦ ରେ ଦ୍ୱାରପାଳ ପୂଜା,
-ସକାଳ ୭.୩୦ ସୁଦ୍ଧା ବେଶ ଶେଷ,
-ଗୋପାଳ ବଲ୍ଲଭ ଏବଂ ସକାଳ ଧୁପା (ଖେଚୁଡି ଭୋଗ) ସକାଳ ୮ ରୁ ୯,
-ସକାଳ ୯ଟାରେ ରଥ ପ୍ରତିଷ୍ଠା,
-ସକାଳ ୯.୧୫ ରେ ମଙ୍ଗଳାର୍ପଣ,
-ପହଣ୍ଡି ସକାଳ ୯.୩୦ରୁ ଆରମ୍ଭ ହେବ,
-ପହଣ୍ଡି ଦିନ ୧୨.୩୦ ସୁଦ୍ଧା ଶେଷ ହେବ,
-ଦିନ ୧୨.୩୦ ରୁ ୧ଟା ମଧ୍ୟରେ ଶ୍ରୀ ଶ୍ରୀ ମଦନ ମୋହନ, ଶ୍ରୀ ଶ୍ରୀ ରାମ ଏବଂ ଶ୍ରୀ ଶ୍ରୀ କୃଷ୍ଣ ବିଜେ,
-ଚିତା ଲାଗି ଦିନ ୧.୩୦ ରୁ ୨ଟା ପର୍ଯ୍ୟନ୍ତ,
-ବେଶ ଶେଷ ଅପରାହ୍ନ ୧.୩୦ ରୁ ୨.୩୦,
-ଗଜପତି ରାଜାଙ୍କ ଦ୍ବାରା ଛେରା ପହଁରା  ୨.୩୦ ରୁ ୩.୩୦,
-ଚାରମାଳ ଫିଟା, ଘୋଡା ଏବଂ ସାରଥୀ ଲାଗିବେ ଅପରାହ୍ନ ୪ ଟା
-ରଥଟଣା  ଅପରାହ୍ନ ୪ଟାରେ ଆରମ୍ଭ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର