ସବୁ ଦଳ ପ୍ରତି ସମାନ ଆଚରଣ ପ୍ରଦର୍ଶନ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କଲେଣି ସମସ୍ତ ରାଜନୈତିକ ଦଳ। ଏହାରି ଭିତରେ ତିନି ଦିନିଆ ଓଡିଶା ଗସ୍ତରେ ଆସି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମାରାଥନ୍‌ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ଆୟୋଜିତ ପ୍ରେସମିଟରେ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ ଚିଫ୍‌ ଇଲେକ୍ସନ କମିସନ। ଉଭୟ ଲୋକସଭା […]

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କଲେଣି ସମସ୍ତ ରାଜନୈତିକ ଦଳ। ଏହାରି ଭିତରେ ତିନି ଦିନିଆ ଓଡିଶା ଗସ୍ତରେ ଆସି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମାରାଥନ୍‌ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ଆୟୋଜିତ ପ୍ରେସମିଟରେ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ ଚିଫ୍‌ ଇଲେକ୍ସନ କମିସନ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବେ ଏବଂ ନିରପେକ୍ଷ ଓ ସ୍ଵଚ୍ଛ ନିର୍ବାଚନ ଉପରେ ଗୁରୁତ୍ଵ ଦେବେ। ପେଡ୍ ନ୍ୟୁଜ୍ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ଏହାର ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ସେ ସମସ୍ତ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା ହେବାପରେ ସ୍ୱଚ୍ଛ, ଅବାଧ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରାଯାଇଛି। । ତେବେ ନିର୍ବାଚନ ସମୟରେ ସରକାରୀ ଗାଡି ବ୍ୟବହାର ହେଉଥିବା ନେଇ କିଛି ରାଜନୈତିକ ଦଳ ତାଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିବା ସେ କହିଛନ୍ତି। ଜୁନ୍‌ ୨୪ରେ ଓଡିଶା ବିଧାନସଭାର କାର୍ଯ୍ୟକାଳ ସରୁଥିବା ବେଳେ ୧୬ ଜୁନରେ ସରୁଛି ପାର୍ଲାମେଂଟର କାର୍ଯ୍ୟକାଳ। ତେଣୁ ଜୁନ ୧୬ ତାରିଖ ପୂର୍ବରୁ ନିର୍ବାଚନ ହେବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ନିର୍ବାଚନ କମିସନ୍‌।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ରାଜ୍ୟରେ ବଢିଛି ଭୋଟରଙ୍କ ସଂଖ୍ୟା। ୨୦୧୯ ପରେ ଭୋଟ ହାର ୪.୪ ପ୍ରତିଶତ ବଢିଥିବା ବେଳେ ୯ ହଜାର ୬୦ ଶତାୟୁ ଭୋଟର ଚିହ୍ନଟ ହୋଇଛନ୍ତି। ଏହାସହ ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ହେବାକୁ ଥିବା ସାଧାରଣ ନିର୍ବାଚନରେ ୩୭ହଜାର ୮୦୯ଟି ପୁଲିଂବୁଥର ବ୍ୟବସ୍ଥା କରାଯିବା ସହ ସମସ୍ତ ମତଦାନ କେନ୍ଦ୍ରରେ ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା କରାଯିବ। ୨୨ହଜାର ୬୮୫ ପୁଲିଂ ଷ୍ଟେସନରେ ୱେବ୍‌ କାଷ୍ଟିଂର ବ୍ୟବସ୍ଥା ରହିବ ଏହାସହ ୪ହଜାର ପୁଲିଂ ଷ୍ଟେସନରେ ମହିଳା ଅଧିକାରୀ ରହିବେ। ମତଦାନ ହାର କମ୍‌ ଥିବା ଅଂଚଳ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ନିର୍ବାଚନରେ ହିଂସାକୁ ରୋକିବ ‘ସି-ଭିଜିଲ’ ଆପ୍‌। ନିର୍ବାଚନ ସମୟରେ ହିଂସା ଦେଖିଲେ ଏହି ଜରିଆରେ ଅଭିଯୋଗ କରିପାରିବେ ଭୋଟର୍‌। ତେବେ ନିର୍ବାଚନ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ପ୍ରକାଶ କରାଯିବ ବୋଲି କହିଛନ୍ତି ଇସିଆଇ ରାଜୀବ କୁମାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର