ବିରୋଧୀ ଦଳ ନେତାଙ୍କୁ ଭେଟିଲେ ପୁରୀ ଛତିଶା ନିଯୋଗ ସେବାୟତ, ରଥ ଯାତ୍ରା ପାଇଁ କଲେ ଆମନ୍ତ୍ରଣ….

The Sakala Picture
Published On

ଭୁବନେଶ୍ୱର : ପୁରୀ ଛତିଶା ନିଯୋଗ ସେବାୟତ ମାନଙ୍କର ଏକ ପ୍ରିତିନିଧି ଦଳ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଥିଲେ। ଏହି ସାକ୍ଷାତ ସମୟରେ ସେମାନେ ଶ୍ରୀମନ୍ଦିରର ତଥା ପୁରୀ ସହରର ବିକାଶ ପାଇଁ ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ‘ପୁରୀ ଆପଣ ବହୁତ କିଛି କରିଛନ୍ତି । ରଥଯାତ୍ରାକୁ ନିଶ୍ଚୟ ଆସିବେ’ ବୋଲି ସେବାୟତମାନେ ଶ୍ରୀ […]

ଭୁବନେଶ୍ୱର : ପୁରୀ ଛତିଶା ନିଯୋଗ ସେବାୟତ ମାନଙ୍କର ଏକ ପ୍ରିତିନିଧି ଦଳ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଥିଲେ। ଏହି ସାକ୍ଷାତ ସମୟରେ ସେମାନେ ଶ୍ରୀମନ୍ଦିରର ତଥା ପୁରୀ ସହରର ବିକାଶ ପାଇଁ ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ‘ପୁରୀ ଆପଣ ବହୁତ କିଛି କରିଛନ୍ତି । ରଥଯାତ୍ରାକୁ ନିଶ୍ଚୟ ଆସିବେ’ ବୋଲି ସେବାୟତମାନେ ଶ୍ରୀ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଜୁନ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ପାଳନ କରିବା ପାଇଁ ଶ୍ରୀ ପଟ୍ଟନାୟକ ସେବାୟତ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତ ସମୟରେ ସାଂସଦ ଶ୍ରୀ ଶୁଭାଶୀଷ ଖୁଣ୍ଟିଆ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଅନମାନଙ୍କ ମଧ୍ୟରେ ସର୍ବଶ୍ରୀ ସାଇନା ଖୁଣ୍ଟିଆ, ଗୌରହରି ପ୍ରଧାନ, ଲୋକନାଥ ମହାସୁଆର, ରବିଶଙ୍କର ପଢିଆରୀ, କାଶୀନାଥ ମହାସୁଆର, ଦାମୋଦର ପ୍ରତିହାରୀ, ହରିଆ ସୁଆର, ଅସିତ୍‌ ମେକାପ, କୃଷ୍ଣଚନ୍ଦ୍ର ଗୋଚ୍ଛିକାର ଓ ଜମେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର