ଭୁବନେଶ୍ବରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ବିରୋଧ

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକଙ୍କ ଗୁଣ୍ଡାଗିରି । ମହିଳାଙ୍କୁ ଗାଡ଼ି ମଡାଇଲେ, ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ ସହିତ ଅସଦାଚରଣ କଲେ ଅପରାଜିତାଙ୍କ ସମର୍ଥକ। ଖୋଦ୍ ଅପରାଜିତାଙ୍କ ଉପସ୍ଥିତିରେ ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରେ ଏଭଳି ଦାଦାଗିରି କରିଛନ୍ତି ତାଙ୍କ ସମର୍ଥକମାନେ । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଅପରାଜିତା ଯୋଗଦେବାକୁ ଯାଉଥିବାବେଳେ ଜଣେ ମହିଳାଙ୍କୁ ତାଙ୍କ ସମର୍ଥକଙ୍କ ଗାଡ଼ି ଧକ୍କା ଦେଇଥିଲା। ଏହାପରେ ସମବେଦନା ଦେଖାଇବା ବଦଳରେ ସଂପୃକ୍ତ ମହିଳାଙ୍କୁ ଅପରାଜିତାଙ୍କ […]

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକଙ୍କ ଗୁଣ୍ଡାଗିରି । ମହିଳାଙ୍କୁ ଗାଡ଼ି ମଡାଇଲେ, ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ ସହିତ ଅସଦାଚରଣ କଲେ ଅପରାଜିତାଙ୍କ ସମର୍ଥକ। ଖୋଦ୍ ଅପରାଜିତାଙ୍କ ଉପସ୍ଥିତିରେ ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରେ ଏଭଳି ଦାଦାଗିରି କରିଛନ୍ତି ତାଙ୍କ ସମର୍ଥକମାନେ । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଅପରାଜିତା ଯୋଗଦେବାକୁ ଯାଉଥିବାବେଳେ ଜଣେ ମହିଳାଙ୍କୁ ତାଙ୍କ ସମର୍ଥକଙ୍କ ଗାଡ଼ି ଧକ୍କା ଦେଇଥିଲା। ଏହାପରେ ସମବେଦନା ଦେଖାଇବା ବଦଳରେ ସଂପୃକ୍ତ ମହିଳାଙ୍କୁ ଅପରାଜିତାଙ୍କ ସମର୍ଥକ ଜଣଙ୍କ ଗାଳିଗୁଲଜ କରିବା ସହ ଶାଢୀ ଚିରିଦେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଏପରିକି ବିଜେପି ନେତା ଜଣଙ୍କ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଇଦେଇଥିଲା । ତୁରନ୍ତ ନ୍ୟାୟ ଦାବିରେ ଅଡି ବସିଥିଲେ ମହିଳା । ଏହି ସମୟରେ ଅପରାଜିତା ଗାଡ଼ି ଭିତରେ ବସି ନିରବଦ୍ରଷ୍ଟା ସାଜିଥିଲେ। ଏତେ କାଣ୍ଡ ପରେ ବି ଜଣେ ମହିଳା ହୋଇ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପାଖକୁ ସୁଦ୍ଧା ଯାଇନଥିଲେ । କଟକ ରୋଡ୍ ଲକ୍ଷ୍ମୀସାଗର ନିକଟରେ ଦୀର୍ଘ ସମୟ ଧରି ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା । ଏହି ଘଟଣା ଚାଲିଥିବାବେଳେ ଅପରାଜିତାଙ୍କ ଆଉ କିଛି ସମର୍ଥକ ପହଞ୍ଚି ଗଣ୍ଡଗୋଳକୁ ବଢାଇବା ସହ କିଛି ସମୟ ଧରି ରାସ୍ତାରୋକ ଭଳି ପରିସ୍ଥିତି ସୃଷ୍ଟି କରିଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଫଳରେ କଟକ ରୋଡ୍ ଅଞ୍ଚଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ ହୋଇଯାଇଥିଲା । ଟ୍ରାଫିକ ଜାମ ଲାଗି ରହିଥିଲା । ଏତେ ସବୁ ପରେ ମଧ୍ୟ ଅପରାଜିତା ଗାଡ଼ିରୁ ଓହ୍ଲାଇନଥିଲେ । ସ୍ଥାନୀୟ ଅଞ୍ଚଳର ମହିଳାମାନେ ନ୍ୟାୟଦାବୀ କରିଥିଲେ ମଧ୍ୟ ଅପରାଜିତା କର୍ଣ୍ଣପାତ କରିନଥିଲେ। ଘଟଣାସ୍ଥଳରେ ଏବେ ମଧ୍ୟ ପ୍ରବଳ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ଏସିପି ଓ ଲକ୍ଷ୍ମୀସାଗର ଥାନା ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର