ଲାଞ୍ଜିଗଡ଼କୁ ବକ୍ସାଇଟ୍‌ ଖଣି ଦାବି କଲେ ଅଞ୍ଚଳବାସୀ, କଳାହାଣ୍ଡିର ବିକାଶ ପାଇଁ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

The Sakala Picture
Published On

ଲାଞ୍ଜିଗଡ଼: କଳାହାଣ୍ଡିର ବିକାଶ ପାଇଁ ତୁରନ୍ତ ଲାଞ୍ଜିଗଡ଼କୁ ବକ୍ସାଇଟ୍‌ ଖଣି ଯୋଗାଇ ଦିଆଯାଉ। କଞ୍ଚାମାଲ ପ୍ରଦାନ କରାଯାଉ। ଗ୍ରାମସଭା କରିବାକୁ ଲାଞ୍ଜିଗଡ଼ ବାସିନ୍ଦା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଓ ବିଡିଓଙ୍କ ଜରିଆରେ ଦିଆଯାଇଥିବା ନିବେଦନପତ୍ରରେ ଲାଞ୍ଜିଗଡ଼କୁ ବକ୍ସାଇଟ୍‌ ଖଣି ବା କଞ୍ଚାମାଲ ଯୋଗାଇ କଳାହାଣ୍ଡି ଜିଲ୍ଲାରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ କରାଯାଇଛି। ଲାଞ୍ଜିଗଡ ଖଣି ଖନନ ସପକ୍ଷେର ହୋଇଥିବା କାର୍ଯ୍ୟକ୍ରମ ବିଶ୍ୱନାଥପୁର ସ୍ଥିତ […]

ଲାଞ୍ଜିଗଡ଼: କଳାହାଣ୍ଡିର ବିକାଶ ପାଇଁ ତୁରନ୍ତ ଲାଞ୍ଜିଗଡ଼କୁ ବକ୍ସାଇଟ୍‌ ଖଣି ଯୋଗାଇ ଦିଆଯାଉ। କଞ୍ଚାମାଲ ପ୍ରଦାନ କରାଯାଉ। ଗ୍ରାମସଭା କରିବାକୁ ଲାଞ୍ଜିଗଡ଼ ବାସିନ୍ଦା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଓ ବିଡିଓଙ୍କ ଜରିଆରେ ଦିଆଯାଇଥିବା ନିବେଦନପତ୍ରରେ ଲାଞ୍ଜିଗଡ଼କୁ ବକ୍ସାଇଟ୍‌ ଖଣି ବା କଞ୍ଚାମାଲ ଯୋଗାଇ କଳାହାଣ୍ଡି ଜିଲ୍ଲାରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଲାଞ୍ଜିଗଡ ଖଣି ଖନନ ସପକ୍ଷେର ହୋଇଥିବା କାର୍ଯ୍ୟକ୍ରମ ବିଶ୍ୱନାଥପୁର ସ୍ଥିତ ଉଦ୍ୟାନକୃଷି ଦପ୍ତର ନିକଟରୁ ବାହାରି ଲାଞ୍ଜିଗଡବ୍ଲକ ଅଫିସରେ ପହଞ୍ଚିଥିଲା। ଏଥିରେ ଲାଞ୍ଜିଗଡ ଓ୍ପାକର୍ସ ଆସୋସିଏସନ, ମର୍ଚ୍ଚାଣ୍ଟ ଆସୋସିଏସନ, ଲାଞ୍ଜିଗଡ ଡ୍ରାଇଭରସଂଘ, ମୋଟରଯାନ ମାଲିକ ସଂଘ ସହିତ କଳାହାଣ୍ଡି ଓ ରାୟଗଡାର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ସ୍ୱତଃପ୍ରବୃତ୍ତ ଭାବେ ଯୋଗ ଦେଇଥିଲେ। ଏଥିରେ ଲାଞ୍ଜିଗଡ଼ ଅଞ୍ଚଳ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ଅବିଭକ୍ତ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ କୁଳାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେସନିଆ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଚନ୍ଦ୍ରଶେଖର ବେହେରା, ଏମ.ଡି ଆୟୁବ, ନବୀନ ପାତ୍ର, ରାଜେନ୍ଦ୍ର ପ୍ରତାପ ସିଂହଦେଓ, ସୁରେଶ ଅଗ୍ରୱାଲ, ଶ୍ରୀବତ୍ସ ତାଣ୍ଡି, ଶ୍ରୀମୁଖ ଅଗସ୍ତି, ଲିଙ୍ଗରାଜ ମାଝୀ, ହିମାଦ୍ରୀ ପେସନିଆ, ପ୍ରଦୀପ ଘଡେ଼ଇ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, କିଶୋର ହରପାଲ, ଅନନ୍ତ ପାଲ, ସେନାପତି ନାଏକ, ପାତ୍ର ମାଝୀ, ମନୋହର ହରପାଲ, ରଂଜିତ ପାଢ଼ୀ, ଲକ୍ଷ୍ମୀ ଚଣ୍ଡୀ, ମୀନକେତନ ପରିଛା, ସୁବାସ ଅଗ୍ରୱାଲଙ୍କ ସମେତ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାରି ହଜାରରୁ ଉଦ୍ଧ୍ୱର୍ ଲୋକେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

୨୦୦୩ ମସିହାରେ ଲାଞ୍ଜିଗଡ଼ ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା ପର ଠାରୁ କଳାହାଣ୍ଡି ଜିଲ୍ଲାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏକଦା ଭାରତର ଅନ୍ୟତମ ଗରିବ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଏବେ ଭାରତ ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ଏକ ଅଂଶ ହୋଇଥିବାବେଳେ ବିଶୋଧନାଗାର ଦ୍ୱାରା ବିକାଶ ଅଭିଯାନ ଚଳାଯାଉଛି। କଳାହାଣ୍ଡି ଜିଲ୍ଲାରେ ଉପଲବ୍ଧ ବକ୍ସାଇଟ୍‌ ଖନନ ହେଉନଥିବାରୁ କଳାହାଣ୍ଡିର ବିକାଶ ପ୍ରଭାବିତ ହୋଇଛି ବୋଲି ଗ୍ରାମବାସୀ ଦର୍ଶାଇଛନ୍ତି। ପଡେ଼ାଶୀ ଜିଲ୍ଲା ରାୟଗଡ଼ା ଓ କୋରାପୁଟ ଉପଲବ୍ଧ ବକ୍ସାଇଟ୍‌ ଭଣ୍ଡାରକୁ ଖନନ କରି ନିଜର ସାମର୍ଥ୍ୟର ଉପଯୋଗ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କିନ୍ତୁ ଶିଳ୍ପ ପ୍ରତିଷ୍ଠାର ୨୦ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି କଞ୍ଚାମାଲ ଆବଶ୍ୟକତା ପୂରଣ ପାଇଁ ସଂଘର୍ଷ କରୁଛି। କଳାହାଣ୍ଡିବାସୀ ସେମାନଙ୍କ ଉଦବେଗ ପ୍ରକାଶ କରିବା ସହିତ ଦାବି କରିଛନ୍ତି ଯେ ସରକାର ତୁରନ୍ତ ଲାଞ୍ଜିଗଡ଼କୁ ରାଜ୍ୟରେ ବକ୍ସାଇଟ୍‌ ଖଣି ଯୋଗାଇବା ସହ ତାହାର ଖନନ ପାଇଁ ଗ୍ରାମସଭା ଆୟୋଜନ କରି କଳାହାଣ୍ଡିର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

କଳାହାଣ୍ଡିର ଲାଞ୍ଜିଗଡ଼ରେ ଶିଳ୍ପ ପ୍ରତିଷ୍ଠା ସମୟରେ ଅନେକ ଶକ୍ତି ଓ ବିଦେଶୀ ଶିଳ୍ପସଂସ୍ଥା ଅଞ୍ଚଳର ବିକାଶକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ କଳାହାଣ୍ଡିର ସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ସହଯୋଗରେ ଲୋକମାନେ ଏହି ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ। ଲାଞ୍ଜିଗଡ଼କୁ ବକ୍ସାଇଟ୍‌ ମିଳିଲେ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରି କଳାହାଣ୍ଡିକୁ ବହୁତ ଉପକୃତ କରିବ ଏବଂ ଏହି ଅଞ୍ଚଳର ବିକାଶ ପାଇଁ ଏକ ସାମାଜିକ-ଅର୍ଥନୈତିକ ପରିବେଶ ପ୍ରଦାନ କରିବ। ଏହି ନିବେଦନ ଏକ ସମୃଦ୍ଧ କଳାହାଣ୍ଡି ପାଇଁ ଜନସାଧାରଣଙ୍କ ସାମୂହିକ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି ଏବଂ ଏହି ଅଞ୍ଚଳର ବିକାଶ ସମ୍ଭାବନାକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛି।

08 Jan 2025 By The Sakala

ଲାଞ୍ଜିଗଡ଼କୁ ବକ୍ସାଇଟ୍‌ ଖଣି ଦାବି କଲେ ଅଞ୍ଚଳବାସୀ, କଳାହାଣ୍ଡିର ବିକାଶ ପାଇଁ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

ଲାଞ୍ଜିଗଡ଼: କଳାହାଣ୍ଡିର ବିକାଶ ପାଇଁ ତୁରନ୍ତ ଲାଞ୍ଜିଗଡ଼କୁ ବକ୍ସାଇଟ୍‌ ଖଣି ଯୋଗାଇ ଦିଆଯାଉ। କଞ୍ଚାମାଲ ପ୍ରଦାନ କରାଯାଉ। ଗ୍ରାମସଭା କରିବାକୁ ଲାଞ୍ଜିଗଡ଼ ବାସିନ୍ଦା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଓ ବିଡିଓଙ୍କ ଜରିଆରେ ଦିଆଯାଇଥିବା ନିବେଦନପତ୍ରରେ ଲାଞ୍ଜିଗଡ଼କୁ ବକ୍ସାଇଟ୍‌ ଖଣି ବା କଞ୍ଚାମାଲ ଯୋଗାଇ କଳାହାଣ୍ଡି ଜିଲ୍ଲାରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଲାଞ୍ଜିଗଡ ଖଣି ଖନନ ସପକ୍ଷେର ହୋଇଥିବା କାର୍ଯ୍ୟକ୍ରମ ବିଶ୍ୱନାଥପୁର ସ୍ଥିତ ଉଦ୍ୟାନକୃଷି ଦପ୍ତର ନିକଟରୁ ବାହାରି ଲାଞ୍ଜିଗଡବ୍ଲକ ଅଫିସରେ ପହଞ୍ଚିଥିଲା। ଏଥିରେ ଲାଞ୍ଜିଗଡ ଓ୍ପାକର୍ସ ଆସୋସିଏସନ, ମର୍ଚ୍ଚାଣ୍ଟ ଆସୋସିଏସନ, ଲାଞ୍ଜିଗଡ ଡ୍ରାଇଭରସଂଘ, ମୋଟରଯାନ ମାଲିକ ସଂଘ ସହିତ କଳାହାଣ୍ଡି ଓ ରାୟଗଡାର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ସ୍ୱତଃପ୍ରବୃତ୍ତ ଭାବେ ଯୋଗ ଦେଇଥିଲେ। ଏଥିରେ ଲାଞ୍ଜିଗଡ଼ ଅଞ୍ଚଳ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ଅବିଭକ୍ତ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ କୁଳାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେସନିଆ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଚନ୍ଦ୍ରଶେଖର ବେହେରା, ଏମ.ଡି ଆୟୁବ, ନବୀନ ପାତ୍ର, ରାଜେନ୍ଦ୍ର ପ୍ରତାପ ସିଂହଦେଓ, ସୁରେଶ ଅଗ୍ରୱାଲ, ଶ୍ରୀବତ୍ସ ତାଣ୍ଡି, ଶ୍ରୀମୁଖ ଅଗସ୍ତି, ଲିଙ୍ଗରାଜ ମାଝୀ, ହିମାଦ୍ରୀ ପେସନିଆ, ପ୍ରଦୀପ ଘଡେ଼ଇ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, କିଶୋର ହରପାଲ, ଅନନ୍ତ ପାଲ, ସେନାପତି ନାଏକ, ପାତ୍ର ମାଝୀ, ମନୋହର ହରପାଲ, ରଂଜିତ ପାଢ଼ୀ, ଲକ୍ଷ୍ମୀ ଚଣ୍ଡୀ, ମୀନକେତନ ପରିଛା, ସୁବାସ ଅଗ୍ରୱାଲଙ୍କ ସମେତ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାରି ହଜାରରୁ ଉଦ୍ଧ୍ୱର୍ ଲୋକେ ସାମିଲ ହୋଇଥିଲେ।

୨୦୦୩ ମସିହାରେ ଲାଞ୍ଜିଗଡ଼ ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା ପର ଠାରୁ କଳାହାଣ୍ଡି ଜିଲ୍ଲାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏକଦା ଭାରତର ଅନ୍ୟତମ ଗରିବ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଏବେ ଭାରତ ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ଏକ ଅଂଶ ହୋଇଥିବାବେଳେ ବିଶୋଧନାଗାର ଦ୍ୱାରା ବିକାଶ ଅଭିଯାନ ଚଳାଯାଉଛି। କଳାହାଣ୍ଡି ଜିଲ୍ଲାରେ ଉପଲବ୍ଧ ବକ୍ସାଇଟ୍‌ ଖନନ ହେଉନଥିବାରୁ କଳାହାଣ୍ଡିର ବିକାଶ ପ୍ରଭାବିତ ହୋଇଛି ବୋଲି ଗ୍ରାମବାସୀ ଦର୍ଶାଇଛନ୍ତି। ପଡେ଼ାଶୀ ଜିଲ୍ଲା ରାୟଗଡ଼ା ଓ କୋରାପୁଟ ଉପଲବ୍ଧ ବକ୍ସାଇଟ୍‌ ଭଣ୍ଡାରକୁ ଖନନ କରି ନିଜର ସାମର୍ଥ୍ୟର ଉପଯୋଗ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କିନ୍ତୁ ଶିଳ୍ପ ପ୍ରତିଷ୍ଠାର ୨୦ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି କଞ୍ଚାମାଲ ଆବଶ୍ୟକତା ପୂରଣ ପାଇଁ ସଂଘର୍ଷ କରୁଛି। କଳାହାଣ୍ଡିବାସୀ ସେମାନଙ୍କ ଉଦବେଗ ପ୍ରକାଶ କରିବା ସହିତ ଦାବି କରିଛନ୍ତି ଯେ ସରକାର ତୁରନ୍ତ ଲାଞ୍ଜିଗଡ଼କୁ ରାଜ୍ୟରେ ବକ୍ସାଇଟ୍‌ ଖଣି ଯୋଗାଇବା ସହ ତାହାର ଖନନ ପାଇଁ ଗ୍ରାମସଭା ଆୟୋଜନ କରି କଳାହାଣ୍ଡିର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ।

କଳାହାଣ୍ଡିର ଲାଞ୍ଜିଗଡ଼ରେ ଶିଳ୍ପ ପ୍ରତିଷ୍ଠା ସମୟରେ ଅନେକ ଶକ୍ତି ଓ ବିଦେଶୀ ଶିଳ୍ପସଂସ୍ଥା ଅଞ୍ଚଳର ବିକାଶକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ କଳାହାଣ୍ଡିର ସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ସହଯୋଗରେ ଲୋକମାନେ ଏହି ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ। ଲାଞ୍ଜିଗଡ଼କୁ ବକ୍ସାଇଟ୍‌ ମିଳିଲେ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରି କଳାହାଣ୍ଡିକୁ ବହୁତ ଉପକୃତ କରିବ ଏବଂ ଏହି ଅଞ୍ଚଳର ବିକାଶ ପାଇଁ ଏକ ସାମାଜିକ-ଅର୍ଥନୈତିକ ପରିବେଶ ପ୍ରଦାନ କରିବ। ଏହି ନିବେଦନ ଏକ ସମୃଦ୍ଧ କଳାହାଣ୍ଡି ପାଇଁ ଜନସାଧାରଣଙ୍କ ସାମୂହିକ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି ଏବଂ ଏହି ଅଞ୍ଚଳର ବିକାଶ ସମ୍ଭାବନାକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛି।

https://www.thesakala.in/latest-odisha-news/provide-bauxite-mine-to-lanjigarh-vedanta-local-residents-seek-cm-intervention-for-kalahandis-development/article-37843
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର