ନୂଆବର୍ଷ ପୂର୍ବରୁ ଗାଡ଼ି ଯନ୍ତ୍ରଣା: ପୁରୁଣା ଚାଲାଣ ଥିଲେ ହୋଇପାରୁନି ପିୟୁସି, ପରିବହନ ବିଭାଗର ନିର୍ଦ୍ଦେଶ ପରେ ଲୋକେ ଛାନିଆ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌ (ପିୟୁସିସି) ନବୀକରଣକୁ ନେଇ ଆରମ୍ଭ ହୋଇଛି ଲମ୍ବାଧାଡ଼ି। ରାଜ୍ୟ ପରିବହନ ବିଭାଗର ୧୫ ଦିନିଆ ମହଲତ ପରେ ରାଜ୍ୟରେ ବିଶେଷକରି ଭୁବନେଶ୍ୱରରେ ଆଜି ସବୁ ପିୟୁସି କେନ୍ଦ୍ର ଆଗରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଅନେକ ଲୋକ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନବୀକରଣ କରୁଥିବା ବେଳେ ଅଧିକାଂଶ ଲୋକ ନିଜର ପୁରୁଣା ଚାଲାଣ ପାଇଁ ଫସି ରହିଛନ୍ତି। ଯେଉଁ ଗାଡ଼ି ମାଲିକମାନଙ୍କ ନାମରେ କୌଣସି ନିୟମ ଉଲ୍ଲଙ୍ଘନ ପାଇଁ ଚାଲାଣ ରହିଛି, ସେମାନେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ସାର୍ଟିଫିକେଟ୍‌ କରାଇବାରେ ବିଫଳ ହେଉଛନ୍ତି। ଏଥିପାଇଁ ସେମାନଙ୍କୁ ପ୍ରଥମେ ନିଜର ଚାଲାଣ ଅନୁଯାୟୀ ଆର୍ଥିକ ଜରିମାନା ରାଶି ପୈଠ କରିବାକୁ ବାଧ୍ୟତାମୂଳକ କରାଯାଇଛି। ପରିବହନ ବିଭାଗର ଏଭଳି ନିୟମ ଓ ଚାଲାକୀ ଯୋଗୁଁ ଏବେ ଯେଉଁମାନେ ଦୀର୍ଘ ଦିନ ହେବ ଚାଲାଣ ପାଇଁ ଜରିମାନା ଦେଇ ନ ଥିଲେ ସେମାନଙ୍କ ମୁଣ୍ଡରେ ଚିନ୍ତା ପଶିଛି। 

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ନିକଟରେ ରାଜ୍ୟ ପରିବହନ ବିଭାଗ ଯେଉଁମାନଙ୍କର ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନାହିଁ, ସେମାନଙ୍କୁ ପେଟ୍ରୋଲ ଟାଙ୍କିରେ ତେଲ ଦିଆଯିବ ନାହିଁ ବୋଲି ନିୟମ କରିଛିି। ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଏହି ନିୟମ ବିଷୟରେ ସଚେତନ କରିବା ସହ ଏହାପରେ କଡ଼ାକଡ଼ି ନିୟମ ପାଳନ ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ଯଦି ଏହି କ୍ଷେତ୍ରରେ କେହି ନିୟମ ଉଲ୍ଲଂଘନ ଅର୍ଥାତ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନ କରିଥାନ୍ତି, ତେବେ ସେମାନଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ରାଶି ଆଦାୟ କରାଯିବା ନେଇ ବ୍ୟବସ୍ଥା ହୋଇଛି। ସରକାରଙ୍କ ଏହି କଡ଼ା କଟକଣା ପରେ ଲୋକେ ଏବେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ କରାଇବା ପାଇଁ ଏହି କେନ୍ଦ୍ରଗୁଡ଼ିକ ନିକଟରେ ଧାଡ଼ି ଲଗାଇଛନ୍ତି। ମଙ୍ଗଳବାର ରାଜଧାନୀର ଅଧିକାଂଶ ପଲ୍ୟୁସନ୍‌ ସାର୍ଟିଫିକେଟ୍‌୍‌ ପ୍ରଦାନକାରୀ କେନ୍ଦ୍ର ଆଗରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଏପରି ସ୍ଥଳରେ ଭୁବନେଶ୍ୱରରେ ଟ୍ରାଫିକ୍‌ ଚାଲାଣ ବାବଦକୁ ଜରିମାନା ପୈଠ କେନ୍ଦ୍ରଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି।  ଅନେକ ଗାଡ଼ି ଚାଳକ ବିନା କାରଣରେ ଜରିମାନା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ଭୁବନେଶ୍ୱର ଟ୍ରାଫିକ୍‌ ଥାନା-୧ ନିକଟରେ ଜରିମାନା ପୈଠ କରିବାକୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ପୁରୀରେ ଜଣେ ବାଇକ୍‌ ଚାଳକ ଆଇନ ଉଲଘଂନ କରୁଛି। ହେଲେ ଭୁବନେଶ୍ୱରରେ ଥିବା କାର ମାଲିକଙ୍କ ପାଖକୁ ଚାଲାଣ ଆସିଛି। ପରିବହନ ବିଭାଗର ଏହି ବିଚିତ୍ର ବ୍ୟବସ୍ଥାକୁ ନେଇ ସେ ପ୍ରଶ୍ନ କରିବା ସହ ନୋ ପାର୍କିଂରେ ଗାଡି, ହେଲେ ବିନା ହେଲମେଟରେ ଫାଇନ୍‌ ଆସିଥିବା ସେ କହିଛନ୍ତି। ଏମିତି ଫାଇନ ଆସୁଛି ଯେ କ’ଣ କରିବେ ବୋଲି ଉପାୟ ପାଇ ପାରୁନାହାନ୍ତି। ଚାକିରି କରିବେ ନା ଫାଇନ ଭରିବେ, ତାକୁ ନେଇ ଗାଡ଼ି ଚାଳକ ଚିନ୍ତାରେ ପଡ଼ିଛନ୍ତି। 

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ରାଜ୍ୟରେ ଏଭଳି ଚାଲାଣ କରିବା ଦ୍ୱାରା ପ୍ରାୟ ୩୧ ଲକ୍ଷ ଚାଲାଣ ପଡ଼ି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ପରବିନ ବିଭାଗ ଅଧିକାଂଶ ନିୟମ ଉଲ୍ଲଂଘନ କ୍ଷେତ୍ରରେ ହୋଇଥିବା ଜରିମାନା ରାଶିକୁ ଅଧାକୁ ହ୍ରାସ କରି ଏହି ଚାଲାଣ ପୈଠ କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲା। ମାତ୍ର ଏଥିରେ ବି ଆଶାନୁରୂପ ସଫଳତା ନ ମିଳିବା ପରେ ଏବେ ପିୟୁସି ସାର୍ଟିଫିକେଟ୍‌କୁ ଆୟୁଧ କରାଯାଇଛି। ଯେହେତୁ ପିୟୁସିସି କରିବା ପାଇଁ ହେଲେ ଚାଲାଣ ପୈଠ କରିବା ବାଧ୍ୟତାମୂଳକ ରହିଛି, ତେଣୁ କିଛି ଲୋକ ଏବେ ଚାଲାଣ ବାବଦରେ ଜରିମାନା ରାଶି ପୈଠ କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ଚାଲାଣ ଓ ପିୟୁସି ପାଇଁ ବିଭିନ୍ନ ସ୍ଥାନରେ ଭିଡ଼ ହେବା ପରେ ଆଜି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଇ-ଚାଲାଣ ବକେୟା ଥିଲେ ପ୍ରଦୂଷଣ ଯାଞ୍ଚରେ ପ୍ରତିବନ୍ଧକ କଥା ପ୍ରଚାରିତ ହେଉଛି। ମାତ୍ର ଏଠାରେ ସ୍ପଷ୍ଟ କରାଯାଉଛି ଯେ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ନିୟମ ୧୬୭) ଅନୁଯାୟୀ ୯୦ ଦିନରୁ ଅଧିକ ଦିନ ଧରି ବକେୟା ଥିବା ଇ-ଚାଲାଣ ପାଇଁ ଏହା ଲାଗୁ ହୋଇଥାଏ। ୯୦ ଦିନରୁ କମ୍‌ ଦିନ ବକେୟା ଥିବା ଚାଲାଣ ପାଇଁ ବୈଧ ପ୍ରଦୂଷଣ ପତ୍ର ପାଇବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ବିଭାଗ କହିଛି।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର