ଜଗନ୍ନାଥଧାମରେ ବିକାଶ ବିରୋଧୀ ‘କଳାପାହାଡ଼’ : ବ୍ୟକ୍ତିଗତ ଓ ରାଜନୈତିକ ଫାଇଦା ଲାଗି ପରିକ୍ରମା ପ୍ରକଳ୍ପକୁ କରାଯାଉଛି ବିରୋଧ

The Sakala Picture
Published On

ଭୁବନେଶ୍ୱର : ସାରା ବିଶ୍ୱର କୋଟିକୋଟି ହିନ୍ଦୁଙ୍କ ଆସ୍ଥାର ଠାକୁ ହେଉଛନ୍ତି ଶ୍ରୀଜଗନ୍ନାଥ। ସାଢ଼େ ଚାରିକୋଟି ଓଡ଼ିଆଙ୍କ ଧାର୍ମିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହେଉଛି ପୁରୀ। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୁରୀକୁ ବିଶ୍ୱର ଅନନ୍ୟ ସହର ଭାବରେ ଗଢ଼ି ତୋଳିବା ପାଇଁ ପ୍ରସ୍ତୁତ ହୋଇଛି ବିଧିବଦ୍ଧ ନକ୍ସା। ପ୍ରତ୍ନତତ୍ତ୍ୱ ବିଭାଗ, ସରକାରଙ୍କ ମାର୍ଗଦର୍ଶିକାକୁ ଆଧାର କରି ଏଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରଦ୍ଧାଳୁ […]

ଭୁବନେଶ୍ୱର : ସାରା ବିଶ୍ୱର କୋଟିକୋଟି ହିନ୍ଦୁଙ୍କ ଆସ୍ଥାର ଠାକୁ ହେଉଛନ୍ତି ଶ୍ରୀଜଗନ୍ନାଥ। ସାଢ଼େ ଚାରିକୋଟି ଓଡ଼ିଆଙ୍କ ଧାର୍ମିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହେଉଛି ପୁରୀ। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୁରୀକୁ ବିଶ୍ୱର ଅନନ୍ୟ ସହର ଭାବରେ ଗଢ଼ି ତୋଳିବା ପାଇଁ ପ୍ରସ୍ତୁତ ହୋଇଛି ବିଧିବଦ୍ଧ ନକ୍ସା। ପ୍ରତ୍ନତତ୍ତ୍ୱ ବିଭାଗ, ସରକାରଙ୍କ ମାର୍ଗଦର୍ଶିକାକୁ ଆଧାର କରି ଏଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସୁବିଧା ପାଇଁ ଅନ୍ୟ ଧାର୍ମିକ ପୀଠ ପରି ନିର୍ମାଣ କାର୍ଯ୍ୟ କରାଯାଉଛି। ରାଜ୍ୟ ତଥା ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀମନ୍ଦିର ପରିକ୍ରମା ଅବସରରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରୂପାନ୍ତରଣରେ ମୁଗ୍ଧ ହୋଇଛନ୍ତି। ଉନ୍ନୟନ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଠିଆ ହୋଇ ଉଠାଇଥିବା ଫଟୋକୁ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କୃତ୍ୟକୃତ୍ୟ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଏହା ସତ୍ତ୍ବେ ରାଜନୈତିକ ଫାଇଦା ହାସଲ ପାଇଁ ଏକ ନିର୍ଦ୍ଦିଷ୍ଟ ବର୍ଗର କିଛି ବ୍ୟକ୍ତି ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ବିନା ତଥ୍ୟପ୍ରମାଣରେ ନିରାଧାର ଅଭିଯୋଗ ଆଣି ମିଛ ତଥ୍ୟ ବଖାଣୁଛନ୍ତି। ଏହାକୁ ନେଇ ପୁରୀ ସହ ସାରା ରାଜ୍ୟ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ‘କଳାପାହାଡ଼’ ବୋଲି ଆକ୍ଷେପ କରିଛି କଂଗ୍ରେସ। ଦଳର ବିଧାୟକ ସୁର ରାଉତରାୟ ଶ୍ରୀକ୍ଷେତ୍ର ବିକାଶ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହାକୁ ବିରୋଧ କରୁଥିବା ଲୋକଙ୍କୁ ‘କଳାପାହାଡ଼’ ବୋଲି ଅଭିହିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଆଜି ପୁରୀର ଅନେକ ଶ୍ରଦ୍ଧାଳୁ ଓ ଭକ୍ତ ମଧ୍ୟ ପୁରୀର ଏବଂ ଶ୍ରୀକ୍ଷେତ୍ରର ବିକାଶ ପାଇଁ କରାଯାଉଥିବା ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିବା ସହ ଏପରି ମହତ କାର୍ଯ୍ୟରେ ବିରୋଧୀଙ୍କ ବିରୋଧକୁ ନାପସନ୍ଦ କରିଛନ୍ତି। ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କର୍ଯ୍ୟ କରାଯାଉଛି। ଯାହା ଫଳରେ ପୁରୀ ବିଶ୍ବରେ ଆହୁରି ପରିଚିତ ହେବ। ଆହୁରି ଅନେକ ପର୍ଯ୍ୟଟକ ପୁରୀକୁ ଆସିବେ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଦେଶର ବିଭିନ୍ନ ଐତିହ୍ୟ ସମୃଦ୍ଧ ସହର, ଧାର୍ମିକ ପୀଠର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଛି। କେଦାରନାଥ, ବଦ୍ରିନାଥ, ବାରଣାସୀ, ତିରୁପତି, ମଥୁରା, ବୃନ୍ଦାବନ ଆଦି ପୀଠକୁ ବିକାଶ କରାଯାଉଛି। ସେତେବେଳକୁ କେହି ତୁଣ୍ଡ ଖୋଲୁ ନାହାନ୍ତି। ମାତ୍ର କୋଟିକୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଆସ୍ଥାର ପୀଠ ଓ ଚାରି ଧାମ ମଧ୍ୟରୁ ଅନ୍ୟତମ ଜଗନ୍ନାଥ ଧାମର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ଅନେକଙ୍କ ପାଇଁ ଗାତ୍ରଦାହ ହୋଇଛି।ଏହାକୁ ଦୃଷ୍ଟିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରାଯାଉଛି। ଏହା ସହିତ ବ୍ୟବସ୍ଥିତ ଢଙ୍ଗରେ ଭକ୍ତଙ୍କ ଦର୍ଶନ, ସେମାନଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ଅନ୍ୟ ଧାର୍ମିକ ପୀଠଗୁଡ଼ିକରେ ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ କରାଯାଉଥିବା ଆନୁଷଙ୍ଗିକ ସୁବିଧା ପରି ପୁରୀରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯିବାକୁ ଯୋଜନା ହୋଇଛି। ପୁରୀରେ ‘ଡ଼୍ରିଙ୍କ ଫ୍ରମ୍‍ ଟ୍ୟାପ୍‍’ ବ୍ୟବସ୍ଥା କରାଯାଇ ଏହାକୁ ଆନ୍ତର୍ଜାତିକ ସହର ସମତୁଲ କରାଯାଇଛି।

ଏହି ପରିପ୍ରେକ୍ଷୀରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଦେଶର ଅନ୍ୟାନ୍ୟ ପୀଠ ଯଥା-କେଦାରନାଥ, ବଦ୍ରିନାଥ ବହୁଳ ଭାବେ ବିକଶିତ ହୋଇଛି। ପୁରୀର କାହିଁକି ବିକାଶ ହେବ ନାହିଁ? ପୁରୀ ଏବଂ ଶ୍ରୀମନ୍ଦିର ଉନ୍ନୟନ ହେବା ଉଚିତ। ସାମଗ୍ରିକ ଭାବେ ଐତିହ୍ୟ ନଗରୀ ପୁରୀର ରୂପାନ୍ତରଣ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରାଯିବା ଉଚିତ ନୁହେଁ। ଏହି ସବୁ ଉନ୍ନୟନ କାର୍ଯ୍ୟକୁ ବିରୋଧ କରୁଥିବା ବ୍ୟକ୍ତିମାନେ କଳାପାହାଡ଼। ରାଜନୀତି ଛାଡି ସବୁ ଦଳ, ଗୋଷ୍ଠୀ ଏକାଠି ହୋଇ ଏହି ଉନ୍ନୟନ କାର୍ଯ୍ୟକୁ ଆଗକୁ ବଢ଼ାନ୍ତୁ। ଏହି ଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା କଥା ବୋଲି ସୁର କହିଛନ୍ତି।

ବରିଷ୍ଠ ସେବାୟତ ରବି ଦାସ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆମେ ଜମି ଦେଇଛୁ। ଏହି ଐତିହ୍ୟ କରିଡର ଆମ ପାଇଁ ଗର୍ବ। ସେବାୟତ ଭାଇମାନେ କାଶୀ ଗସ୍ତ କରିବା ସହ ବନାରସ ଉନ୍ନୟନକୁ ଅନୁଧ୍ୟାନ କରିଥିଲେ। ଏହାରି ଢାଞ୍ଚାରେ ପୁରୀର ବିକାଶ କରାଯାଉଛି। ତେଣୁ ଏହାକୁ ନେଇ ଅଯଥା ରାଜନୀତି କରା ନ ଯାଉ ବୋଲି ଶ୍ରୀ ଦାସ କହିଛନ୍ତି। ସେହିପରି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ପ୍ରକଳ୍ପକୁ ବିରୋଧ କରୁଥିବା ଲୋକ ମହା ଅପରାଧ କରୁଛନ୍ତି ବୋଲି ମତ ଦେଇଛନ୍ତି।

ପୁରୀ ଜିଲ୍ଲା ଉପକଣ୍ଠସ୍ଥ ଗୋପାଳପୁର ଗ୍ରାମର ଯୁବକ ସୁଶାନ୍ତ କୁମାର ନାୟକ ପ୍ରକଳ୍ପ ବିରୋଧୀଙ୍କୁ କଟୁ ସମାଲୋଚନା କରିଛନ୍ତି। ନବକଳେବର ପରଠାରୁ ନିୟମିତ ଭାବେ ପୁରୀର ବିକାଶ ତ୍ୱରାନ୍ୱିତ ହୋଇ ଆସୁଅଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭକ୍ତଙ୍କ ଦର୍ଶନ ସୁବିଧାକୁ ଆହୁରି ବ୍ୟବସ୍ଥିତ କରିବ। ମନ୍ଦିର ବାହାର ବେଢ଼ା ପରିକ୍ରମାରେ ଐତିହ୍ୟର ଝଲକ ସହ ମନ୍ଦିର ସଂସ୍କୃତିକ ଅନୁଭୂତି ଲାଭ କରିପାରିବ। ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଆଗେଇଛନ୍ତି। ମାସ କେଇଟା ପରେ ପୁରୀ ରାଜ୍ୟକୁ ଏକ ଷ୍ଟାଡିୟମ୍‍ ଭେଟି ଦେବାକୁ ଯାଉଛି। ତେଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରାଯାଇ ସାମଗ୍ରିକ ଉନ୍ନୟନରେ ବାଧା ଦିଆ ନ ଯାଉ ବୋଲି ଶ୍ରୀ ନାୟକ କହିଛନ୍ତି। ଅନ୍ୟପକ୍ଷରେ ବିଧାୟକ ଶଶୀଭୂଷଣ ବେହେରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଯେଉଁ ପରି ପ୍ରକାରରେ ରାଜନୈତିକ ବିରୋଧ କରାଯାଉଛି, ତାହା ଶୋଭନୀୟ ନୁହେଁ ବୋଲି କହିଛନ୍ତି। ଯେଉଁମାନେ ଏପରି ଉନ୍ନୟନକୁ ବିରୋଧ କରୁଛନ୍ତି, ସେମାନଙ୍କୁ ରାଜ୍ୟବାସୀ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି।

24 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର