ଟନେଲ୍‌ରୁ ଶ୍ରମିକ ଉଦ୍ଧାର ଘଟଣା: ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ

The Sakala Picture
Published On

ଉତ୍ତରକାଶୀ: ତ୍ତରକାଶୀ ଟନେଲରୁ ଆଜି ଆସିଛି ବଡ଼ ଖବର । ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ  ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ଓ ଦେଶବାସୀଙ୍କ ପ୍ରାର୍ଥନା ସଫଳ ହୋଇଛି। ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ରହିଛନ୍ତି। ତେବେ ରେସ୍କ୍ୟୁ ଅପରେସନରେ […]

ଉତ୍ତରକାଶୀ: ତ୍ତରକାଶୀ ଟନେଲରୁ ଆଜି ଆସିଛି ବଡ଼ ଖବର । ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ  ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ଓ ଦେଶବାସୀଙ୍କ ପ୍ରାର୍ଥନା ସଫଳ ହୋଇଛି। ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ରହିଛନ୍ତି। ତେବେ ରେସ୍କ୍ୟୁ ଅପରେସନରେ ସାମିଲ ଥିବା ସମସ୍ତ କର୍ମଚାରୀଙ୍କୁ ଓ ଉଦ୍ଧାର କରାଯାଇଥିବା ଶ୍ରମିକମାନଙ୍କ ଧୈର୍ଯ୍ୟକୁ ସାରା ଦେଶ ଭୁରିଭୁରି ପ୍ରଶଂସା କରୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଟନେଲ୍‌ରୁ ଶ୍ରମିକ ଉଦ୍ଧାର ଘଟଣାରେ ଖୁସି ବ୍ୟକ୍ତ କରିଛନ୍ତ ରାଷ୍ଟ୍ରପତି । ଉଦ୍ଧାର କାର୍ଯ୍ୟରେ ସାମିଲ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ଧୈର୍ଯ୍ୟ ଓ ସ୍ଥିରତାକୁ ଦେଶ ସାଲ୍ୟୁଟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ


ସେହିପରି  ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରମିକଙ୍କ ଉଦ୍ଧାର ସମସ୍ତଙ୍କୁ ଭାବବିହ୍ବଳ କଲା ଭଳି ସମୟ। ଫସିଥିବା ଶ୍ରମିକଙ୍କ ସାହସ ଓ ଧୈର୍ଯ୍ୟ ପ୍ରେରଣା ଦାୟକ ।ସାହସ ଓ ସଂକଳ୍ପର ଶକ୍ତି ନୂତନ ଜୀବନ ଦେଇଛି ବୋଲି ପ୍ରଧନାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।


ଏଥିସହ ଶ୍ରମିକଙ୍କ ଉଦ୍ଧାରକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ । ଉଦ୍ଧାର ଶ୍ରମିକଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଛନ୍ତି ଗଡ଼କରୀ । ଉଦ୍ଧାର କାର୍ଯ୍ୟରେ ସାମିଲ ସମସ୍ତ ଏଜେନ୍ସିକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ  ।


ଶ୍ରମିକମାନଙ୍କର ସଫଳ ଉଦ୍ଧାର କାର୍ଯ୍ୟର ଖବର ଆସିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଦିନ ଧରି ଏହି ଅପରେସନରେ ନିୟୋଜିତ ଥିବା ବିଭିନ୍ନ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଫସିରହିଥିବା ସମସ୍ତ ଶ୍ରମିକ ନିରାପଦରେ ଘରକୁ ଫେରୁଥିବାରୁ ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ ଏବଂ ପ୍ରତିରକ୍ଷା ଦଳକୁ ଧନ୍ୟବାଦ ଜଣାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର