ରାସ୍ତା ଉପରେ ମାଟି ପକାଇ କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ପ୍ରବେଶକୁ ବିରୋଧ

The Sakala Picture
Published On

କୋରାପୁଟ: କୋଟିଆକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି । କୋଟିଆ ଉପରେ ଆନ୍ଧ୍ର ପୁଣି ଥରେ ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିଛି । ଆଜି କୋଟିଆ ଆସୁଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପି ରାଜନ୍ନା ଦୋରା । ମାତ୍ର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ମାଡକର ବ୍ରିଜ୍‌ ନିକଟରେ ରାସ୍ତା ଉପରେ ମାଟି ପକାଯାଇଥିବା ଦେଖିବାକୁ ମିଳିଛି । ତେବେ କିଏ ମାଟି ପକାଇ ବିରୋଧ କରିଛି ସେନେଇ ସୂଚନା ମିଳିପାରିନି । […]

କୋରାପୁଟ: କୋଟିଆକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି । କୋଟିଆ ଉପରେ ଆନ୍ଧ୍ର ପୁଣି ଥରେ ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିଛି । ଆଜି କୋଟିଆ ଆସୁଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପି ରାଜନ୍ନା ଦୋରା । ମାତ୍ର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ମାଡକର ବ୍ରିଜ୍‌ ନିକଟରେ ରାସ୍ତା ଉପରେ ମାଟି ପକାଯାଇଥିବା ଦେଖିବାକୁ ମିଳିଛି । ତେବେ କିଏ ମାଟି ପକାଇ ବିରୋଧ କରିଛି ସେନେଇ ସୂଚନା ମିଳିପାରିନି ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ଫାଗୁଣସିନାରୀ ଗାଁକୁ ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସିବା ଯୋଜନା ଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ବିଭିନ୍ନ ସମୟରେ କୋଟିଆରେ ପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ପୂର୍ବରୁ ମଧ୍ୟ ଓଡ଼ିଶା ଏହାକୁ ବିରୋଧ କରିଛି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ୨ଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ମାହକାର ନିକଟରେ ରାସ୍ତା ଖୋଳି ଯାତାୟତ ରାସ୍ତାରେ ମାଟି ପକାଇ ଅବରୋଧ କରାଯାଇଛି । ହେଲେ ଏହାକୁ କିଏ ଖୋଳିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପି ରାଜନ୍ନା ଦୋରା ଗସ୍ତ କରି ଆନ୍ଧ୍ର ସରକାରଙ୍କ ‘ଦ୍ୱାରେ ଦ୍ୱାରେ ମୋ ସରକାର ଯୋଜନା’ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା ।

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

01 May 2023 By The Sakala

ରାସ୍ତା ଉପରେ ମାଟି ପକାଇ କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ପ୍ରବେଶକୁ ବିରୋଧ

କୋରାପୁଟ: କୋଟିଆକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି । କୋଟିଆ ଉପରେ ଆନ୍ଧ୍ର ପୁଣି ଥରେ ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିଛି । ଆଜି କୋଟିଆ ଆସୁଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପି ରାଜନ୍ନା ଦୋରା । ମାତ୍ର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ମାଡକର ବ୍ରିଜ୍‌ ନିକଟରେ ରାସ୍ତା ଉପରେ ମାଟି ପକାଯାଇଥିବା ଦେଖିବାକୁ ମିଳିଛି । ତେବେ କିଏ ମାଟି ପକାଇ ବିରୋଧ କରିଛି ସେନେଇ ସୂଚନା ମିଳିପାରିନି ।

ଫାଗୁଣସିନାରୀ ଗାଁକୁ ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସିବା ଯୋଜନା ଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ବିଭିନ୍ନ ସମୟରେ କୋଟିଆରେ ପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ପୂର୍ବରୁ ମଧ୍ୟ ଓଡ଼ିଶା ଏହାକୁ ବିରୋଧ କରିଛି ।

ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ୨ଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ମାହକାର ନିକଟରେ ରାସ୍ତା ଖୋଳି ଯାତାୟତ ରାସ୍ତାରେ ମାଟି ପକାଇ ଅବରୋଧ କରାଯାଇଛି । ହେଲେ ଏହାକୁ କିଏ ଖୋଳିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପି ରାଜନ୍ନା ଦୋରା ଗସ୍ତ କରି ଆନ୍ଧ୍ର ସରକାରଙ୍କ ‘ଦ୍ୱାରେ ଦ୍ୱାରେ ମୋ ସରକାର ଯୋଜନା’ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର