ଶିକ୍ଷାନୁଷ୍ଠାନ ଲାଗି ୯ ସୂତ୍ରୀ ମାର୍ଗଦର୍ଶିକା: ଏଣିକି କଲେଜରେ ଦୈନିକ ୭ଘଣ୍ଟା ରହିବେ ଅଧ୍ୟାପକ

The Sakala Picture
Published On

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଦୃଢ଼ ଓ ଶୃଙ୍ଖଳିତ କରିବା ଲାଗି ଚଳିତ ବର୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ବିଶେଷତଃ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, କଲେଜରେ ନିର୍ଦ୍ଧାରିତ କ୍ଲାସ ଓ ସରକାରୀ ଶିକ୍ଷକଙ୍କ ଘରୋଇ କୋଚିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗ କଠୋର ପଦକ୍ଷେପ ଗ୍ରହଣ କରିବ। ଚଳିତ ଶିକ୍ଷା ବର୍ଷରୁ ଏହାକୁ କଡ଼ାକଡ଼ିଭାବେ ଲାଗୁ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ […]

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଦୃଢ଼ ଓ ଶୃଙ୍ଖଳିତ କରିବା ଲାଗି ଚଳିତ ବର୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ବିଶେଷତଃ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, କଲେଜରେ ନିର୍ଦ୍ଧାରିତ କ୍ଲାସ ଓ ସରକାରୀ ଶିକ୍ଷକଙ୍କ ଘରୋଇ କୋଚିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗ କଠୋର ପଦକ୍ଷେପ ଗ୍ରହଣ କରିବ। ଚଳିତ ଶିକ୍ଷା ବର୍ଷରୁ ଏହାକୁ କଡ଼ାକଡ଼ିଭାବେ ଲାଗୁ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷା ବ୍ୟବସ୍ଥାରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଚଳିତ ଶିକ୍ଷା ବର୍ଷରୁ ସମସ୍ତ କଲେଜରେ ଅଧ୍ୟାପକମାନେ ନିର୍ଦ୍ଧାରିତ ସମୟରେ ଶିକ୍ଷାନୁଷ୍ଠାନ ଆସିବା ସହିତ ଅତି କମ୍‍ ୭ ଘଣ୍ଟା ସେମାନେ ଉପସ୍ଥିତ ରହିବେ। ନିୟମିତ ସେମାନେ ଯେପରି ପିଲାଙ୍କ କ୍ଲାସ ନେଉଛନ୍ତି ଏ ନେଇ କଲେଜର ଅଧ୍ୟକ୍ଷ କିମ୍ବା ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀ ସୁନିଶ୍ଚିତ କରାଇବେ। ସେହିପରି ପ୍ରତ୍ୟେକ ପିଲାଙ୍କ ଉପସ୍ଥାନ ସର୍ବନିମ୍ନ ୭୫ ପ୍ରତିଶତ ରହିବା ନିତାନ୍ତ ଜରୁରୀ। ଏହାଠାରୁ କମ୍‍ ହେଲେ ପିଲାମାନଙ୍କୁ ପରୀକ୍ଷା ଦେବା ଲାଗି ଅନୁମତି ମିଳିବନି। କରୋନା ପାଇଁ ବିଗତ ଦୁଇ ବର୍ଷ ହେବ ଉପସ୍ଥାନ କଟକଣା କୋହଳ କରାଯାଇଥିବା ବେଳେ ଏ ବର୍ଷରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଶିକ୍ଷକମାନେ ପିଲାଙ୍କ ମେଣ୍ଟର ଭାବେ କାମ କରିବେ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ବିଶେଷତଃ ନୈତିକ ଶିକ୍ଷା ପ୍ରତି ଶିକ୍ଷାନୁଷ୍ଠାନରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ପ୍ରତ୍ୟେକ ଶିକ୍ଷକଙ୍କ ଅଧୀନରେ କିଛି କିଛି ପିଲାଙ୍କୁ ନେଇ ଗ୍ରୁପ୍‍ କରାଯିବ। ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାଦାନ ଦାୟିତ୍ୱ ମେଣ୍ଟର ଅଧ୍ୟାପକମାନେ ନେବେ। ସେହିପରି ନୂତନ ଭାବେ ଆରମ୍ଭ କରାଯାଇଥିବା ନୈତିକ ଓ ମୂଲ୍ୟବୋଧ ପାଠ୍ୟକ୍ରମ ଓ ବିପର୍ଯ୍ୟୟ ପରିଚାଳନାର ସଠିକ୍‍ ଶିକ୍ଷାଦାନ ପ୍ରତି ଶିକ୍ଷାନୁଷ୍ଠାନଗୁଡ଼ିକରେ ଧ୍ୟାନ ଦିଆଯିବ। ଯୁବ ସଂସ୍କାର କାର୍ଯ୍ୟକ୍ରମ, ପିଲାଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ରର ସଠିକ୍‍ ଯାଞ୍ଚ, ‘ଇ-ଲେକଚର୍‍ଦ୍ସମ୍ପର୍କରେ ପିଲାଙ୍କ ମାର୍ଗଦର୍ଶନ ଅଦି ପ୍ରତି ବିଶେଷ ଧ୍ୟାନ ଦେବାକୁ ଉଚ୍ଚଶିକ୍ଷା ସଚିବ ପରାମର୍ଶ ଦେଇଛନ୍ତି। ସେହିଭଳି ସରକାରୀ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଘରୋଇ କୋଚିଂରେ ନିୟୋଜିତ ରହିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସରକାରୀ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଅର୍ଥ ଘରୋଇ କୋଚିଂ ପ୍ରତିଷ୍ଠାନରେ ନିୟୋଜିତ ହୋଇଥିଲେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚିବ ସମସ୍ତ ସରକାରୀ ଡିଗ୍ରୀ କଲେଜ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ମଧ୍ୟ ଉଚ୍ଚଶିକ୍ଷା ସଚିବ ସମସ୍ତ କଲେଜର ଅଧ୍ୟକ୍ଷଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବା ସହ ଶିକ୍ଷାନୁଷ୍ଠାନର ସୁପରିଚାଳନା ପାଇଁ ୯ ସୁତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ: ବୁଲିବାକୁ ଯାଇଥିବା ଓଡ଼ିଆ ଦମ୍ପତି ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର