ମନୋରଞ୍ଜନ
ଓଡ଼ିଶା
କେଦାରପଲ୍ଲୀ ବସ୍ତିରେ ବିଜେପି ସାଂସଦ ଅପରାଜିତାଙ୍କୁ ତୀବ୍ର ବିରୋଧ: ଲୋକଙ୍କ ପ୍ରଶ୍ନ- ଭୋଟ ନେଲ, ସାଢ଼େ ତିନିବର୍ଷ ହେଲା କେଉଁଠି ଥିଲ ?
ଭୁବନେଶ୍ୱର: ଆମ ବସ୍ତିର ବିକାଶ କରିବ ବୋଲି ପ୍ରତିଶ୍ରୁତି ଦେଇ ଆମ ପାଖରୁ ଭୋଟ ନେଲ; ମାତ୍ର ସାଂସଦ ଭାବେ ନିର୍ବାଚିତ ହେବା ପରେ ଥରୁଟିଏ ବି ପାଦ ପଡ଼ିଲା ନାହିଁ। ଆଜି କଣ ପାଇଁ ଆସିଛ ? ସାଢ଼େ ୩ ବର୍ଷ ହେଲାଣି ଯାଇଥିଲ କୁଆଡେ? ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଜି ଏମିତି ପୁଳାପୁଳା ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର କେଦାରପଲ୍ଲୀ ବସ୍ତି ବାସନ୍ଦା। ସାଂସଦ ଭାବେ ନିର୍ବାଚିତ ହେବା ପରେ ବସ୍ତି ମାଟି ମାଡ଼ି ନ […]
ଭୁବନେଶ୍ୱର: ଆମ ବସ୍ତିର ବିକାଶ କରିବ ବୋଲି ପ୍ରତିଶ୍ରୁତି ଦେଇ ଆମ ପାଖରୁ ଭୋଟ ନେଲ; ମାତ୍ର ସାଂସଦ ଭାବେ ନିର୍ବାଚିତ ହେବା ପରେ ଥରୁଟିଏ ବି ପାଦ ପଡ଼ିଲା ନାହିଁ। ଆଜି କଣ ପାଇଁ ଆସିଛ ? ସାଢ଼େ ୩ ବର୍ଷ ହେଲାଣି ଯାଇଥିଲ କୁଆଡେ? ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଜି ଏମିତି ପୁଳାପୁଳା ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର କେଦାରପଲ୍ଲୀ ବସ୍ତି ବାସନ୍ଦା। ସାଂସଦ ଭାବେ ନିର୍ବାଚିତ ହେବା ପରେ ବସ୍ତି ମାଟି ମାଡ଼ି ନ ଥିବା ଅପରାଜିତାଙ୍କ ଆଜି କେଦାରପଲ୍ଲୀରେ ଆବିର୍ଭାବକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ସ୍ଥାନୀୟ ବାସିନ୍ଦା। ଅପରାଜିତାଙ୍କୁ ଘେରିଯାଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛନ୍ତି। ୨୦୧୯ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ସ୍ମରଣ କରାଇ ଦେବା ସହ ତୀବ୍ର ବିରୋଧ କରିଛନ୍ତି। ପରିଣତି ସ୍ୱରୂପ ବସ୍ତି ବାସିନ୍ଦାଙ୍କୁ ସାମ୍ନା କରିବାରେ ବ୍ୟର୍ଥ ହୋଇ ସାଂସଦ ସେଠାରୁ ପଳାଇ ଯାଇଛନ୍ତି।
ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଅପରାଜିତା ବିଜେପି ପ୍ରାର୍ଥୀ ଭାବରେ ପ୍ରଚାର ସମୟରେ କେଦାରପଲ୍ଲୀ ବସ୍ତି ଅଞ୍ଚଳର ବ୍ୟାପକ ବିକାଶ କରିବା ନେଇ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଆମ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ଅ୍ୟାନ୍ୟ କ୍ଷେତ୍ରରେ ଉନ୍ନତି କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଆମେ ତାଙ୍କୁ ଭୋଟ୍ ଦେଇଥିଲୁ। ଏହାପରେ ଆମକୁ ମ୍ୟାଡମ କିନ୍ତୁ ଆଉ ଧରାଛୁଆଁ ଦେଉନଥିଲେ। ଅନେକ ଥର ଆମ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ଆମେ ମ୍ୟାଡମଙ୍କୁ ଭେଟିବାକୁ ଚାହିଁଛୁ। ମାତ୍ର ବିଭିନ୍ନ କାରଣ ଦେଖାଇ ସେ ଆମକୁ ଭେଟିନାହାନ୍ତି। ହଠାତ୍ ନିର୍ବାଚନର ସାଢ଼େ ୩ ବର୍ଷ ପରେ ଆମ କଟା ଘାରେ ଚୂନ ଦେବା ପାଇଁ ବୋଧେ ସେ ଆମ ବସ୍ତିକୁ ଆସିଛନ୍ତି ବୋଲି ବିରୋଧ କରୁଥିବା ଲୋକେ କ୍ଷୋଭର ସହ କହିଛନ୍ତି। ଅପରପକ୍ଷେ ଅପରାଜିତାଙ୍କୁ ସେଠାରେ ବିରୋଧ ହେଉଥିବା ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ମୋବାଇଲରେ ଘଟଣାର ଭିଡିଓ କରୁଥିବା ବେଳେ ଅପରାଜିତାଙ୍କ ସମର୍ଥକ ତାଙ୍କ ହାତରୁ ମୋବାଇଲ୍ ଛଡ଼ାଇ ନେଇଥିଲେ। ଯାହାଫଳରେ ସ୍ଥ୍ାନୀୟ ଲୋକେ ଏହାକୁ ନେଇ ପ୍ରବଳ ପାଟିତୁଣ୍ଡ କରିଥିଲେ। ଲୋକଙ୍କ ଅସନ୍ତୋଷ ଏବଂ ପ୍ରବଳ ବିରୋଧକୁ ଦେଖି ସାଂସଦଙ୍କ ସମର୍ଥକ ଉକ୍ତ ବ୍ୟକ୍ତିଙ୍କ ମୋବାଇଲ୍ ଫେରାଇ ଦେଇଥିଲେ। କେବଳ କେଦାରପଲ୍ଲୀ ବସ୍ତି ନୁହେଁ, ନିକଟ ଅତୀତରେ ଭୁବନେଶ୍ୱରର ବହୁ ଅଞ୍ଚଳରେ ଲୋକମାନେ ଅପରାଜିତାଙ୍କୁ ଏପରି ବିରୋଧ କରିଆସୁଛନ୍ତି। ଦେଇଥିବା ପ୍ରତିଶ୍ରୁତିଙ୍କୁ ପୂରଣ କରିବା ପରିବର୍ତ୍ତେ ସେ ବ୍ୟକ୍ତିଗତ ସଂଗଠନ ବୃଦ୍ଧି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ଫଳରେ ଲଗାତାର ଭାବେ ସେ ସାଧାରଣ ଲୋକଙ୍କ ବିରୋଧ ଏବଂ ଆକ୍ରୋଶର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।






